।। ପାଳିତ ହେଲା ସ୍ୱାୟତ୍ତ ଶାସନ ଦିବସ ।।

Aug 31, 2024 - 16:28
 0  10
।। ପାଳିତ ହେଲା ସ୍ୱାୟତ୍ତ ଶାସନ ଦିବସ ।।

ରାୟଗଡ଼ା ପୌର ପରିଷଦ ୫୩ବର୍ଷରେ ପଦାର୍ପଣ କରିଛି। ୧୯୭୧ ଜାନୁଆରୀ ୧୫ରେ ରାୟଗଡ଼ା ପୌର ପରିଷଦ ଭାବେ ଘୋଷଣା ହୋଇଥିଲା। ଦେଶ ସ୍ଵାଧୀନ ହେବା ପୂର୍ବରୁ ୧୯୨୯ ଏପ୍ରିଲ ୧୦ ତାରିଖରେ ରାୟଗଡ଼ା ୟୁନିୟନ ବୋର୍ଡ ଭାବେ ସହର ପରିଚାଳିତ ହେଉଥିଲା। ଦେଶ ସ୍ଵାଧୀନତା ପାଇବା ପରେ ୧୧ଟି ରାଜସ୍ୱ ଗ୍ରାମ ଯୋଡ଼ିହେବା ସହ ଜନସଂଖ୍ୟା ବୃଦ୍ଧି କାରଣରୁ ଅଞ୍ଚଳରେ ଉନ୍ନତମାନର ସେବା ପାଇଁ ୧୯୫୫ ମେ ୧୫ରେ ରାୟଗଡ଼ା ବିଜ୍ଞାପିତ ଅଞ୍ଚଳ ଭାବେ ଘୋଷଣା ହୋଇଥିଲା। ସ୍ବର୍ଗତ କୃଷ୍ଣଚନ୍ଦ୍ର ବକ୍ସିପାତ୍ର ଓ ନରସିଂହ କୁମନ୍ଦନ ରାୟଗଡ଼ା ପୌର ପରିଷଦର ଅଧ୍ୟକ୍ଷ ରହିଥ‌ିବା ସମୟରେ ସହରର ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତକରି ଏହାର ବିକାଶରେ ମୁଖ୍ୟ ଭୂମିକା ନେଇଥିଲେ। ସହରର ଗଳିକନ୍ଦିକୁ ରାସ୍ତା, ପାନୀୟ ଜଳ ଆଦିର ବ୍ୟବସ୍ଥା କରିବା ସହ ରାୟଗଡ଼ା ସହରର ଗଠନକୁ ମ୍ୟାପ୍‌ରେ ଏକ ସୁନ୍ଦର ସହର ଭାବେ ଗଢ଼ି ତୋଳିଥିଲେ। ତେବେ ରାୟଗଡ଼ା ପୌର ପରିଷଦ ୩ ଥର ଉନ୍ନତ ସହର ଭାବେ ପୁରସ୍କୃତ ହୋଇଛି। ବର୍ତ୍ତମାନ ରାୟଗଡ଼ା ପୌର ପରିଷଦ ଅଧୀନରେ ୨୪ଟି ୱାର୍ଡ ରହିଛି। ରାୟଗଡ଼ା ସହର ପରିବେଶକୁ ନିର୍ମଳ ଓ ସ୍ଵଚ୍ଛ ରଖିବା ପାଇଁ ପୌର ପରିଷଦ ପକ୍ଷରୁ ପ୍ରତିଦିନ ଅଳିଆ ଆବର୍ଜନା ଉଠାଯାଏ। ୨୦୧୧ ଜନଗଣନା ଅନୁସାରେ ପୌରାଞ୍ଚଳରେ ମୋଟ ୭୧ ହଜାର ୨୦୮ଜନବସତି ରହିଛି। ରାୟଗଡ଼ା ପୌର ପରିଷଦରେ ୧୧୭ କର୍ମଚାରୀ କାର୍ଯ୍ୟରତ ଥ‌ିବା ବେଳେ ୨୪ଟି ୱାର୍ଡର ସାନିଟାଇଜେଶନ କାର୍ଯ୍ୟକୁ ଦୃଢ଼ ରଖିବା ନିମନ୍ତେ ସ୍ବଚ୍ଛ ସାଥୀ, ଜଳ ସାଥୀ ଆଦିର ମଧ୍ୟ ବ୍ୟବସ୍ଥା କରାଯାଇଛି। ସହରର ୬୪ଟି ସ୍ଥାନରେ ବର୍ଷାଜଳ ସଂରକ୍ଷଣ ପାଇଁ ବ୍ୟବସ୍ଥା କରାଯାଇଛି। ରାୟଗଡ଼ା ସହରରେ ବିଭିନ୍ନ ବିବାହ, ବ୍ରତ ତଥା ସରକାରୀ କାର୍ଯ୍ୟକ୍ରମ କରିବା ନିମନ୍ତେ ପୌର ପରିଷଦ ପକ୍ଷରୁ ଟାଉନ ହଲ୍, ଅଶୋକ କଲ୍ୟାଣ ମଣ୍ଡପ, ବିଜୁ କଲ୍ୟାଣ ମଣ୍ଡପ, ବିଜୁ ପଟ୍ଟନାୟକ ଅଡିଟୋରିୟମ, ମିନି ପାର୍କ ରହିଛି। ସ୍ୱାୟତ୍ତ ଶାସନ ଦିବସ ଅବସରରେ ପୌର ଅଧ୍ୟକ୍ଷ ଶ୍ରୀମାନ ପି ମହେଶ୍ୱର ପଟ୍ଟନାୟକ ପତକା ଉତ୍ତୋଳନ କରି ଭାଷଣ ଦେଇ ସମସ୍ତ କର୍ମଚାରୀ ଓ 24 କାଉନସିଲର ଙ୍କୁ ଶୁଭେଛା ବାର୍ତ୍ତା ପ୍ରଦାନ କରୁଥିବା ଦେଖାଦେଇଛି। ଏହି କାର୍ଯ୍ୟକ୍ରମ ଅବସରରେ ପୌର ଉପାଧକ୍ଷା ସୁଭ୍ରାପଣ୍ଡ , କିରଣ, ଚୌଧୁରୀ ବାବୁ ଓ ଅନ୍ୟ ପୌର ପରିଷଦ କର୍ମଚାରୀ ମାନେ ଯୋଗ ଦେଇଥିବା ଦେଖାଇଛି।

 ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ