।। ପାଣ୍ଡିଆନଙ୍କ ନୂଆପଡ଼ା ଜିଲ୍ଲା ଗସ୍ତ ୨୭ରେ ।।

Apr 25, 2024 - 21:15
 0  23
।। ପାଣ୍ଡିଆନଙ୍କ ନୂଆପଡ଼ା ଜିଲ୍ଲା ଗସ୍ତ ୨୭ରେ  ।।

ନୂଆପଡା : ଆସନ୍ତା ୨୭ ତାରିଖରେ ୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନୂଆପଡା ଗସ୍ତରେ ଆସି ନିର୍ବାଚନ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି । ସେଦିନ ସକାଳେ ସେ ଭୁବନେଶ୍ବରରୁ ବାହାରି ନୂଆପଡ଼ା ଗୋଟମା ଏୟାରଷ୍ଟ୍ରିପରେ ପହଞ୍ଚି ସେଠାରୁ ୭ କିମି ରୋଡ୍ ସୋ’ କରିବା କାର୍ଯ୍ୟକ୍ରମ ର ସୂଚନା ରହିଛି । ସେ ନୂଆପଡ଼ା ମିନି ଷ୍ଟାଡିୟମରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ ସେଠାରୁ କୋକସରା ଗୋତୋମୁଣ୍ଡା ଚୂନଚୁନିରେ ସାଧାରଣ ସଭା, ଗୋଲାମୁଣ୍ଡା ବ୍ଲକ୍‌ର ଦଶପୁରରେ ନିର୍ବାଚନ ସଭାରେ ଉଦ୍‌ବୋଧନ ଦେବେ। ଜୟପାଟଣା ବ୍ଲକ୍‌ର ବଜାର ପଡ଼ିଆ, କର୍ଲାମୁଣ୍ଡା ବ୍ଲକ୍‌ର ଜୋରାଡୁବୁରା ହାଇସ୍କୁଲ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେବେ। ସେଠାରୁ ଭୁବନେଶ୍ଵର ଅଭିମୁଖେ ଫେରିବା କାର୍ଯ୍ୟକ୍ରମ ରହିଛି। ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ନେଇ ବିଜେଡି ଶିବିରରେ ଉତ୍ସାହ ଦେଖାଦେଇଛି l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ