ପାଣିରେ ପଡ଼ି ମୃତ୍ୟୁ ହୋଇଥିବା ପରିବାରକୁ ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ତରଫରୁ 200000 ଟଙ୍କାର ସହାୟତା ରାଶି ଦିଆଗଲା
ଦାରିଙ୍ଗବାଡି/ଗଦାପୁର ଗତ ତା: ୧୭/୬/୨୦୨୫ ରିଖ ଦିନ ଶ୍ରୀମତି - ଶାନ୍ତିଲତା ବଲ୍ୟାର ସିଂଙ୍କ ଚିରିଙ୍ଗାପୂଜା ନାମକ ସ୍ଥାନରେ ଗାଧୋଇବାକୁ ଯାଇଥିବା ସମୟରେ ଗୋଡ ଖସି ଆଘାତ ଘଟିଥିଲା। ତୁରନ୍ତ ତାଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ସମୟରେ ଅକାଳରେ ବିୟୋଗ ଘଟିଥିଲା। ଏହାପୂର୍ବରୁ ସେ ୨୦ ଟଙ୍କା ବାର୍ଷିକ ଅର୍ଥକୁ " ପ୍ରଧାନ ମନ୍ତ୍ରୀ ସୁରକ୍ଷା ବିମା ଯୋଜନାରେ" ଅନ୍ତଭୁକ୍ତ ଥିଲେ । ସେଥିପାଇଁ ତାଙ୍କର ମୃତ୍ୟୁପରେ ନମିନି ଶ୍ରୀ - ସିପ୍ରିୟାନ ବଲ୍ୟାର ସିଂ ଗତ ତା: ୧୯ / ୧୨ / ୨୦୨୫ ରିଖ ଦିନ ଇନ୍ସୁରାନ୍ସ କ୍ଳେମ କରିଥିଲେ, ଯାହା ଫଳରେ ତିନିମାସ ମଧ୍ଯରେ ପ୍ରଧାନ ମନ୍ତ୍ରୀ ବିମା ଯୋଜନାରୁ ଅଟକଳ ମୂଲ୍ୟ - ୨୦୦୦୦୦ ଟଙ୍କାକୁ ଗଦାପୁର ଷ୍ଟେଟ ବ୍ୟାଙ୍କର ବ୍ରାଞ୍ଚ ମେନେଜର ଶ୍ରୀ- କେଦାର ନାଥ ସାହୁ, ନମିନି ଶ୍ରୀ - ସିପ୍ରିୟାନ ବଲ୍ୟାର ସିଂକୁ ଚେକ଼ ଆଜି ଦେଇଛନ୍ତି । ଏହା ସହିତ ଅଞ୍ଚଳବାସୀଙ୍କୁ ମଧ୍ୟ ସରକାରଙ୍କ ଏହି ଯୋଜନାର ସୁଯୋଗ ନେବାପାଇଁ କହିଛନ୍ତି ଅନ୍ୟପଟେ, ସିପ୍ରିୟାନ ବଲ୍ୟାର ସିଂ ବିମା ରାଶିକୁ ପାଇଁ ସରକାରଙ୍କୁ ଧନ୍ୟବାଦ! ଦେଇଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0