।। ପଦ୍ମପୁର ବ୍ଲକ - ଅଭ୍ୟାସ ଟେକ୍ନୋ ସ୍କୁଲ୍ ,ରେ ତୃତୀୟ କ୍ରୀଡା ପ୍ରତିଯୋଗିତା ଆରମ୍ଭ ।।

Dec 19, 2023 - 18:31
 0  39
।। ପଦ୍ମପୁର ବ୍ଲକ - ଅଭ୍ୟାସ ଟେକ୍ନୋ ସ୍କୁଲ୍ ,ରେ ତୃତୀୟ କ୍ରୀଡା ପ୍ରତିଯୋଗିତା ଆରମ୍ଭ ।।

ଅଭ୍ୟାସ ର ଏହି ନୂଆ ଅଭ୍ୟାସ ନୂଆ ଏକ ଝଟକା ଦେଇଛି ସମସ୍ତ ପଦ୍ମପୁର ବାସୀଙ୍କୁ । କୁନି କୁନି ଶିଶୁଙ୍କୁ କ୍ରୀଡା ର ସଠିକ୍ ଜ୍ଞାନ ଦେବାର ପ୍ରୟାସ କରିଛି ।ଏହି କାର୍ଯ୍ୟକ୍ରମ ର ଆରମ୍ଭ ଭାମିନି କମାଡେଣ୍ଟ OPS-1 ବ୍ରଜମୋହନ ନାୟକ ଙ୍କ ସହ ଆସିଷ୍ଟାଣ୍ଟ ନୀଳାମ୍ବର ପରିଡ଼ା ,ଦୁଷ୍ମନ୍ତ ମହାପାତ୍ର , ଇନ୍ସପେ୍ଟର ଦୀପ୍ତି ରଞ୍ଜନ ସାମଲ ଏବଂ ଯୋଗ ଦେଇ ଏହାର ଉଦ୍ଘାଟନ କରି ଥିଲେ ।ଏଥିରେ ଅଭ୍ୟାସ ଟେକ୍ନୋ ସ୍କୁଲ୍ ର ସେକ୍ରେଟାରୀ ଲାଡି ତୁକାରମ୍ , ପ୍ରିନ୍ସିପଲ୍ ଦିବ୍ୟ ଦେବାଶିଷ ଦୂବେ,ମନୀଷା ପରିଛା ,ଗାୟତ୍ରୀ ପଣ୍ଡା ଏବଂ ସମସ୍ତ ଷ୍ଟାଫ ସହଯୋଗ କରି ଥିଲେ ।ଏହି ମୁଖ୍ୟ ଅତିଥି ଙ୍କୁ ଅଭ୍ୟାସ ପରିବାର ଶିଶୁ ଙ୍କ ଦ୍ଵାରା ବହୁତ୍ ସୁନ୍ଦର୍ ସ୍ବାଗତସମ୍ବର୍ଦ୍ଧନା କରିଥିଲେ ।ତା ପରେ ଦିପପ୍ରଜ୍ଵଳନ ଶ୍ରୀ ଜଗନ୍ନାଥ ସ୍ଵାମୀ ଙ୍କ ମୂର୍ତ୍ତି ପୂଜା ସହ ମଶାଲ ଯାତ୍ରା ରୁ ଆସିଥିବା ମଶାଲ କୁ ଗ୍ରହଣ କରି କ୍ରୀଡା ର ଶୁଭାରମ୍ଭ ନିମନ୍ତେ ଅନୁମତି ପ୍ରଦାନ କରି ଥିଲେ ।ସେହି ଶୁଭାରମ୍ଭ ସମୟରେ ନିଜେ କମାନ୍ଦଡେଣ୍ଟ ମଧ୍ୟ ଖେଳି ଥିଲେ ।ଶେଷରେ ପ୍ରିନ୍ସିପଲ ଧନ୍ୟବାଦ ଅର୍ପଣ କରିଥିଲେ ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ