ପଞ୍ଜାବରେ ଜାତୀୟ ତାଇକ୍ୱାଣ୍ଡୋ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଲେ ବିଦ୍ୟୁତ, ଝାରସୁଗୁଡା ଜିଲ୍ଲା ପାଇଁ ଗୌରବ

May 29, 2026 - 06:00
 0  62
ପଞ୍ଜାବରେ ଜାତୀୟ ତାଇକ୍ୱାଣ୍ଡୋ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଲେ ବିଦ୍ୟୁତ,  ଝାରସୁଗୁଡା ଜିଲ୍ଲା ପାଇଁ ଗୌରବ

କୋଲାବିରା,୨୮/୦୫ (ଫାଷ୍ଟ ନ୍ୟୁଜ ଓଡିଶା ) ବ୍ରଜରାଜନଗର ସ୍ଥିତ “ଇହସାସ ତାଇକ୍ୱାଣ୍ଡୋ ଏକାଡେମୀ”ର ଛାତ୍ର ବିଦ୍ୟୁତ ବେହେରା ଜାତୀୟ ସ୍ତରରେ ସ୍ୱର୍ଣ୍ଣ ପଦକ ଜିତି ଜିଲ୍ଲା ଏବଂ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ପଞ୍ଜାବରେ ୨୨ ମଇ ୨୦୨୬ ରୁ ୨୪ ମଇ ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ନବମ ଜାତୀୟ ତାଇକ୍ୱାଣ୍ଡୋ ପ୍ରତିଯୋଗିତାରେ ଓଡିଶା ଦଳ ପକ୍ଷରୁ ଅଂଶଗ୍ରହଣ କରିଥିବା ବିଦ୍ୟୁତ ବେହେରା କ୍ୟୋରୁଗି ଜୁନିୟର ୫୪ କିଲୋଗ୍ରାମ ଓଜନ ବର୍ଗରେ ଉତ୍କୃଷ୍ଟ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଅର୍ଜନ କରିଛନ୍ତି। ଆଜି ବିଦ୍ୟୁତ୍ ନିଜ କୋଚ ଙ୍କ ସହ ପଞ୍ଜାବରୁ ଫେରି ଝାରସୁଗୁଡ଼ା ରେଳ ଷ୍ଟେସନ ପହଞ୍ଚିବା ପରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ତାଙ୍କର ଏହି ସଫଳତା ପାଇଁ କ୍ରୀଡାପ୍ରେମୀ ମହଳରେ ଖୁସିର ଲହରୀ ଖେଳିଯାଇଛି। ବିଦ୍ୟୁତଙ୍କ ଏହି ଜୟର ପଛରେ ତାଙ୍କର କଠିନ ପରିଶ୍ରମ, ନିୟମିତ ଅଭ୍ୟାସ ଓ ଦୃଢ଼ ମନୋବଳ ରହିଥିବା କୁହାଯାଉଛି। ଏହି ସଫଳତା ପଛରେ ପ୍ରଶିକ୍ଷକ ମନୀଷ ମହାନ୍ତି ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ବିଦ୍ୟୁତ୍ କହିଛନ୍ତି ।

ତାଙ୍କର ସଠିକ୍ ପ୍ରଶିକ୍ଷଣ ଓ ନିର୍ଦ୍ଦେଶନାରେ ବିଦ୍ୟୁତ ଏହି ସଫଳତା ହାସଲ କରିପାରିଥିବା କଥା ଏକାଡେମୀ ପକ୍ଷରୁ କୁହାଯାଇଛି। ବିଦ୍ୟୁତ ବେହେରାଙ୍କ ଏହି ଉପଲବ୍ଧି ପାଇଁ ବିଭିନ୍ନ କ୍ରୀଡା ସଂଗଠନ, ଶିକ୍ଷକ, ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିନନ୍ଦନର ସୁଅ ଛୁଟିଛି। ସ୍ୱର୍ଣ୍ଣ ପଦକ ବିଜେତା ବିଦ୍ୟୁତ୍ ଙ୍କ ପିତା ନିର୍ମଳ ସାହୁ ଓ ମାତା ବିଜୟା ସାହୁ ଅଟନ୍ତି ଓ ତାଙ୍କ ଘର ବ୍ରଜରାଜନଗର ନୂଆଁଡିହି ଗ୍ରାମରେ ଅଟେ l ବିଦ୍ୟୁତ୍ କୋଲାବିରାରେ ରହି ମାମୁଁ ଘରେ ରହି ଅଜା ତେଜରାଜ ସାହୁ ଙ୍କ ତତ୍ତ୍ଵାବଧାନରେ ପାଠ ପଢୁଛନ୍ତି l

 କୋଲାବିରାରୁ ସମୀର କୁମାର ପଟେଲଙ୍କ ରିପୋର୍ଟ,ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ