।।ପଞ୍ଚାୟତ ସ୍ତରୀୟ ଆଇନଗତ ସଚେତନତା ଏବଂ ସହାୟତା ଶିବିର ।।

କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଅନ୍ତର୍ଗତ ରାଜପୁଟ ପଞ୍ଚାୟତ ଠାରେ ପ୍ରଥମଥର କରି ସି.ଏସ.ଏନ.ଆର ଓଡିଶା ତରଫରୁ ଏକ ଆଇନଗତ ସଚେତନତା ଏବଂ ସହାୟତା ଶିବିର ଅନୁଷ୍ଠିତ ହୋଇଯାଇଛି I ଉକ୍ତ ଶିବିରରେ ପଞ୍ଚାୟତର ସରପଞ୍ଚ ଶ୍ରୀ ପିତାମ୍ବର କିର୍ଷାନି ଯୋଗ ଦେବା ସହ ବିଭିନ୍ନ ଗ୍ରାମରୁ ଗ୍ରାମବାସୀ ଓ ପଞ୍ଚାୟତ ପ୍ରତିନିଧି ଯୋଗ ଦେଇଛନ୍ତି I କୋରାପୁଟରେ ମୁଖ୍ୟତଃ ମହିଳା ମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା, ଶିଶୁ ମାନଙ୍କ ପ୍ରତି ହେଉଥିବା ଯୌନ ଶୋଷଣ, ଅନୁସୂଚିତ ଜାତି ଓ ଜନଜାତି ଙ୍କ ପ୍ରତି ହେଉଥିବା ଅତ୍ୟାଚାର ଇତ୍ୟାଦି ର କିପରି ଆଇନଗତ ସହାୟତା ପାଇପାରିବେ, ଏହାକୁ ଆଧାରକରି ଏହି ସଚେତନ ଶିବିର ଅନୁଷ୍ଠିତ ହୋଇଥିଲା I ଆଗାମୀ ଦିନରେ କୋରାପୁଟ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ ଗୁଡିକରେ ଏହି ସଚେତନ ଶିବିର ଅନୁଷ୍ଠିତ କରାଯିବା ପାଇଁ ଘୋଷଣା କରାଯାଇଛି I ଏହି କାର୍ଯ୍ୟକ୍ରମକୁ ସି.ଏସ.ଏନ.ଆର. ସଂଯୋଗକ ତଥା ଓକିଲ ଶ୍ରୀ ଅଜୟ କୁମାର ଖୋସ୍ଲା ପରିଚାଳନା କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ସୁନୀଲ କୁମାର ମିଶ୍ର ଅବସରପ୍ରାପ୍ତ ଅଧ୍ୟକ୍ଷ , ଶ୍ରୀ ସାଦେବ ବାଘ, ପାରା ଲିଗାଲ ଭଳିଣ୍ଟର ଶ୍ରୀ ଦିଲ୍ଲୀପ ଖରା ସହଯୋଗ କରିଥିଲେ I
ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






