ନ୍ଯାସନାଲ ମହାବିଦ୍ୟାଳୟର ଓଡ଼ିଆ ପରିବାର ତରଫରୁ:ନବୀନ ବରଣ ଓ ନୂଆଁଖାଇ ଭେଟଘାଟ୍' କାର୍ଯ୍ୟକ୍ରମ ଅନୁଷ୍ଠିତ

Sep 20, 2025 - 21:22
 0  13
ନ୍ଯାସନାଲ ମହାବିଦ୍ୟାଳୟର ଓଡ଼ିଆ ପରିବାର ତରଫରୁ:ନବୀନ ବରଣ ଓ ନୂଆଁଖାଇ ଭେଟଘାଟ୍' କାର୍ଯ୍ୟକ୍ରମ ଅନୁଷ୍ଠିତ

ନ୍ଯାସନାଲ ମହାବିଦ୍ୟାଳୟର ଓଡ଼ିଆ ପରିବାର ତରଫରୁ ନବାଗତ ବିଦ୍ଯାର୍ଥୀମାନଙ୍କ ଉଦ୍ଦେଶ୍ୟରେ 'ନବୀନ ବରଣ ଓ ନୂଆଁଖାଇ ଭେଟଘାଟ୍' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଓଡ଼ିଆ ବିଭାଗ ମୁଖ୍ୟ ଗୋପୀଗୋପାଳ ସୁନାଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମହାବିଦ୍ଯାଳୟର ଅଧ୍ୟକ୍ଷ ହିତେଶ କୁମାର ସାହୁ ମୁଖ୍ୟ ଅତିଥି,ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ଯାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡ଼ ତରୁଣ କୁମାର ପ୍ରଧାନ, ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବୋଡେନର ପ୍ରଧ୍ଯାପକ ଗୟାଧର ମହାନ୍ତି, ଅଧ୍ଯାପକ ବୈଦ୍ଯନାଥ ଗଡ଼ତିଆ, ଅଧ୍ଯାପିକା ମମତା ପଟ୍ଟନାୟକ, ଡ଼ ପ୍ରମୋଦ କୁମାର ରାଉତ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ମଞ୍ଚାସୀନ ଥିଲେ । ପ୍ରଥମେ ମା' ମାଣିକେଶ୍ବରୀ ଓ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ନବାନ୍ନ ଭୋଗ ଅର୍ପଣ ଓ ପୂଜାର୍ଚ୍ଚନା ପରେ ସାମୁହିକ ନବାନ୍ନ ଭକ୍ଷଣ ଓ ଜୁହାର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ପଶ୍ଚିମ ଓଡ଼ିଶାର ପାରମ୍ପରିକ ରୀତିରେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯିବା ସହିତ ସଂପୂର୍ଣ୍ଣ ପ୍ଳାଷ୍ଟିକ୍ ମୁକ୍ତ ରଖାଯାଇଥିଲା।ବିଭିନ୍ନ ପ୍ରକାର ପାରମ୍ପରିକ ପିଠା,ମଣ୍ଡା,ଲଡୁ,ଖିରି ଅତିଥି ଓ ନବାଗତ ବିଦ୍ଯାର୍ଥୀଙ୍କୁ ପରିବେଷଣ କରାଯାଇଥିଲା। ହସ୍ତତନ୍ତ ଲୁଗାପରିଧାନ ସାଙ୍ଗକୁ କୁରେଇ ପତ୍ରର ଖଲି,ଦନା,ଚାମଚ ଏବଂ ପୁଷ୍ପଗୁଚ୍ଛରେ ବିଭିନ୍ନ ପ୍ରକାର ଫୁଲ ଓ ମିଲେଟ୍ ର ବ୍ଯବହାର ସମସ୍ତଙ୍କ ମନ ମୋହିଥିଲା । ଅତିଥି ମାନେ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଆତ୍ମୀୟତା ପ୍ରକାଶ ସହ ଭଲ ମଣିଷ ହେବାପାଇଁ ବିଦ୍ଯାର୍ଥୀମାନଙ୍କୁ ମାର୍ଗଦର୍ଶନ ପ୍ରଦାନ ପୂର୍ବକ ଏହା କେବଳ ଏକ ବିଭାଗ ନୁହେଁ ; ଏକ ସଂସ୍କୃତି ସମ୍ପନ୍ନ ପରିବାର ବୋଲି ମତବ୍ୟକ୍ତ କରିଥିଲେ।ଛାତ୍ର ଧୀରଜ ଚନ୍ଦ୍ରକାର, ଲାବଣ୍ଯ ଖର୍ସେଲ, ସୁଶାନ୍ତ ସୁନାନୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରେ ବିଭାଗର ତରଫରୁ ଆୟୋଜିତ ପ୍ରତିଯୋଗିତାରେ ଚିତ୍ରକଳା ପାଇଁ ଉତ୍ତମ ସିଂ ମାଝୀ, ପୁଷ୍ପଗୁଚ୍ଛ ପ୍ରସ୍ତୁତି ପାଇଁ ପୂର୍ଣ୍ଣମୀ ଶବର,ପାରମ୍ପରିକ ବେଶଭୂଷା ଓ ହୁଳହୁଳି ପାଇଁ ପୂଜା ସାହୁଙ୍କୁ ପୁରସ୍କୃତ କରାଯାଇଥିଲା। । ଅଧ୍ଯାପକ ଶିବ ପ୍ରସାଦ ସା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ଯାପିକା ଆଶା ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଆୟୋଜିତ ପାରମ୍ପରିକ ଗୀତ ଓ ନୃତ୍ଯ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବହୁ ସମୟଧରି ବାନ୍ଧି ରଖିଥିଲା । ଖେଳ ଶିକ୍ଷକ ପ୍ରକାଶ କୁମାର ସାହୁ, ଅଧ୍ଯାପକ କପିଳଦେବ ପାଣିଗ୍ରାହୀ, ଗୀତା ସେଠ,ଶୁକଦେବ ଭିଲ୍, ବୈକୁଣ୍ଠ ବେହେରା, ଈଶ୍ୱର ପଟେଲ, ହିମାଚଳ ନାଏକ, ମେରୀ ଆଶା ଟପ୍ପୋ,ଟିକଚନ୍ ନିଆଲ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ