ନେହେନା ଆଶ୍ରମ ବିଦ୍ୟାଳୟରେ ଜନଜାତି ଗୌରବ ଦିବସ ତଥା ଶିକ୍ଷକ ଅଭିଭାବକ ବୈଠକ ଅନୁଷ୍ଠି,ତ

Nov 16, 2024 - 20:02
 0  19
ନେହେନା ଆଶ୍ରମ ବିଦ୍ୟାଳୟରେ ଜନଜାତି ଗୌରବ ଦିବସ ତଥା ଶିକ୍ଷକ ଅଭିଭାବକ ବୈଠକ ଅନୁଷ୍ଠି,ତ

ନୂଆପଡା:- (ସଂଗ୍ରାମ ଖବର)ନୁଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ନେହେନା ଆଶ୍ରମ ବିଦ୍ୟାଳୟ ପରିସରରେ ସହିଦ୍‌ ବିର୍ସାମୁଣ୍ଡା ଙ୍କ150 ତମ ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଜନଜାତି ଗୌରବ ଦିବସ ଅବସରରେ ଅଭିଭାବକ ଶିକ୍ଷକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଖରିଆଲ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ବିରସେନ ବେହେରା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସହିଦ ବିର୍ସାମୁଣ୍ଡାଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ତାଙ୍କର ଗୌରବ ଗାରିମା ସମ୍ବନ୍ଧରେ ଆଲୋକପାତ କରି ଦେଶ ସ୍ଵାଧୀନତାରେ ଆଦିବାସୀ ନେତାଙ୍କ ଭୂମିକା ଉଲ୍ଲେଖ କରିଥିଲେ l ମୁଖ୍ୟବକ୍ତା ରୂପେ ନୂଆପଡା ଜ଼ିଲ୍ଲା ଏଲିମେଣ୍ଟାରୀ ଶିକ୍ଷକ ସଙ୍ଘ ସଭାପତି ଶ୍ରୀ ଯଶୋବନ୍ତ ନାରାୟଣ ପଣ୍ଡା ଯୋଗଦେଇ ସହିଦ ଲକ୍ଷ୍ମଣ ନାୟକ, ସହିଦ ଚକରା ବିଶୋଇ, ଧରଣୀଧର ନାୟକ, ରେଣ୍ଡୋ ମାଝି, ନବଘନ କହଁର,ମାଦ୍ରି କାଲୋ, ନିର୍ମଳ ମୁଣ୍ଡା, ନୂଆପଡା ଜ଼ିଲ୍ଲା ଦୁଇ ଆଦିବାସୀ ରାଜନେତା ସ୍ୱର୍ଗତ ଘାସିରାମ ମାଝୀ, ଦୁର୍ଯୋଧନ ମାଝୀ ପ୍ରମୁଖଙ୍କ ସ୍ମୃତି ଚାରଣ କରି ଦେଶ ସମାଜ ଗଠନରେ ସେମାନଙ୍କର ଉତ୍ସର୍ଗୀତ ଜୀବନୀ ଆଲୋକପାତ କରିଥିଲେ l ଆଜିର ଶିଶୁ କାଲିର କର୍ଣଧାର l ଜାତି, ଧର୍ମ, ବର୍ଣ୍ଣ ଭାଷା ଓ ବେଶ ପୋଷାକର ଊର୍ଧ୍ୱରେ ରହି ଭୌତିକ ଭିତିଭୂମି ସଦୃଡ କରିବା ଦିଗରେ ଅଭିଭାବକ ଓ ଶିକ୍ଷକ ସହଭାଗୀତା କାର୍ଯ୍ୟକ୍ରମର ଉପାଦେୟତାର ଭିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା l ଉପସ୍ଥିତ ଅଭିଭlବକ ଅଭିଭାବିକା ନିଜନିଜର ଅଭିଜ୍ଞତା ଆଧାରରେ ଶିଶୁର ମାନସିକ, ବୌଦ୍ଧିକ, ଚାରିତ୍ରିକ ଗଠନରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଗୁରୁତ୍ୱ ପୁର୍ଣ ଅବଦାନ ଅବତାରଣ କରିଥିଲେ l ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣଚନ୍ଦ୍ର ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଂକ ମଧ୍ୟରେ ଆଞ୍ଚଳିକ ସାଧକ କର୍ମୀ ଶ୍ରୀ ଖିରୋଦ କୁମାର ଗହିର, ନେହେନା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଅଶୋକା ଦଣ୍ଡସେନା, ସମିତି ସଭ୍ୟ ଶ୍ରୀମତୀ ଲୀଳା ରାଉତରାୟ, ଖରିଆର ବ୍ଲକ ଯନ୍ତ୍ରୀ ଶ୍ରୀ ସଞ୍ଜୟ ବେହେରା, ଅଭିଭାବଙ୍କ ପ୍ରତିନିଧି ବିଶ୍ବବନ୍ଧୁ ଦଣ୍ଡସେନା, ଶ୍ରୀ ଧୀରେନ୍ଦ୍ର ଦଣ୍ଡସେନା, ପରିଚାଳନା କମିଟି ସଭାପତି ଶ୍ରୀମତୀ ଚାନ୍ଦ ବିଶି ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦାନ କରି ନିଜ ନିଜ ଅତୀତର ଅଭିଜ୍ଞତାରୁ ଭଭିଷ୍ୟତର ସନ୍ଧାନ ପାଇଁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା ତଥା ଶିକ୍ଷକ ଶ୍ରୀ ସୁରେଶ ବହିଦାର, ଶ୍ରୀ ସୁରେଶ ଦଣ୍ଡସେନା, ଅପର୍ଣ୍ଣl ଜଗତ, ମମତା ବାଗ, ମିତାଞ୍ଜଳୀ ପlତ୍ର, ସଂଗୀତା ସାଗର, ଖିତମଣି ଚି଼ନ୍ଦl, ହରିପ୍ରିୟା ମଲ୍ଲିକ, ଗୋବିନ୍ଦ ହଂସ ଇତ୍ୟାଦି ଏହି କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ସହଯୋଗ କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ