।। ନେସନାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଜ଼ିଲ୍ଲା ସ୍ତରୀୟ ବାଲ୍ ବିଜ୍ଞାନ ପ୍ରଦର୍ଶନୀ 2023 ଅନୁଷ୍ଠିତ ।।

Dec 15, 2023 - 20:30
 0  56
।। ନେସନାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଜ଼ିଲ୍ଲା ସ୍ତରୀୟ ବାଲ୍ ବିଜ୍ଞାନ ପ୍ରଦର୍ଶନୀ 2023 ଅନୁଷ୍ଠିତ ।।

ନୂଆପଡା : ନୂଆପଡା ସଦର ତା:15.12.23 ଶୁକ୍ରବାର ଦିନ ସ୍ଥାନୀୟ ନେସନାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଜ଼ିଲ୍ଲା ସ୍ତରୀୟ ବାଲ୍ ବିଜ୍ଞାନ ପ୍ରଦର୍ଶନୀ 2023 ଅନୁଷ୍ଠିତ ହୋଇଯାଇଛି l ଉଦ୍ଘାଟନୀ ଉତ୍ସବରେ ଜ଼ିଲ୍ଲା ଶିକ୍ଷାଧିକାରୀ ନୂଆପଡା ଶ୍ରୀଯୁକ୍ତ କରୁଣାକର ଭୋଏଙ୍କ ଅଧ୍ୟକ୍ଷତାରେ ଶ୍ରୀଯୁକ୍ତ ଭୀମସେନ ଶବର, ଅତିରିକ୍ତ ଜ଼ିଲ୍ଲାପାଳ ନୂଆପଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ଶ୍ରୀଯୁକ୍ତ ସୁହୁଭ୍ରାଂଶୁ ଶେଖର ମିଶ୍ର ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ନୂଆପଡା, ଶ୍ରୀଯୁକ୍ତ ଗିରିଧାରୀ ସା, ଜ଼ିଲ୍ଲା ବିଜ୍ଞାନ ନିରୀକ୍ଷକ, ସ୍ଥାନୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୋଲାପ ଚନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ l ଉକ୍ତ ପ୍ରଦର୍ଶନୀରେ 5ଗୋଟି ବ୍ଲକରୁ ସମୁଦାୟ 50ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା l ସମସ୍ଥ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀଗଣ ମିଶି ପ୍ରାୟତଃ 800ଜଣ ଉପସ୍ଥିତ ଥିଲେ l ପ୍ରକଳ୍ପ ବିଚାରକ ରୂପେ ଶ୍ରୀଯୁକ୍ତ ସୁରେଶ୍ୱର ଦାସ, ଅଧ୍ୟାପକ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ ଧରମବନ୍ଧା, ସମୁଦାୟ ପ୍ରକଳ୍ପ 5ଗୋଟି ଶ୍ରେଷ୍ଠ ପ୍ରକଳ୍ପ ଚୟନ କରିଥିଲେ l ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ରାଇତା, ଉପ ଜ଼ିଲ୍ଲାପାଳ ନୂଆପଡା, ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ଚନ୍ଦ୍ରକାର ମୁଖ୍ୟ ବକ୍ତା, ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ଗିରିଧାରୀ ସା, ଜ଼ିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ ଗୋଲାପ ଚନ୍ଦ୍ର ସାହୁ ପ୍ରଧାନ ଶିକ୍ଷକ ସରକାରୀ ନେସନାଲ ଉଚ୍ଚ ବିଦ୍ୟାଳୟ ନୂଆପଡା ପ୍ରମୁଖ ଉପସ୍ଥିତ ଥିଲେ l ଶ୍ରୀଯୁକ୍ତ କରୁଣାକର ଭୋଏ, ଜ଼ିଲ୍ଲା ଶିକ୍ଷା ଅଧିକାରୀ ନୂଆପଡାଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଗତ ବାର୍ଷିକ ପରୀକ୍ଷlରେ A କ୍ଲାସ ପାଇଥିବା କୃତିତ୍ୱ ଛାତ୍ରଛାତ୍ରୀ ମାନଙ୍କୁ ସାମ୍ମlନୀତ କରାଯାଥିଲାବେଳେ 5ଗୋଟି ଶ୍ରେଷ୍ଠ ବିବେଚିତ ପ୍ରକଳ୍ପର ନାମ ଘୋଷଣା ସହ ପୁରସ୍କୃତ କରାଯାଇଥିଲା l ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ 5ଗୋଟି ବ୍ଲକର ଚାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ ହୋଇଥିଲା l ସମସ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଯୋଶୀ ଓ ଶ୍ରୀଯୁକ୍ତ ଫାଲ୍ଗୁଗୁନୀ ସାହୁ ସଭା ପରିଚାଳନା କରିଥିଲେ l କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ରାଧେଶ୍ୟାମ ସାହା, ଶ୍ରୀଯୁକ୍ତ ପ୍ରଦୀପ ଭୋଇ, ଖୁଲେଶ୍ୱର ସାହୁ, ସନ୍ତୋଷ ପାଣ୍ଡେ, ଚନ୍ଦ୍ର କୁମାର ସାହୁ, ବିଜ୍ଞାନ ଲେଙ୍କା, ପ୍ରଶାନ୍ତ ନାଥ, ପ୍ରଦୀପ ରଥ, ମଧୁସୂଦନ ସାହୁ, ସାନ ପ୍ରଧାନ, ବିନୋଦ ପାଢ଼ୀ, ପ୍ରବୋଧ କୁମାର ହୋତା, ଅଶ୍ୱନୀ କୁମାର ଭୋଇ, ନିହାର ରଞ୍ଜନ ସାମଲ, କସ୍ତୁଭ ସା, ଶ୍ୟାମ ଲାଲ ପ୍ରଧାନ, ଉମେଶ କୁମାର ସାହୁ, ମହତାବ ଆଡ଼ଳୁଆର୍ଡ ତଥା କାର୍ଯ୍ୟକ୍ରମକୁ ନେସନାଲ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l ଶଙ୍କର୍ଷଣ ପୁରୋହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ସୂଚନା ଥାଉକି ନୂଆପଡା ଜ଼ିଲ୍ଲାର ପ୍ରତ୍ୟେକ ସବ ଥିମ ଅନୁସାରେ ଗୋଟିଏ ଲେଖାଏଁ ମୋଟ 5ଗୋଟି ପ୍ରକଳ୍ପ ଜାତୀୟ ସ୍ତରକୁ ଚୟନ ହୋଇଥିଲା l ନିଲଜୀ ହାଇସ୍କୁଲ ପ୍ରୋମଦିନି ସା, ସୁନାପୁରରର ସୁମନ ମାଝୀ, ରାଜା ଆର୍ତତ୍ରାଣ ହାଇସ୍କୁଲର ନିଶlଙ୍କ ବାଗ, ବଡ଼ଦେଓଲ ପିୟୁପିର ବିକାଶ ପଟେଲ ଏବଂ ଓଏପି ନେଗୀପାଲିର ୟେଶ୍ୱlରୟା ପାଣ୍ଡେଙ୍କ ପ୍ରକଳ୍ପ ଆସନ୍ତା 20 ଡ଼ିସେମ୍ବର ମୟୁରଭଞ୍ଜ ଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରଦର୍ଶନୀରେ ଭାଗନେବେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ