।। ନେଟୱର୍କ ନାହିଁ ତ ଭୋଟ ନାହିଁ କହିଲେ ଗ୍ରାମବାସୀ ।।

Mar 6, 2024 - 18:02
 0  126
।। ନେଟୱର୍କ ନାହିଁ ତ ଭୋଟ ନାହିଁ କହିଲେ ଗ୍ରାମବାସୀ ।।

ମୁରିବାହାଲ ୦୬/୦୩/୨୦୨୪ :- ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତରଗତ ଗୁଡିଘାଟ ପଞ୍ଚାୟତ ଅଞ୍ଚଳ ର ୬ ଟି ଗ୍ରାମ ରେ ନେଟୱର୍କ ଆସୁନଥିବାରୁ ନାହିଁ ନ ଥିବାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ଏଭଳି କେତେ ଅଣ ରାଜସ୍ୱ ଗ୍ରାମ ଗୁଡିକ ଅବସ୍ଥିତ ଅଛି ଆଜି ଯାୟେ ନେଟୱର୍କ ପାଇଁ ବହୁତ ହରିଆଣ ହେବା କୁ ପଡୁଛି, ଯାହା ଫଳରେ ଜରୁରୀ ପରିସ୍ଥିତି ରେ ଲୋକ ମେଡିକାଲ ଯିବା ପାଇଁ ଆମ୍ବୁଲାନ୍ସ କୁ ଫୋନ କରିବା ପାଇଁ ଲୋକ ପାଣି ଟାଙ୍କି ଉପରକୁ ନହେଲେ ଗଛ ଉପରକୁ ଚଢି ଫୋନ କରୁଛନ୍ତି । ମହିଳା ଙ୍କ ପ୍ରସବ ଯନ୍ତ୍ରଣା ହେଉ କିମ୍ବା କାହାର କେଉଁଠି ଦୁର୍ଘଟଣା ହେଉ ବେଳେ ବେଳେ ନିଜସ୍ୱ ଲୋକଙ୍କ ମୁର୍ତ୍ତୃ ହେଲେ କିଛି ଦିନ ଧରି ଖବର ପାଇବାକୁ ମିଳୁଛି । ବାରବନ୍ଦ, ଶୁକନୀପଦର,ରାଣୀସିଲେଟ,ବେହେରାଖାଇ, କୁଟୁନୀଝରନ ଶିକାରୀ ପଡା ଏହି ଗ୍ରାମ ବାଶି ଆଜି ବୁଧବାର ମୁରିବାହାଲ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ମୋବାଇଲ ଟାୱାର ବସାଇବା ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି । ଜନସଂଖ୍ୟ ଷୋହଲ ସହ ରୁ ଉର୍ଦ୍ଧ ହୋଇଥିବା ବେଳେ ୯୦୦ ଭୋଟର ଅଛନ୍ତି, ବିଡମ୍ବନା ର ବିଷୟ ଏହି କି ଜେ ସ୍ୱାଧୀନତା ର ୭୭ ବର୍ଷ ପରେ ମଧ୍ୟ ଏହି ଗ୍ରାମ ଗୁଡିକ ରେ ମୋବାଇଲ ନେଟୱର୍କ ସଂଯୋଗ ହୋଇପାରିନାହିଁ ଯାହା ଫଳରେ ଦୁନିଆ ଏତେ ଆଗକୁ ଗଲେ ମଧ୍ୟ ଛାତ୍ର ଛାତ୍ରୀ ମାନେ ଅନଲାଇନ ପାଠପଡା ରୁ ବଞ୍ଚିତ ହେଉଛନ୍ତି । ଏହାର ସମାଧାନ ପାଇଁ ଜନପ୍ରତିନିଧି ଜିଲ୍ଲାପାଳ ୫ଟି ସଚିବ ସମସ୍ତଙ୍କୁ ଜଣାଇଲା ପରେ ମଧ୍ୟ କିଛି ପ୍ରତିକ୍ରିୟା ମିଳିପାରିନାହିଁ । ତେଣୁ ଯଥା ଶୀଘ୍ର ଏହାର ସମାଧାନ କରାନଗଲେ ବାରବନ୍ଧ ଗ୍ରାମର ୯୦୦ ସହ ମତଦାତା ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ରେ ଭୋଟ ବର୍ଜନ କରି ପ୍ରତିବାଦ କରିବା ପାଇଁ ସ୍ଥିର କରିଛନ୍ତି । ଗ୍ରାମ ର ଶତାଧିକ ଗ୍ରାମ ବାଶି ଉପସ୍ତିତ ରହି ଦାବିପତ୍ର ପ୍ରଦାନ କରିଥିଲେ ।

ମୁରିବାହାଲ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ସହିତ ବାଳକୃଷ୍ଣ ମିଶ୍ର ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ