ନୂଆପଡା ବ୍ଲକ ସ୍ତରୀୟ ନୂତନ ଷ୍ଟାଡିୟମ ନିମନ୍ତେ ଡ଼ୁମେରପାଣି ରେ ଜମି ଚି଼ହ୍ନଟ

Jul 9, 2025 - 16:14
 0  10
ନୂଆପଡା ବ୍ଲକ ସ୍ତରୀୟ ନୂତନ ଷ୍ଟାଡିୟମ ନିମନ୍ତେ ଡ଼ୁମେରପାଣି ରେ ଜମି ଚି଼ହ୍ନଟ

ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡା ବ୍ଲକ ନିମନ୍ତେ ବ୍ଲକ ସ୍ତରୀୟ କ୍ରୀଡାଙ୍ଗନ ନିମିତ୍ତ ଜମି ଚି଼ହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଡୁମେରପାଣି ଗ୍ରାମରେ ଏକ ପେଚ୍ ରେ ଥିବା ୩୨ ଏକର ସରକାରୀ ଜମି ମଧ୍ୟରୁ ଆବଶ୍ୟକ ଜମି ପ୍ରଦାନ କରାଯିବ ବୋଲି ନୂଆପଡା ତହସିଲଦାର ପ୍ରଣବ ରଞ୍ଜନ ସାହୁ ପ୍ରକାଶ କରିଛନ୍ତି l ସରକାରୀ ନୀତି ନିୟମାନୁସାରେ ଏହା ପ୍ରଦାନ କରାଯିବ l କ୍ରୀଡ଼ାଙ୍ଗନ ନିମିତ୍ତ ୧୫ ରୁ ୧୮ ଏକର ଜମି ଦରକାର ହେଉଥିବାରୁ ତାହା ନିୟମାନୁସାରେ ପ୍ରଦାନ କରିବାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଦାଶଙ୍କୁ କ୍ରୀଡାବିତ୍ ଓ କ୍ରୀଡ଼ାପ୍ରେମୀ ମାନେ ଅନୁରୋଧ କରିଥିଲେ lଉକ୍ତ ଅଂଚଳକୁ ପରିଦର୍ଶନ କରି ଜିଲ୍ଲାପାଳ ଖୁସି ବ୍ୟକ୍ତ କରିଥିଲେ lଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼େଇଙ୍କୁ ଉକ୍ତ ସ୍ଥାନ ନୂତନ ଷ୍ଟାଡିୟମ ନିର୍ମାଣ ପାଇଁ ଉପଯୁକ୍ତ ହେବ ବୋଲି କହି ବିହିତ ପଦକ୍ଷେପ ନେବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ l ଏହାପରେ ତହସିଲଦାର ନୂଆପଡ଼ା, ରାଜସ୍ବ ସୁପରଭାଇଜର ଶ୍ରୀ ବାବୁ ଯୋଶୀ, ରାଜସ୍ବ ନିରୀକ୍ଷକ ନୂଆପଡ଼ା, ଜିଲ୍ଲାପରିଷଦ ସଭ୍ୟ ଶ୍ରୀମତୀ ଉମା ଠାକୁର,ଜିଲ୍ଳା କ୍ରୀଡ଼ା ଅଧିକାରୀଙ୍କ ସହିତ ସରଜମୀନ ତଦନ୍ତ କରି ଏଥିପାଇଁ ସୁପାରିଶ କରିଛନ୍ତି l ଏହି ସମୟରେ ଡ଼ୁମେରପାଣି ଗ୍ରାମର କ୍ରୀଡା ସଂଗଠକ ଶ୍ରୀ ପ୍ରମୋଦ ସାହୁ ଓ ଗ୍ରାମର କ୍ରୀଡାବିତ, ଯୁବଗୋଷ୍ଠୀ ଓ କ୍ରୀଡା ସଂଗଠକ ମାନେ ଉପସ୍ଥିତ ଥିଲେ l ଏହି ଖବର ଅଞ୍ଚଳରେ ଖୁସିର ମାହୋଲ ସ୍ରୁଷ୍ଟି କରିଛି lକ୍ରୀଡାବିତ୍ ଓ କ୍ରୀଡ଼ାପ୍ରେମୀ ମାନେ ଏହାଦ୍ୱାରା ଅଞ୍ଚଳରେ କ୍ରୀଡା ର ବିକାଶ ହେବ ବୋଲି ଆଶା ପୋଷଣ କରି ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ