ନୂଆପଡା ଜିଲାପାଳଙ୍କ ଦ୍ଵାରା ପରିବହନ ବିଭାଗ ପକ୍ଷରୁ "ଶୂନ୍ୟ ମୃତାହତ ପକ୍ଷ ପାଳନ" ଅବସରରେ ଆୟୋଜିତ ରାଲି ର ଶୁଭାରମ୍ଭ

Nov 27, 2025 - 22:05
 0  21
ନୂଆପଡା ଜିଲାପାଳଙ୍କ ଦ୍ଵାରା ପରିବହନ ବିଭାଗ ପକ୍ଷରୁ "ଶୂନ୍ୟ ମୃତାହତ ପକ୍ଷ ପାଳନ" ଅବସରରେ ଆୟୋଜିତ ରାଲି ର ଶୁଭାରମ୍ଭ

ନୂଆପଡା ଜିଲାପାଳ ମଧୁସୂଦନ ଦାଶ ଆଜି ପରିବହନ ବିଭାଗ ପକ୍ଷରୁ "ଶୂନ୍ୟ ମୃତାହତ ପକ୍ଷ ପାଳନ "ଅବସରରେ ଅନୁଷ୍ଠିତ ଏକ ରାଲିକୁ ଉଦ୍ଘାଟନ କରିଥିଲେ l ଦିନ ସକାଳ ୧୦:୩୦ ଘଟିକା ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ , ନୂଆପଡା ଠାରୁ ଆରମ୍ଭ ହୋଇ ପୋଲିସ ଷ୍ଟେସନ ପର୍ଯ୍ୟନ୍ତ ଏବଂ ପୁନର୍ବାର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା l ଜନସାଧାରଣ ମଧ୍ୟରେ ସଡକ ସୁରକ୍ଷା ସଚେତନତା ପାଇଁ ଏହି ପଦଯାତ୍ରାକୁ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରି ଥିଲେ I ଏଥିରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍, ସି ଡି ଏମ୍ ଓ ଡଃ ଧନେଶ୍ୱର ସେଠୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ ଏବଂ ଶତାଧିକ ଛାତ୍ରଛାତ୍ରୀ ଏହି ପଦଯାତ୍ରା ରେ ଅଂଶଗ୍ରହଣ କରି ଥିଲେ Iଏହା ସହିତ ପଥପ୍ରାନ୍ତ ନାଟକ ଦ୍ଵାରା ଜନସଚେତନତା ସୃଷ୍ଟି କରାଯାଇଥିଲା lଶୂନ୍ୟ ମୃତାହତ ପକ୍ଷ ପାଳନ ଅବସରରେ, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଂଚଳିକ ପରିବହନ ଅଧିକାରୀ ଶର୍ମିଲା ମହାରଣାଙ୍କ ଦ୍ଵାରା ୨୬ ତାରିଖ ଦିନ ଖରିଆର ରୋଡ଼ ସ୍ଥିତ ନବୋଦିତ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ସଡକ ସୁରକ୍ଷା ବିଭିନ୍ନ ଦିଗ ବିଷୟରେ ସଚେତନ କରାଯାଇଥିଲା I ଜିଲ୍ଲାପାଳଙ୍କ ଉପସ୍ଥିତି ଏବଂ ମୂଲ୍ୟବାନ ଉପଦେଶ ଓ ପରାମର୍ଶ କାର୍ଯ୍ୟକ୍ରମକୁ ସଫଳ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଉଚିତ୍ ଦିଗ ଦର୍ଶନ ଦେଇଥିଲା l

 ନୂଆପଡ଼ାରୁ ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ