ନୂଆପଡ଼ାରେ ଜାତୀୟ ପ୍ରେସ୍ ଦିବସ ପାଳିତ l

Nov 16, 2024 - 20:06
 0  3
ନୂଆପଡ଼ାରେ  ଜାତୀୟ ପ୍ରେସ୍ ଦିବସ ପାଳିତ l

ନୂଆପଡ଼ା, ତା 16.11.24 ଆଜି ନୂଆପଡ଼ାରେ ଜିଲ୍ଲାପାଳ ମଧୁସୂଦନ ଦାଶ ଙ୍କ ଅଧ୍ୟକ୍ଷତାରେ ସ୍ଥାନିୟ ସଦଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ବନଖଣ୍ଡ ଅଧିକାରୀ ମହାଦେବ ବଡାଇକ ଏଵଂ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଡ଼ଃ ଫଣିନ୍ଦମ୍ ଦେଓ ଅଂଶ ଗ୍ରହଣ କରିଥିଲେ l ଅତିଥି ମାନେ ଏ ବର୍ଷ ପାଇଁ ଥିବା ବିଷୟ ବସ୍ତୁ ଗଣ ମାଧ୍ୟମର ପରିବର୍ତନଶିଳ ସ୍ୱରୂପ ଉପରେ ବିଶଦ ଆଲୋଚନା କରିଥିଲେ l ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ l ସାମ୍ୱାଦିକ ମାନେ ସେମାନଙ୍କ କର୍ତ୍ତବ୍ୟ ଠିକ୍ ଭାବରେ ନିଭାଇଲେ ଜିଲ୍ଲାର ପ୍ରଗତି ହେବ l ଏହି ଅବସରରେ ସମାଜ ଜିଲ୍ଲା ପ୍ରତିନିଧି ସିମାଞ୍ଚଳ ମହାପାତ୍ର ନିଜ ବକ୍ତବ୍ୟ ରଖିଥିଲେ ଏଵଂ ଓଟିଭି ସାମ୍ୱାଦିକ କୁନାଲ ଚରଣ ବେହେରା ସ୍ବରଚିତ କବିତା ପାଠ କରିଥିଲେ l ସାମ୍ୱାଦିକ ମାନେ ଜିଲ୍ଲା ତଥା ଜନସାଧାରଣଙ୍କ ସମସ୍ୟା ଠିକ୍ ଭାବରେ ପ୍ରତିଦିନ ଉପସ୍ଥାପନ କରୁଥିବାରୁ ଜିଲ୍ଲାପାଳ ସେମାନଙ୍କ ପ୍ରଶଂସା କରିଥିଲେ l ଆଗାମୀ ଦିନରେ ଆହୁରି କର୍ତ୍ତବ୍ୟନିଷ୍ଠ ଭାବରେ କର୍ମ ସଂପାଦନ କରି ଜିଲ୍ଲାର ସର୍ବବିଧ ଉନ୍ନତିରେ ପ୍ରଶାସନକୁ ସହଯୋଗ କରିବା ପାଇଁ ଜିଲ୍ଲାପାଳ ସାମ୍ୱାଦିକ ମାନଙ୍କୁ ଆହ୍ଵାନ ଦେଇଛନ୍ତି l ଏହି ଅବସରରେ ଜିଲ୍ଲାପାଳ ସାମ୍ୱାଦିକ ମାନଙ୍କୁ ସେମାନଙ୍କ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାର କାର୍ଡ ପ୍ରଦାନ କରିଥିଲେ lଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସ୍ବାଗତ ସମ୍ଭାଷଣ ଦେବା ସହିତ ସଭା ସଂଯୋଜନା କରିଥିଲେ l ସାମ୍ୱାଦିକ ବିଭୁଦତ୍ତ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ lଏହି ସଭାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଜିଲ୍ଲାସ୍ତରୀୟ ସାମ୍ୱାଦିକ ତଥା ଜିଲ୍ଲାର ସମସ୍ତ ବ୍ଲକର ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥଲେ l ବରିଷ୍ଠ ରାଜସ୍ୱ ସହାୟକ ବିଭୁଦତ୍ତ ମିଶ୍ର ଏବଂ ସୂଚନା ଲୋକ ସମ୍ପର୍କ ବିଭାଗର ସମସ୍ତ କର୍ମଚାରୀ ସଭା ପରିଚାଳନାରେ ସହଯୋଗ କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ