।। ନୂଆପଡ଼ା ଜିଲ୍ଲାର ବିଭିନ୍ନ ଗ୍ରାମରେ କେନ୍ଦ୍ରୀୟ ଜଳ ଜୀବନ ମିଶନ ଟିମର ପରିଦର୍ଶନ ।।

Dec 16, 2023 - 22:25
 0  19
।। ନୂଆପଡ଼ା ଜିଲ୍ଲାର ବିଭିନ୍ନ ଗ୍ରାମରେ କେନ୍ଦ୍ରୀୟ ଜଳ ଜୀବନ ମିଶନ ଟିମର ପରିଦର୍ଶନ ।।

ନୂଆପଡା : ଜଳ ଜୀବନ ମିଶନର କେନ୍ଦ୍ରୀୟ ଟିମ୍ ଗତ ୧୧ ଡିସେମ୍ବର ୨୦୨୩ ରୁ ୧୮ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ନୂଆପଡ଼ା ଜିଲ୍ଲାର ଖରିଆର ଓ ବୋଡ଼େନ ବ୍ଳକ୍ ର ସର୍ବ ମୋଟ ୧୬ ଟି ଗ୍ରାମ ପରିଦର୍ଶନ କରୁଛନ୍ତି । ୱାସ୍ (WASH)ର ବିଶିଷ୍ଟ ବରିଷ୍ଠ ବିଶେଷଜ୍ଞ ଡ. କପିଲ ଦେବ ଶର୍ମା ତଥା ଡ. ଏସ. ପାଣ୍ଡେ ଖରିଆର ବ୍ଲକ୍ ର ସରଗାଦି, ନରସିଂହପୁର, ଋଷି ଗାଁ, ବଡ ଦୋହେଲ, ସାନ ଦୋହେଲ, ଲଛିପୁର, ବିଛିନାପାଲି ତଥା ବୋଡ଼େନ ବ୍ଲକର ଖଡୁପାନି, ସୁନାମୁଦି, କୋଟଗାଁ, କେଶ ରାଜପୁର, ତେତେଲ ପଡ଼ା, କୁଲେକେଲା, ଅନକାପୁର ଏଭଳି ୧୬ଟି ଗ୍ରାମ ପରିଦର୍ଶନ କରିଛନ୍ତି । ପ୍ରତି ଗ୍ରାମପଞ୍ଚାୟତରେ କେନ୍ଦ୍ରୀୟ ଅନୁଦାନର ସଫଳ ରୂପାୟନ ତଥା ବିଶୁଦ୍ଧ ପାନୀୟ ଜଳ ଯୋଗାଣ, "ହର୍ ଘର୍ ଜଲ୍", ଗ୍ରାମୀଣ ମହିଳାଙ୍କ ଦ୍ଵାରା କ୍ଷେତ୍ର ପରୀକ୍ଷଣ ପେଟି ମାଧ୍ୟମରେ ପାନୀୟ ଜଳ ପରୀକ୍ଷା, ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ବିଷୟରେ ଗ୍ରାମ୍ୟବାସୀଙ୍କ ଠାରୁ ଅବଗତ ହୋଇଥିଲେ । ତତ୍ ସହିତ ଟିମ୍ ଜିଲ୍ଲା ଜଳ ପରୀକ୍ଷା ଗାର ପରିଦର୍ଶନ କରିଥିଲେ ଏବଂ ଜିଲ୍ଲାପାଳ ମହୋଦୟଙ୍କ ସହ ସବିଶେଷ ଆଲୋଚନା କରିଥିଲେ । ଏହି ପରିଦର୍ଶନ କାର୍ଯ୍ୟକ୍ରମ ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଉତ୍ସାହ ପ୍ରଦାନ କରୁଛି ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ