ନୂଆପଡ଼ା ଜିଲ୍ଲା ସ୍ତରୀୟ ପିଏମଶ୍ରୀ ଉତ୍ସବ ଉଦଘାଟିତ

Feb 4, 2026 - 21:35
 0  11
ନୂଆପଡ଼ା ଜିଲ୍ଲା ସ୍ତରୀୟ ପିଏମଶ୍ରୀ ଉତ୍ସବ ଉଦଘାଟିତ

ସ୍ଥାନୀୟ ପିଏମଶ୍ରୀ ନେସନାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ପିଏମଶ୍ରୀ ଉତ୍ସବ ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମର ଆବାହକ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଶାନ୍ତ କୁମାର ମହାନ୍ତି ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠିତ ସମାରୋହର ନୂଆପଡ଼ା ଜିଲ୍ଲାପାଳ ତଥା ବିଶିଷ୍ଟ କବି ମଧୁସୂଦନ ଦାସ ଅଧ୍ୟକ୍ଷତା କରି ପିଏମଶ୍ରୀ ଉତ୍ସବ ଛାତ୍ରଛାତ୍ରୀ ମାନଙ୍କର ସର୍ବାଙ୍ଗୀନ ବିକାଶରେ ଏକ ପ୍ରକୃଷ୍ଠ କ୍ଷେତ୍ର ବୋଲି ମତବ୍ୟକ୍ତ କରିଥିଲେ। ସେହିପରି ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ଶିକ୍ଷକମାନେ ଦେଶର ମେରୁଦଣ୍ଡ ଓ ପିଏମଶ୍ରୀ ଯୋଜନା ଶିକ୍ଷାର ଗୁଣାତ୍ମକ ବିଭବକୁ ଆହୁରି ବୃଦ୍ଧି କରିବା ବୋଲି ମତ ଦେଇଥିଲେ । ବିଶିଷ୍ଟ ସଂସ୍କୃତି ଗବେଷକ ପଦ୍ମଶ୍ରୀ ଡ. ମହେନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଜାତୀୟ ଶିକ୍ଷାନୀତି ଉପରେ ନିଜର ବକ୍ତବ୍ୟ ରଖିଥିଲେ ଏଵଂ ଆନନ୍ଦମୟ ପରିବେଶରେ ଶିକ୍ଷାର୍ଥୀଗଣ ମଜ୍ଜିଯାଇ ଶିକ୍ଷାଗ୍ରହଣ ପାଇଁ ଉଦବୋଧନ ଦେଇଥିଲେ। ବିଶିଷ୍ଟ ଅତିଥି ଭାବରେ ବିଧାୟକ ନୂଆପଡ଼ା ଜୟ ଢୋଲକିଆ, ବନଖଣ୍ଡ ଅଧିକାରୀ ଏଫ୍.ଅଜିଜ ଖାଁ, ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ ,ପଞ୍ଚାୟତ ସମିତି ଅଧ୍ୟକ୍ଷା ନୂଆପଡ଼ା ତରେଶ୍ଵରୀ ସାହୁ ଅବସରପ୍ରାପ୍ତ ଅଧକ୍ଷ ଡ଼.ଶିବ ପ୍ରସାଦ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନୂଆପଡ଼ା ସୁଧାଂଶୁ ଶେଖର ମିଶ୍ର, ଡ. ରେଶମ ଲାଲ ନାଏକ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ନୂଆପଡ଼ା ଗିରିଧାରୀ ସା । ଏହି ଅବସରରେ ପିଏମଶ୍ରୀ ରାଜଏଟି ଐତିହ୍ୟ ବିଦ୍ୟାଳୟର ଶିକ୍ଷକ ଗୌରାଙ୍ଗ ସାହୁ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ରାମେଶ୍ବର ଦାସ ଓ ଶଙ୍କର୍ଷଣ ପୁରୋହିତଙ୍କ ତତ୍ତ୍ଵାବଧାନରେ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ନୂଆପଡ଼ା ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଅତିଥିମାନେ ଉତ୍ସବର ବିଭିନ୍ନ ଷ୍ଟଲ୍ ପରିଦର୍ଶନ କରିଥିଲେ। ଅପରାହ୍ନରେ ଅନୁଷ୍ଠିତ ବିଜ୍ଞାନ ଭିତ୍ତିକ ଆଲୋଚନା ଚକ୍ରରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଚନ୍ଦ୍ରଶେଖର ଚନ୍ଦ୍ରକାର ଯୋଗଦେଇ କ୍ୱାଣ୍ଟମ କମ୍ୟୁଟର ବିଷୟରେ ଆଲୋଚନା କରିଥିଲେ । ସନ୍ଧ୍ୟାକାଳୀନ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମକୁ ଶିକ୍ଷକ ଶଙ୍କର୍ଷଣ ପୁରୋହିତ ,ରାମେଶ୍ବର ଦାସ ଓ ଶିକ୍ଷୟିତ୍ରୀ ପ୍ରଜ୍ଞାପରମିତା ବିଶ୍ବାଳ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀମାନେ ନୃତ୍ୟ, ସଙ୍ଗୀତ, ନାଟକ,ପାଲା ପରିବେଷଣ କରିଥିଲେ । ସେହିପରି ସନ୍ଧ୍ୟାକାଳୀନ ଦ୍ଵିତୀୟ ଅଧିବେଶନରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରେଶମ ଲାଲ ନାଏକ ସ୍ବାଗତ ସମ୍ଭାଷଣ ସହ ଉତ୍ସବର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ଖରିଆର ରୋଡ ଡ. ସୋନିଆ ଜୈନ, ଜିଲ୍ଲାପରିଷଦ ସଦସ୍ୟା ଉମା ଠାକୁର , ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ, ଭାରତ ଲାଲ ରାଉତ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର,ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋଲାପ ଚନ୍ଦ୍ର ସାହୁ ମଞ୍ଚାସୀନ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୂଆପଡ଼ା ଗୀତାରାଣୀ ଯୋଶୀ , କୋମନା ଅନୀତା ପଣ୍ଡା, ଖଡିଆଳ କାହ୍ନୁ ଚରଣ ନାଏକ, ସିନାପାଲି ଯତୀନ୍ଦ୍ର କୁମାର ସେଠ ତଥା ଦାୟିତ୍ୱରେଥିବା ଆୟୋଜକ ପିଏମଶ୍ରୀ ଉତ୍ସବ ପାଳନ କମିଟି,ସାଧନ କେନ୍ଦ୍ର ସଂଯୋଜକ, ଜିଲ୍ଲାର ଶିକ୍ଷକ ଶିକ୍ଷୟତ୍ରୀ ,ସ୍ଥାନୀୟ ପିଏମଶ୍ରୀ ନେସନାଲ ଉଚ୍ଚ ବିଦ୍ୟାଳୟ ନୂଆପଡ଼ା ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା ବିଭାଗର କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ