ନୂଆପଡ଼ା କର୍ଲାକୋଟ ଅଞ୍ଚଲ ରେ ଟାୱାର ସମସ୍ୟା

May 31, 2023 - 20:49
 0  46
ନୂଆପଡ଼ା କର୍ଲାକୋଟ ଅଞ୍ଚଲ ରେ ଟାୱାର ସମସ୍ୟା

ବର୍ଷବର୍ଷ ଧରି ନେଟୱର୍କ ପାଇଁ ସଂଘର୍ଷ କରୁଛନ୍ତି ଅଞ୍ଚଳ ବାସି । ଗାଁକୁ ନାହିଁ ନେଟୱର୍କ, ଅନଲାଇନ୍ ମାଧ୍ୟମରେ ପାଠପଢି ପାରୁ ନାହାନ୍ତି,ଛାତ୍ର ଛାତ୍ରୀ, କି 108 ଆମ୍ବୁଲାନ୍ସ କୁ ମଧ୍ୟ ଯୋଗାଯୋଗ ହୋଇ ପାରୁନାହିଁ। ଏହିପରି ଏକ ଅଞ୍ଚଳ ହେଉଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ବିଜୁ ଏସ୍କପ୍ରେସ ରାସ୍ତାକଡ ରେ ଥିବା କର୍ଲାକୋଟ ଗ୍ରାମପଞ୍ଚାୟତ ର କିରେଝୋଲା, ଟାଙ୍ଗରୀପଡ଼ା ,କିରେକେଲା,ସର୍ଗିମୁଣ୍ଡା ଗାଁ ରେ ଅନଲାଇନ୍ ରେ ପିଲା ପାଠପଢି ପରୁନଥିବା ସେତିକି ନୁହେଁ , ନେଟୱର୍କ ଆସୁନଥିବା ପାଇଁ 108 ଆମ୍ବୁଲାନ୍ସ କୁ ମଧ୍ୟ ଫୋନ ମଧ୍ୟମରେ ଯୋଗା ଯୋଗ ହୋଇ ପାରୁନାହିଁ। ,ଏନେଇ ଅଭିଯୋଗ କରିଛନ୍ତି ଅଞ୍ଚଳ ବାସି। ବର୍ତମାନ ସମୟରେ 5g ନେଟୱର୍କ ଚାଲୁଥିବା ବେଳେ ଉକ୍ତ ଅଞ୍ଚଳ ରେ 2g ନେଟୱର୍କ ମଧ୍ୟ ଆସୁନାହିଁ। ଆପଣ ମାନେ ଦେଖି ପାରୁଥିବେ କିଏ ଗଛକୁ ଚଢି ନେଟୱର୍କ ଖୋଜୁଛି ତୋ କିଏ ପାଣି ଟାଙ୍କିକୁ ଚଢି କି ନିଜ ସମ୍ପର୍କୀୟ ଙ୍କ ସହିତ କଥା ହେବା ପାଇଁ ବାଧ୍ୟ ପଡୁଛି। ଅଗଣା ଖୁଣ୍ଟ ରେ ଫୋନ୍ ବାନ୍ଧିଥିବା ଓ ଗଛ ଉପରେ ଓ ପାଣି ଟାଙ୍କି ଉପରେ ଚଢି ନେଟୱର୍କ ଖୋଜୁଥିବା ଯୁବକଙ୍କ ପାଇଁ 5g ସେବା ସାତ ସପନ ହୋଇପଡିଛି। ଯେଉଁଠି ମୋବାଇଲ ନେଟୱର୍କ ପାଇଁ ବର୍ଷବର୍ଷ ଧରି ସଂଘର୍ଷ କରିବାକୁ ପଡୁଛି ଅଞ୍ଚଳ ବାସି । ଓ ନେଟୱର୍କ ପାଇଁ ସରକାର ଙ୍କ ବିଭିନ୍ନ ଯୋଜନାରୁ ବାଦ ପଡିଯାଇଛନ୍ତି ଅଞ୍ଚଳ ବାସି। ଯଥା ସିଘ୍ର ଉକ୍ତ ଅଞ୍ଚଲରେ ଟାୱାର ସ୍ଥାପନ କରିବା ପାଇଁ ଅଞ୍ଚଳ ବାସି ଦାବି ଜଣାଇଛନ୍ତି। ଓ ଏହାର କୌଣସି ପଦକ୍ଷେପ ନନେଲେ ବିଜୁଏକ୍ସ ପ୍ରେସ ରାସ୍ତା କୁ ଅନିର୍ଦ୍ଦିଷ୍ଟ କାଳପାଇଁ ଅବରୋଧ କରିବା ପାଇଁ ଚେତାବନି ଦେଇଛନ୍ତି।

ନୂଆପଡା ରୁ ବିରବଲ ପ୍ରଧାନ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ