।। ନୂଆ ଓ ଯୁବ ଓଡିଶା, ନବୀନ ଓଡିଶା ଏସ.ଏସ. ଡି. ଗୋପାଳପୁର ଉଚ୍ଚ ମାଧ୍ୟ ମିକ ବିଦ୍ୟାଳୟ ରେ ଉଦଯାପିତ ।।

Dec 16, 2023 - 20:20
 0  154
।। ନୂଆ ଓ ଯୁବ ଓଡିଶା, ନବୀନ ଓଡିଶା ଏସ.ଏସ. ଡି. ଗୋପାଳପୁର ଉଚ୍ଚ ମାଧ୍ୟ ମିକ ବିଦ୍ୟାଳୟ ରେ ଉଦଯାପିତ ।।

ଓଡ଼ିଶା ସରକାର ଙ୍କ ଦ୍ଵାରା ଆୟୋଜିତ ହେଉଥିବା ସମନ୍ୱିତ ଯୁବ ବିକାଶ କାର୍ଯ୍ୟଟି ରାଜ୍ୟର କ'ଣ ଅନୁକୋଣରେ ଧୁମ୍ ଧାମର ସହିତ ପାଳନ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣପାହାଣ ଘେରା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ସରକାରୀ (ଏସ୍ ଏସ ଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୋପାଳପୁର ଦ୍ଵାରା ଏହି ଅବସରରେ ସାମାଜିକ ସୁରକ୍ଷା ନିମନ୍ତେ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ଗୁଡ଼ିକ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଏସ.ଏସ. ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରୁ ଏକ ଶୋଭା ଯାତ୍ରl ବାହାରି ଛାତ୍ର ଛାତ୍ରୀ ମାନେ 2 କିଲୋମିଟର ଗୋପାଳପୁର ଗାଁରେ ପହଞ୍ଚି ଡେଙ୍ଗୁ ରୋଗ ର ସଚେତନତା ଓ ଶିକ୍ଷା ଏବଂ ମାଦକ ଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନସାଧାରଣ ଙ୍କ ସଚେତନତା ନିମନ୍ତେ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା l ଠିକ ସେହିଭଳି ଥୁଆମୂଳ ରାମପୁର ହେଲୋ ପଏଣ୍ଟ କୁ ଯାଇ ଛାତ୍ର ଛାତ୍ରୀ ମାନେ ମଇଳା ସଫା ସୁତୁରା କରିଥିଲେ l ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ନବୀନ କୁମାର ସାହୁ, ପ୍ରଧାନ ଶିକ୍ଷକ ଭରତ କୁମାର ନାଏକ, କନ୍ୟା ଆଶ୍ରମ ର ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ସାମଲ, ରବୀନ୍ଦ୍ର କୁମାର ସେଠିଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଲୋକ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l

କଳାହାଣ୍ଡି ଜିଲ୍ଲାରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ