ନିରାପଦ ଇଣ୍ଟରନେଟ୍ ଦିବସ ପାଳିତ
ମାଲକାନଗିରି, ୧୦/୨/୨୬: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନିରାପଦ ଇଣ୍ଟରନେଟ୍ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପ-ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।ଏହି ଅବସରରେ ଚଳିତ ବର୍ଷର ବିଷୟବସ୍ତୁ ସ୍ମାର୍ଟ ଟେକ୍, ସେଫ୍ ଚଇସେସ୍- ଏକପ୍ଲରିଙ୍ଗ ଦ ସେଫ୍ ଏଣ୍ଡ ରେସ୍ପନସିବଲ୍ ୟୁଜ୍ ଅଫ୍ ଏଆଇ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଏବଂ ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ମ୍ୟାନେଜର ଉପସ୍ଥିତ ରହି ଛାତ୍ରଛାତ୍ରୀ ଓ ଅତିଥିମାନଙ୍କୁ ଏହି ଦିବସର ତାତ୍ପର୍ଯ୍ୟ ବୁଝାଇଥିଲେ।ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ର ସତର୍କ ବିନିଯୋଗ ଉପରେ ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ମ୍ୟାନେଜର ନିଜ ବକ୍ତବ୍ୟରେ କହିଥିଲେ ଯେ, ଆଜିର ଡିଜିଟାଲ ଯୁଗରେ ଆମେ ସମସ୍ତେ ସଚେତନ, ଦାୟିତ୍ୱବାନ ଓ ସୁରକ୍ଷିତ ଡିଜିଟାଲ୍ ନାଗରିକ ହେବା ଆବଶ୍ୟକ। ବିଶେଷ କରି ଏଆଇ ବା କୃତ୍ରିମ ବୁଦ୍ଧିମତାର ବ୍ୟବହାର କିପରି ବୁଦ୍ଧିମତାର ସହ ଏବଂ ସୁରକ୍ଷିତ ଭାବେ କରାଯାଇପାରିବ, ସେ ନେଇ ସେ ଆଲୋକପାତ କରିଥିଲେ।ଅନ୍ୟପଟେ, ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଏଆଇ ବ୍ୟବହାରର ବିଭିନ୍ନ ସୁଫଳ ଓ କୁଫଳ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ଇଣ୍ଟରନେଟର ସୁରକ୍ଷିତ ବ୍ୟବହାର କରି କିପରି ସାଇବର ଅପରାଧରୁ ଦୂରେଇ ରହିହେବ, ସେଥିପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ପରିଶେଷରେ, ଏହି କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡିଜିଟାଲ୍ ସଚେତନତା ସୃଷ୍ଟି କରିବାରେ ବେଶ୍ ସହାୟକ ହୋଇଥିଲା।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0