ନିଖିଳ ଉତ୍କଳ ମୋହରିର ଦିବସ ପାଳିତ
ବାରିପଦା ତା 20/1 ବାରିପଦା ମୋହରିର ସଂଘ ତରଫରୁ ନିଖିଳ ଉତ୍କଳ ମୋହରିର ଦିବସ ପାଳିତ ହୋଇଯାଇଛି. ସଙ୍ଘର ସଭାପତି ଚତୁର୍ଭୁଜ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୟୁରଭଞ୍ଜ ଜିଲ୍ଲା ମୋହରିର ସଂଘର ସଭାପତି ଶରତ ଚନ୍ଦ୍ର ନାୟକ ଯୋଗଦେଇ ମୋହରିର ମାନଙ୍କ ଦାୟିତ୍ୱ ଏବଂ କର୍ତ୍ତବ୍ୟ ବିଷୟରେ ଅବଗତ କରିବା ସହ ମୋହରୀର ଦିବସ ପାଳନ ସମ୍ବଧରେ ଆଲୋଚନା କରିଥିଲେ. ସଂଘର ସମ୍ପାଦକ ସଂଗ୍ରାମ ସତପଥି ମୋହରିର ମାନଙ୍କ ଦୈନ୍ୟନ୍ଦିନ କାର୍ଯ୍ୟରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ. ବରିଷ୍ଠ ମୋହରୀର ଶତ୍ରୁଘ୍ନ ପ୍ରଧାନ,ଲକ୍ଷ୍ମୀଧର ମହାନ୍ତି, ସନ୍ତୋଷ ସାହୁ, ଅମିନ ମହାନ୍ତ, ମୋହରିର ଦିବସ ପାଳନ ବିଷୟରେ ନିଜନିଜର ବକ୍ତବ୍ୟ ରଖିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ବିବେକା ନନ୍ଦ ସାହୁ, ତ୍ରିଲୋଚନ କମିଳା, ପ୍ରଶାନ୍ତ କୁମାର ନାଏକ ପ୍ରମୁଖ ଶତାଧିକ ମୋହରିର କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ, କୋଷାଧ୍ୟକ୍ଷ ପିତାମ୍ବର ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0