ନବରଙ୍ଗପୁର ଠାରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ ସଦାଶିବ ତ୍ରୀପାଠୀ ଙ୍କ ଜନ୍ମ ଜୟନ୍ତୀ ସମାରୋହ ପାଳନ !

Apr 21, 2025 - 19:20
 0  8
1 / 1

1.

ନବରଙ୍ଗପୁର ଠାରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ ସଦାଶିବ ତ୍ରୀପାଠୀ ଙ୍କ ଜନ୍ମ ଜୟନ୍ତୀ ସମାରୋହ ପାଳନ !

ନବରଙ୍ଗପୁର,ସ୍ଥାନୀୟ ନବରଙ୍ଗପୁର ପୌରପାଳିକା ସମ୍ମିଳନୀ ଗୃହରେ ସକାଳ ୮.୩୦ ମି ସମୟରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ା ସଦାଶିବ ତ୍ରୀପାଠୀଙ୍କ ଜନ୍ମ ଜୟନ୍ତୀ ସମାରୋହ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ,ପୂଜ୍ୟପୂଜା,ସ୍ମୃତି ଚାରଣ ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି ! ଏହି ଅବସରରେ ସକାଳ ୮.୦୦ ଘ ସମୟରେ ସ୍ଥାନୀୟ ସଦାଶିବ ପାର୍କ ଠାରେ ସ୍ଥାପିତ ଡ ସଦାଶିବ ତ୍ରୀପାଠୀ ଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ଅତିଥି ରୂପେ ମାନ୍ୟବର ରାଜ୍ୟସଭା ସାଂସଦ ମୁଜ୍ଜିବୁଲା ଖାଁ ଏବଂ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ତପନ କୁମାର ଖୁଣ୍ଟିଆ,ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ଡ ସଦାଶିବ ତ୍ରୀପାଠୀଙ୍କ ଦାୟାଦ କେଦାରନାଥ ତ୍ରିପାଠୀ ,ମୁନା ତ୍ରିପାଠୀ,ଜଗନ୍ନାଥ ମହାପାତ୍ର, ଡ ବିଜୟ ମିଶ୍ର ,ରାଧାନାଥ ବେହେରା,ବିଜୟ ଚୌଧୁରୀ , ସଂଗୀତା ତ୍ରିପାଠୀ,ପ୍ରଭାତୀ ତ୍ରିପାଠୀ, ଟିକିମା ତ୍ରିପାଠୀ ପ୍ରମୁଖ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରିଥିଲେ ଏବଂ ସ୍ଥାନୀୟ ମ୍ୟୁନିସିପାଲ ହାଇସ୍କୁଲ୍ ର ଛାତ୍ର, ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ,ମହାବିଦ୍ୟାଳୟ ଅଧ୍ୟାପକ,ସହରର ବୁଦ୍ଧିଜୀବୀ,କବି,ଲେଖକ,ଗଣମାଧ୍ୟମ ପ୍ରତିନିଧି,ବିଭାଗୀୟ ଅଧିକାରୀ ମଧ୍ଯ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ! ପୌର ପାଲିକା ସମ୍ମିଳନୀ ଗୃହରେ ଅନୁଷ୍ଠିତ ସ୍ମୃତି ଚାରଣସଭାରେ ମଞ୍ଚାସିନ ବିଶିଷ୍ଟ ଅତିଥି ରାଜ୍ୟସଭା ସାଂସଦ ମୂଜ୍ଜିବୁଲା ଖାଁ ଏବଂ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ନିଜ ବକ୍ତବ୍ୟରେ ଡ ସଦାଶିବ ତ୍ରୀପାଠୀଙ୍କୁ ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଲୋକପ୍ରିୟ ନେତା,ଆଦର୍ଶବାଦୀ, ସାଧୁତା ଓ ସଚ୍ଚୋଟତାର ମୂର୍ତ୍ତିମନ୍ତ ପ୍ରତୀକ , ଜ୍ଞାନୀ, ଭୁସଂସ୍କାର ଆଇନ ର ସଫଳ ରୂପାୟନକର୍ତ୍ତା ରୂପେ ଅଭିହିତ କରି ନିଜ ଜୀବନରେ ତାଙ୍କର ଆଦର୍ଶ ଓ ଦର୍ଶନ କୁ ପ୍ରତିଫଳିତ କରିବା ପାଇଁ ଆହ୍ବାନ କରିଥିଲେ ! ମୁଖ୍ୟ ବକ୍ତା ଡ ବିଜୟ ମିଶ୍ର ଡ ସଦାଶିବ ତ୍ରୀପାଠୀ ଙ୍କ ଜୀବନ ଦର୍ଶନ,ସ୍ଵାଧୀନତା ସଂଗ୍ରାମ ,ମୁଖ୍ୟମନ୍ତ୍ରୀ ଥିବା ସମୟରେ କରିଥିବା ଉଲ୍ଲେଖନୀୟ କାର୍ଯ୍ୟ ଉପରେ ସମ୍ୟକ୍ ବିବରଣୀ ଦେଇଥିଲେ !ସମ୍ମାନୀତ ଅତିଥି କେଦାରନାଥ ତ୍ରିପାଠୀ, ମୁନା ତ୍ରିପାଠୀ,କୁନୁ ନାୟକ,ତପନ ଖୁଣ୍ଟିଆ ନିଜ ବକ୍ତବ୍ୟରେ ଡ ସଦାଶିବ ତ୍ରୀପାଠୀ ଙ୍କ ଦେଶ ପ୍ରେମ, ସ୍ଵାଧୀନତା ସଂଗ୍ରାମ ଓ କାରାବରଣ, ଜମିଜମା ଓ ରାଜସ୍ଵ ଆଇନ ,କର୍ମମୟ ଜୀବନ, ବିଭିନ୍ନ ଯୁଗାନ୍ତକାରୀ ପଦକ୍ଷେପ,ଲୋକପ୍ରିୟତା ଉପରେ ବିଶେଷ ତଥ୍ୟ ପ୍ରଦାନ କରିଥିଲେ ! କବି ଜେମାମଣି ବିଷୋୟୀ ଡ ସଦାଶିବ ତ୍ରୀପାଠୀ ଙ୍କ ଉପରେ କବିତା ପାଠ କରିଥିଲେ ! ଏହି ଅବସରରେ ଉଚ୍ଚ ବିଦ୍ୟାଳୟ ସ୍ତର ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ଅତିଥିଗଣ ସାର୍ଟିଫିକେଟ୍ ଓ ପୁରସ୍କାର ପ୍ରଦାନ କରିଥିଲେ ! ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ସଭାର ଆୟୋଜନ ,ସଞ୍ଚାଳନ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ! ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ