ନବରଙ୍ଗପୁର ଜିଲ୍ଲାରେ ବୁଲିଲା ବଜ୍ରପାତ ସଚେତନତା ରଥ

Aug 4, 2025 - 18:22
 0  68
ନବରଙ୍ଗପୁର ଜିଲ୍ଲାରେ ବୁଲିଲା ବଜ୍ରପାତ ସଚେତନତା ରଥ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୪.୦୮.୨୦୨୫ ରିଖ: ବଜ୍ରପାତରୁ ଜନସାଧାରଣଙ୍କ ସୁରକ୍ଷା ତଥା ଏ ସମ୍ବନ୍ଧୀୟ ସତର୍କତା ଅବଲମ୍ବନ ନିମନ୍ତେ ଆଜି ପୂର୍ବାହ୍ନ ୧୦ ଘଣ୍ଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନବରଙ୍ଗପୁର ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ଜିଲ୍ଲା ବିପର୍ଜୟ ପରିଚାଳନା କତ୍ରୁପକ୍ଷ ଡଃ ମହେଶ୍ବର ସ୍ବାଇଁ ଙ୍କ ଦ୍ବାରା ବଜ୍ରପାତ ସୁରକ୍ଷା ସମ୍ପର୍କିତ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି ! ଏହି ରଥ ସହରାଞ୍ଚଳ ଏବଂ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି, ସମସ୍ତ ଗ୍ରାମ ପଞ୍ଚାୟତ ଏବଂ ଗ୍ରାମ ଗୁଡ଼ିକ ପରିକ୍ରମା କରି ଜନସାଧାରଣଙ୍କୁ ବଜ୍ରପାତ ସମୟରେ ଉଚିତ ପଦକ୍ଷେପ ନେଇ କିପରି ନିଜେ ସୁରକ୍ଷିତ ରହି ଅନ୍ୟମାନଙ୍କୁ କିପରି ସୁରକ୍ଷିତ ରଖିପାରିବେ ଏଥି ସମ୍ବନ୍ଧୀୟ ସଚେତନ‌ତା ବାର୍ତ୍ତା ପ୍ରଦାନ କରିବ ! ଏହି ବଜ୍ରପାତ ସଚେତନତା ରଥ ସତର୍କତାମୂଳକ ପଦକ୍ଷେପ,ସୁରକ୍ଷା ବାର୍ତ୍ତା, ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା କମ କରିବା ଉପରେ ସୂଚନା ପ୍ରଚାର ପ୍ରସାର କରିବ ! ବିଭିନ୍ନ ଅନୁଷ୍ଠାନ ତଥା ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରି ଏ ସମ୍ବନ୍ଧୀୟ ଜନ ସଚେତନତା କରାଇବାକୁ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ! ଏହି ସଚେତନତା ରଥର ଶୁଭାରମ୍ଭ ସମୟରେ ଅତିରିକ୍ତ ଜିଲାପାଳ ( ରାଜସ୍ଵ ) ବିଶ୍ବଜିତ ଚନ୍ଦ୍ର ବର୍ମନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦର୍ବାନ, ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଜାତି ଓ ଜନଜାତି ବିଭାଗ ରାଜୀବ ଲୋଚନ ସାହୁ,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନବରଙ୍ଗପୁର ଡ ସୁନିଲ ଖରା, ଡେପୁଟି କଲେକ୍ଟର ସମୀର ପାତ୍ର, ସହାୟକ ଜିଲ୍ଲାପାଳ ( ଜରୁରୀକାଳୀନ ) ହେମନ୍ତ ସୌରା, ବିନାୟକ ଖାଡଙ୍ଗା, ଶିବ ପ୍ରସାଦ ପାଢି, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ( ଜରୁରୀକାଳୀନ ) ହିମାଂଶୁ ଶେଖର ପଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ, ଜିଲ୍ଲା ସୂଚନା ଓ ଲୋସମ୍ପର୍କ ଅଧିକାରୀ ମନୋଜ ବେହେରା, ଜରୁରୀକାଳୀନ ବିଭାଗ ସେକ୍ଶନ ଅଫିସର ତ୍ରିପତି ବାଲାଜି ସାହୁ, ଗଗନ ବିଷୋଇ, ହର୍ଷା ଜୈନ, ପ୍ରଶାନ୍ତ କୁମାର ତ୍ରିପାଠୀ, ଏ.ମିନା କୁମାରୀ, ରାମକୃଷ୍ଣ ପୂଜାରୀ ଅଭିନାଶ ପାତ୍ର, ଜଗନ୍ନାଥ ମହାପାତ୍ର ଙ୍କ ସହ ଜିଲ୍ଲା କାର୍ଯ୍ୟାଳୟ ସମସ୍ତ କର୍ମକର୍ତା ତଥା ଅନ୍ୟାନ୍ୟ ଜିଲାସ୍ତରୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ