।। ନବଜ୍ୟୋତି ବିଦ୍ୟାଳୟରେ ବନ ମହୋତ୍ସଭ ବୃକ୍ଷରୋପଣ ଅନୁଷ୍ଠିତ ।।

Jul 29, 2024 - 18:48
 0  16
।। ନବଜ୍ୟୋତି ବିଦ୍ୟାଳୟରେ ବନ ମହୋତ୍ସଭ ବୃକ୍ଷରୋପଣ ଅନୁଷ୍ଠିତ ।।

ନୂଆପଡା : ସ୍ଥାନୀୟ ନବଜ୍ୟୋତି ବିଦ୍ୟାଳୟ ଖରିଆର ରୋଡ ଠାରେ ବିଦ୍ୟାଳୟର ଇକୋ କ୍ଲବ, ଗ୍ରୀନ ସ୍କ୍ୱାଡ, ସ୍କାଉଟ, ଗାଇଡ, ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମିଳିତ ପ୍ରାୟାସରେ ଉତ୍ସାହର ସହିତ ବନମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏକ ପେଡ ମା କେ ନାମ ଆୟୋଜିତ ହୋଇ ଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ରଞ୍ଜନା ସାଜୁଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବନଖଣ୍ଡ ଅଧିକାରୀ ସୁନାବେଡ଼ା ବନ୍ୟଜନ୍ତୁ ବିଭାଗ ମହାଦେଓ ବୁଡେକ୍ ,ସମ୍ମାନୀତ ଅତିଥି ପ୍ରକୃତି ବନ୍ଧୁ ଶିକ୍ଷକ କିଶୋର କୁମାର ପରିଡ଼ା, ଇକୋ କ୍ଲବ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ପି. କନକଦୁର୍ଗା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଭାରତର ଯଶସ୍ଵି ପ୍ରଧାନମନ୍ତ୍ରୀଙ୍କର ବାର୍ତ୍ତା ଏକ ପେଡ ମା କେ ନାମ ମାଧ୍ୟମରେ ବ୍ୟାପକ ବୃକ୍ଷରୋପଣ, ବନମହୋତ୍ସବ ପାଳନ ମାଧ୍ୟମରେ ଲୋକଙ୍କ ମନରେ ସଚେତନତା, ନିଜ ପରିବେଶ କୁ ସବୁଜ ସୁନ୍ଦର କରି ଗଢିତୋଳିବାରେ ପ୍ରୟାସ, ନିଜ ଘର ଏବଂ ନିଜ ବିଦ୍ୟାଳୟରେ ବୃକ୍ଷରୋପଣ ଛାତ୍ରଛାତ୍ରୀ ମାନଙ୍କର ସହଭାଗୀତା ଇତ୍ୟାଦି ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ଛାତ୍ରଛାତ୍ରୀ ମାନେ ସବୁଜ ସୁନ୍ଦର ପରିବେଶ ଓ ବୃକ୍ଷରୋପଣ ଆଧାରିତ ସଙ୍ଗୀତ, ଭାଷଣ, ଜ୍ଞାନ ପରୀକ୍ଷା ଏଵଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବନମହୋତ୍ସବ ପାଳନ ଅବସରରେ ଅତିଥି ମାନଙ୍କ ଦ୍ଵାର ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବିଦ୍ୟାଳୟ ଇକୋ କ୍ଲବ ଦାୟିତ୍ବରେ ଥିବା ଶିକ୍ଷୟିତ୍ରୀ ପି. କନକଦୁର୍ଗା,ସ୍କାଉଟ ମାଷ୍ଟର ପୁରୁଷୋତ୍ତମ ପାଣ୍ଡେ, ଗାଇଡ କ୍ୟାପଟେନ ୟଶୋ ଦାସ, ଶିକ୍ଷକ ଶିକ୍ଷୟିତ୍ରୀ, ଇକୋ କ୍ଲବ, ଗ୍ରୀନ ସ୍କ୍ୱାଡ, ସ୍କାଉଟ, ଗାଇଡ ଓ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିଲା ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ