ନବ ଦାସ ଫାଉଣ୍ଡେସନ ପକ୍ଷରୁ ରଚନା ଓ ବକ୍ତୃତା ପ୍ରତିଯୋଗିତା

Jan 18, 2026 - 23:33
 0  58
ନବ ଦାସ ଫାଉଣ୍ଡେସନ ପକ୍ଷରୁ ରଚନା ଓ ବକ୍ତୃତା ପ୍ରତିଯୋଗିତା

କୋଲାବିରା,୧୮/୦୧(ଫାଷ୍ଟ ନ୍ୟୁଜ ଓଡିଶା )- ସ୍ବର୍ଗତ ନବ ଦାସ ଙ୍କ ୩ୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ନବ ଦାସ ଫାଉଣ୍ଡେସନ ଝାରସୁଗୁଡ଼ା ପକ୍ଷରୁ କୋଲାବିରା ପଞ୍ଚାୟତ ସମିତି କଲେଜ ରେ ବକ୍ତୃତା ଓ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଭିନ୍ନ ବିଦ୍ୟାଳୟ ରୁ ଛାତ୍ର ଛାତ୍ରୀ ଭାଗ ନେଇଥିଲେ l ବକ୍ତୃତା ଜୁନିୟର ବର୍ଗରେ ୧୦ ଜଣ ଓ ସିନିୟର୍ ବର୍ଗରେ ୧୦ ଜଣ ଏବଂ ରଚନା ଜୁନିୟର ବର୍ଗରେ ୧୫ ଜଣ ଓ ଜୁନିୟର ବର୍ଗରେ ୧୨ ଜଣ ପ୍ରତିଯୋଗୀ ଭାଗନେଇଥିଲେ l ପ୍ରତିଯୋଗିତାରେ ବାଗମରେ କଲେଜ ଅଧ୍ୟକ୍ଷ ମଧୁସୂଦନ ବଳବନ୍ତ ରାୟ, ଅଧ୍ୟାପକ ରୋହିତ ଖର୍ସେଲ, କୋଲାବିରା କଲେଜ ଅଧ୍ୟାପିକା ଡୋମେଲିକା ଲାକ୍ରା ଓ ପ୍ରିୟଦର୍ଶିନୀ ଦାଶ ବିଚାରକ ଭାବେ ଯୋଗଦେଇଥିଲେ l ପୂର୍ବତନ ବିଧାୟିକା ଦିପାଳି ଦାସ ଓ ସ୍ବର୍ଗତ ନବ ଦାସ ଙ୍କ ସହଧର୍ମିଣୀ ମିନତି ଦାସ ଯୋଗଦେଇ ସମସ୍ତ ପ୍ରତିଯୋଗୀ ଙ୍କୁ ମାନପତ୍ର ଓ ମୋମେଣ୍ଟୋ ଦେଇ ସମ୍ମାନିତ କରିଥିଲେ l ପ୍ରତିଯୋଗିତା କୁ ସମସ୍ତ ବର୍ଗରେ ୧ମ,୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଙ୍କୁ ଆସନ୍ତା ୨୯ ତାରିଖ ଆୟୋଜିତ ହେବାକୁ ଥିବା ୩ୟ ନବ ଦାସ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି l ଆୟୋଜିତ ପ୍ରତିଯୋଗିତା ରେ ବ୍ଲକ ଅଧ୍ୟକ୍ଷ ଭୋଜରାଜ ପଟେଲ, ଜିଲ୍ଲାପରିଷଦ ସଭ୍ୟ ନୃପଲାଲ ପଶାୟତ, ବିଜେଡି ଜିଲ୍ଲା ଉପସଭାପତି ତୁଳାରାମ ସେନାପତି, ବିଜେଡି ବ୍ଲକ ସଭାପତି ପୁରୁଷୋତ୍ତମ ନାଏକ , ପୂର୍ବତନ ସଭାପତି ଗୌତମ ନାଏକ, ଲକ୍ଷ୍ମଣ ସାହୁ, ବିରେନ୍ଦ୍ର ମହାପାତ୍ର, ସୁରେନ୍ଦ୍ର ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ବାହୁକ, ନନ୍ଦିତା ନାଏକ, ସୂର୍ଯ୍ୟକାନ୍ତି ଚାନ୍ଦ, ରଘୁନାଥପାଲି ସରପଞ୍ଚ ରଞ୍ଜନ ସରାଫ, ପ୍ରଶାନ୍ତ ମହାନନ୍ଦିଆ, ସନତ ସିଂ, ଚେତାନନ୍ଦ ପଟେଲ, ଗୁରୁ ଚରଣ ସାହୁ ପ୍ରମୁଖ ପ୍ରତିଯୋଗିତା ପରିଚାଳନା ରେ ସହଯୋଗ କରିଥିଲେ l

କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।

What's Your Reaction?

Like Like 2
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ