ଧୋଡ଼ିପାଣି,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବଦଳି

Jan 3, 2026 - 12:14
 0  18
ଧୋଡ଼ିପାଣି,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବଦଳି

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୨.୦୧.୨୦୨୬ ରିଖ: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଧୋଡ଼ିପାଣି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଘୁମଣୀ ଯାନୀଙ୍କ ବିଦାୟ ରାଇଘର ବ୍ଲକର ନୁଆଁପାରା ସରକାରୀ ବିଦ୍ୟାଳୟକୁ ବଦଳି ହୋଇଯାଇଛି ! ସେ ୨୦୧୯ ମସିହାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଧୋଡ଼ିପାଣି ସରକାରୀ ବିଦ୍ୟାଳୟରେ ଯୋଗଦେଇ ଛଅ ବର୍ଷ ଧରି ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ ତୁଲେଇଥିଲେ ! ସେ ଜଣେ ମେଳାପୀ,ପରୋପକାରୀ ଓ ଛାତ୍ର ବତ୍ସଳ ଶିକ୍ଷକ ଥିଲେ ! ଛାତ୍ରଛାତ୍ରୀ ମାନଙ୍କୁ ଅମାପ ସ୍ନେହ ଆଦର ଦେବା ସହିତ ଅବିଭାବକ,ସହ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହିତ ଘନିଷ୍ଠ ମିତ୍ର ଭାବ ରଖି ସମସ୍ତଙ୍କ ମନ ଜିଣି ନେଇଥିଲେ !ତତ୍ ସହିତ ବିଦ୍ୟାଳୟରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ସବୁ କରି ଅନେକ ପ୍ରଶଂସା ମଧ୍ୟ ସାଉଁଟିଥିଲେ ! ତାଙ୍କର ଏହି ବଦଳି ଖବର ଛାତ୍ରଛାତ୍ରୀ ଓ ଅବିଭାବକ ମାନଙ୍କୁ ମର୍ମାହତ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀ,ଅଞ୍ଚଳର ବୁଦ୍ଧିଜୀବୀ ଓ ଜ୍ଞାନୀଗୁଣି ମାନଙ୍କୁ ମଧ୍ୟ ବିଚଳିତ କରିଛି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଛାତିରେ ପଥର ରଖି ଛଳଛଳ ଆଖିରେ ବିଦାୟ ଜଣେଇବା ସହିତ ତାଙ୍କର ଉଜ୍ୱଳ ଭବିଷ୍ୟତର କାମନା କରିଥିବା ସୂଚନା ମିଳିଛି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ