।। ଧରା ପଡିଲେ ଡକାୟତ ଗେଙ୍ଗ:ପୋଲିସ କବଜାରେ ୭ ଡକାୟତ ।।

Jan 14, 2024 - 21:48
 0  8
।। ଧରା ପଡିଲେ  ଡକାୟତ ଗେଙ୍ଗ:ପୋଲିସ କବଜାରେ ୭  ଡକାୟତ ।।

ଢ଼େଙ୍କାନାଳ ଟାଉନ ପୋଲିସକୁ ବଡ଼ ସଫଳତା । ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି ପୋଲିସ । ଗତମାସ ୩୦ ତାରିଖରେ କଲେଜ ବାଇପାସ୍ ନିକଟ ଇଲେକ୍ଟ୍ରି ଅଫିସରୁ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟ ଅଭିଯୋଗରେ ୭ ଜଣ ଦୁର୍ବୃତ ଗିରଫ ହୋଇଛନ୍ତି । ସମସ୍ତ ଅଭିଯୁକ୍ତ ଅନୁଗୁଳ ଜିଲ୍ଲାର ହୋଇଥିବା ଜଣାପଡିଛି l ସେମାନଙ୍କ ଠାରୁ ଗୋଟିଏ ଇଟାଲୀ ମେଡ ବନ୍ଧୁକ, ଗୋଟିଏ କଟୁରୀ, ତିନୋଟି ମୋବାଇଲ ଫୋନ୍, ବୋଲୋରୋ ଗାଡ଼ି ଏବଂ ୫୫ ହଜାର ଟଙ୍କା ଜବତ ହୋଇଛି । ଏହି ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ମଧ୍ୟ ମାମଲା ରହିଛି । ଏମାନେ ବିଶେଷ ଭାବରେ ଫାଇନାନ୍ସ କର୍ମଚାରୀ ଓ ଗୋଟିକିଆ ଘର ଦେଖି ଡକାୟତ କରିଥାନ୍ତି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର କହିଛନ୍ତି ।

ଢେଙ୍କାନାଳ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ