।। ଧନ୍ଦାମୂଳକ ଶିକ୍ଷା ପରିଧାନ ବିଭାଗ ସଚେତନତା ସଭା ଏବଂ ଚାନ୍ଦୁଆ ପ୍ରଶିକ୍ଷଣ ଶିବିର ।।

Dec 19, 2023 - 18:34
 0  48
।। ଧନ୍ଦାମୂଳକ ଶିକ୍ଷା ପରିଧାନ ବିଭାଗ ସଚେତନତା ସଭା ଏବଂ ଚାନ୍ଦୁଆ ପ୍ରଶିକ୍ଷଣ ଶିବିର ।।

ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣ କୁଳ ନାରାୟଣ ଉଚ୍ଚ ବିଦ୍ୟାଳୟ ରେ ଧନ୍ଦାମୂଳକ ଶିକ୍ଷା ର ସଚେତନତା ସଭା ଏବଂ ପିପିଲି ଚାନ୍ଦୁଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥି ନିମନ୍ତେ ଆୟୋଜିତ ଉତ୍ସବ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କାଞ୍ଚନ ଷଡ଼ଙ୍ଗୀ ପୌରହିତ୍ୟ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସୂର୍ଯ୍ୟ ମଣୀ ସାହୁ ସମ୍ନାନୀତ ଅତିଥି ଓଡ଼ଗାଁ ବ୍ଲକ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ଗୀତାଞ୍ଜଳି ସାହୁ,ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ର ଜିଲ୍ଲା ସଂଯୋଜକ ଶ୍ରୀ ବିଭୁ ଭୂଷଣ ମିଶ୍ର,ବାଳିକା ଉଚ୍ଚ ବିଦ୍ୟାଳୟ ଶରଣ କୁଳ ର ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ,ଏବଂ ବିଦ୍ୟାଳୟ ଅଭିଭାବକ କମିଟି ଶ୍ରୀ ବିକ୍ରମ କୁମାର ଦାସ ଉପସ୍ଥିତ ଥିଲେ।ଏହି ସଚେତନତା କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷକ ଗୋଦାବରୀ ବସନ୍ତିଆ ସଂଯୋଜନା କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ରେ ନାରାୟଣ ଉଚ୍ଚ ବିଦ୍ୟାଳୟ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣ କୁଳ ର ନବମ ଓ ଦଶମ ଶ୍ରେଣୀର ପରିଧାନ ବିଭାଗ ର ୮୦ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ।ତତସହିତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଧନ୍ଦାମୂଳକ ଶିକ୍ଷା ର ଉପାଦେୟତା ବିଷୟରେ କହିଥିବା ବେଳେ ଶ୍ରୀମତୀ ସାହୁ କଠିନ ପରିଶ୍ରମ ଦ୍ୱାରା ସବୁ କିଛି ସମ୍ଭବ ବୋଲି ମତ ଦେଇଛନ୍ତି।ଅତିଥି ଶ୍ରୀ ମିଶ୍ର ଧନ୍ଦାମୂଳକ ଶିକ୍ଷା ଦେଶର ଆର୍ଥିକ ଅଗ୍ରଗତି ରେ ସହାୟକ ହେବ ବୋଲି ମତ ଦେଇଥିବା ବେଳେ ଶ୍ରୀମତୀ ଷଡ଼ଙ୍ଗୀ ବିଦ୍ୟାଳୟ ରେ ଧନ୍ଦାମୂଳକ ଶିକ୍ଷା ର ସୁପ୍ରଭାବ ବିଷୟରେ ମତ ଦେଇଛନ୍ତି।ଠିକ ସେହିପରି ପରିଧାନ ବିଭାଗ ଛାତ୍ର ଛାତ୍ରୀ ଙ୍କ ପାଇଁ ନିଶ୍ଚିତ ସୁଯୋଗ ଦେବି ବୋଲି ବକ୍ତବ୍ୟ ରଖିଛନ୍ତି।ପରିଧାନ ବିଭାଗ ତରଫରୁ ଦିଆଯାଇଥିବା ବାର୍ଷିକ ବିବରଣୀ କୁ ବରିଷ୍ଠ ଶିକ୍ଷକ ଗୋଦାବରୀ ବସନ୍ତିଆ ପଠନ କରିଛନ୍ତି।ତତସହିତ ବିଦ୍ୟାଳୟରେ ଚାନ୍ଦୁଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି।ପ୍ରଶିକ୍ଷିକା ପୁଷ୍ପାଞ୍ଜଳି ରାଉତ,କମଳା ମାଝି ଏବଂ ବିଦ୍ୟାଳୟ ର ପରିଧାନ ବିଭାଗ ର ପ୍ରଶିକ୍ଷିକା ରୋଜାଲୀନ ମିଶ୍ର ଙ୍କ ଦ୍ଵାରା ଚାନ୍ଦୁଆ ପ୍ରଶିକ୍ଷଣ କାର୍ଯ୍ୟ ହୋଇଛି।ଉକ୍ତ ପ୍ରଶିକ୍ଷଣ ଶିବିର ରେ ୮୦ଶିକ୍ଷାର୍ଥୀ ଯୋଗଦେଇଛନ୍ତି। ପରିଶେଷରେ କାର୍ଯ୍ୟକ୍ରମ କୁ ଧନ୍ଦାମୂଳକ ଶିକ୍ଷା ର ଭାରପ୍ରାପ୍ତ ଅଧି କାରିଣୀ ଧନ୍ୟବାଦ ଅର୍ପଣ କରିଛନ୍ତି।

ନୟାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ