।। ଧଣ୍ଡାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷଣୀୟ କେନ୍ଦ୍ର ର ଲୋକାର୍ପଣ ଉତ୍ସବ ।।

ଖପ୍ରାଖୋଲ, ୩୦।୯(ସମିସ) ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକ୍ ଧଣ୍ଡାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷଣୀୟ କେନ୍ଦ୍ର ର ରାଜ୍ୟସ୍ତରୀୟ ଲୋକାର୍ପଣ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। କୋଭିଡ ପରେ ଶିକ୍ଷଣୀୟ ମୂଲ୍ୟ ବୋଧ ର ଅଭିବୃଦ୍ଧି ପାଇଁ ଏଚ ଡି ଏଫ୍ ସି ବ୍ୟାଙ୍କ୍ ଓ ଇଣ୍ଡିଆ ଆମେରିକାନ ଫାଉଣ୍ଡେସନ ର ମିଳିତ ଉଦ୍ୟମ ରେ ଅଧା ରେ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇଁ ବ୍ଲକ୍ ତଥା ଜିଲ୍ଲା ର ବିଦ୍ୟାଳୟ ପିଲାଙ୍କୁ ଆକୃଷ୍ଟ କରିବା କୁ ଶିକ୍ଷଣୀୟ କେନ୍ଦ୍ର ମାନ ଆରମ୍ଭ ହୋଇଥିବା ବେଳେ ତାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସମ୍ମାନିତ ଅତିଥି ରୂପେ ବଲାଙ୍ଗିର ଲୋକ ସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା ପ୍ରମୁଖ ଯୋଗଦେଇଥିଲେ। ଉତ୍ସବ ରେ ଏଚ ଡି ଏଫ୍ ସି ଓ ଆଇ ଏ ଏଫ୍ ର କର୍ମ କର୍ତ୍ତା, ଦଳୀୟ କର୍ମୀ, ଛାତ୍ରୀ ଛାତ୍ର, ଅଭିଭାବକ ଉପସ୍ଥିତ ଥିଲେ।
ଧଣ୍ଡାମୁଣ୍ଡା ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






