।। ଦୂଷିତ ପାଣି ଧରି ବିଡ଼ିଓ ଙ୍କ ଦ୍ବାରସ୍ଥ ହେଲେ ପୁଟ ମାରି ଗ୍ରାମ ବାସୀ ।।

Jun 14, 2023 - 05:17
 0  34
।। ଦୂଷିତ ପାଣି ଧରି ବିଡ଼ିଓ ଙ୍କ  ଦ୍ବାରସ୍ଥ ହେଲେ ପୁଟ ମାରି ଗ୍ରାମ ବାସୀ  ।।

।। ଦୂଷିତ ପାଣି ଧରି ବିଡ଼ିଓ ଙ୍କ ଦ୍ବାରସ୍ଥ ହେଲେ ପୁଟ ମାରି ଗ୍ରାମ ବାସୀ ।।

ବ୍ୟବହାର କରି ଆସୁଥିବା ଦୂଷିତ ପାନୀୟ ଜଳ ଧରି ଆଜି ବିଡ଼ିଓ ଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମ ବାସୀ। ଏ ମାନେ ହେଉଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ,ଏ ମାଲକାନଗିରି ପଞ୍ଚାୟତ ଅଧିନସ୍ଥ ପୁଟ ମାରି ଗ୍ରାମ ବାସୀ। କାର୍ଯ୍ୟାଳୟ ରେ ବିଡ଼ିଓ ନଥାଇ କ୍ଷେତ୍ର ପରିଦର୍ଶନ ରେ ଯାଇ ଥିବାରୁ , ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସଞ୍ଜିବ କୁମାର ଅଲି ଙ୍କୁ ସାକ୍ଷାତ କରିଥିଲେ।

ଏବଂ ଦାବି ପତ୍ର ପ୍ରଦାନ କରିଥିଲେ। ଏଥିରେ ଶ୍ରୀ ଅଲି ଦାବି ପତ୍ର ଗ୍ରହଣ କରି, ଖୁବଶିଘ୍ର ନଳକୂଅ ମରାମତି କରି ପାଣି ଯୋଗାଇ ଦେବା ବ୍ୟବସ୍ଥା କରିବି। ଏବଂ ନୂତନ ନଳକୂଅ ମଧ୍ୟ ଖନନ ବ୍ୟବସ୍ଥା କରାଯିବ ବୋଲି ଗ୍ରାମବାସୀ ଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସୂଚନା ମୁତାବକ ଗ୍ରାମ ବାସୀ କହିବା ଅନୁସାରେ ଦିର୍ଘ ମାସ ହେଲା ଦୂଷିତ ପାଣି ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହେଉଛନ୍ତି। ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ରେ ଯାଇ, ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ସେଠାକାର ଅଧିକାରୀ ମାନଙ୍କୁ ପାନୀୟ ଜଳର ସ୍ଥାୟୀ ପ୍ରତିକାର କରାଯିବା ଲାଗି ଦାବି କରିଛନ୍ତି। ହେଲେ ସେମାନଙ୍କ ଦାବି କୁ କେହି କର୍ଣ୍ଣପାତ କରୁନଥିବା ରୁ ଆଜି ସେହି ଦୂଷିତ ପାଣି ଧରି ବିଡ଼ିଓ ଙ୍କ ଦ୍ଵାରାସ୍ଥ ହୋଇ ଥିବା, ଗାଁ ର ନାଏବ ସରପଞ୍ଚ ,ଗୋବର ଗୈାଡ, ହରି ଗୈାଡ, ମଦନ ଗୈାଡ, ସୁନା ମଣି ଗୈାଡ, ଲଳିତା ଗୈାଡ, ଜିତେନ୍ଦ୍ର କୁଳଦୀପ ପ୍ରମୁଖ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ଏହି ଗ୍ରାମ ରେ ଗୈାଡ ସମ୍ପ୍ରଦାୟର ୧୩ ପରିବାର ଲୋକ ବସବାସ କରନ୍ତି।ଜନ ସଂଖ୍ୟା ୮୦ ହେବେ। ଦିର୍ଘ ବର୍ଷ ତଳେ ଗାଁ ରେ ଗୋଟିଏ ନଳକୂଅ ଖନନ କରାଯାଇ ଥିଲା। ସେଥିରେ ଗ୍ରାମ ବାସୀ ବର୍ଷ ତମାମ , ବିଶୁଦ୍ଧ ପାନୀୟ ଜଳ ଭାବେ ବ୍ୟବହାର କରୁଥିଲେ। ହେଲେ ଗତ ୬ ମାସ ତଳେ, ବ୍ଲକ ପକ୍ଷରୁ, ସୋଲାର ପମ୍ପ ସଂଯୋଗ କରି ସେଥିରେ ପାଣି ଯୋଗାଇ ଦେବାକୁ ସୋଲାର ପମ୍ପ ସଂଯୋଗ କଲେ। ହେଲେ ସୋଲାର ସଂଯୋଗ କରିବା ଏକ ସପ୍ତାହ ମଧ୍ୟରେ ଭଲ ଥିବା ନଳକୂଅ ,ଖରାପ ହୋଇ ଗଲା। ଯାହା ଦ୍ଵାରା କୈାଣସି ବିକଳ୍ପ ନ ପାଇ, ଗାଁ ନିକଟସ୍ଥ ଦୂଷିତ ବିଲ ପାଣି ବ୍ୟବହାର କରୁଥିବା ଗ୍ରାମ ବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଆଗକୁ ବର୍ଷା ମାସ ଆସୁଛି। ଆମକୁ ବିଶୁଦ୍ଧ ପାଣି ଯୋଗାଇ ଦିଅନ୍ତୁ । ଯଦି ଝାଡ଼ାବାନ୍ତି ହେଲେ ବିଭାଗ ଦାୟୀ ରହିବେ ବୋଲି କୁହାଯାଇଛି।

 କୋରାପୁଟ ରୁ ବାବୁଲା ଖିଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ