ଦୂର୍ନୀତିଆ ଠିକାଦାରଙ୍କୁ ପୁନର୍ବାର କାର୍ଯ୍ୟାଦେଶ ଏବଂ ନିମ୍ନମାନର କାର୍ଯ୍ୟକୁ ନେଇ ଅଞ୍ଚଳବାସୀଙ୍କ କ୍ଷୋଭ:ପ୍ରଶାସନର ନୀରବତା ପ୍ରଶ୍ନବାଚୀ ଘେରରେ

Sep 2, 2025 - 15:19
 0  7
ଦୂର୍ନୀତିଆ ଠିକାଦାରଙ୍କୁ ପୁନର୍ବାର କାର୍ଯ୍ୟାଦେଶ ଏବଂ ନିମ୍ନମାନର କାର୍ଯ୍ୟକୁ ନେଇ ଅଞ୍ଚଳବାସୀଙ୍କ କ୍ଷୋଭ:ପ୍ରଶାସନର ନୀରବତା ପ୍ରଶ୍ନବାଚୀ ଘେରରେ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ଖାଣ୍ଡିଆ ଗ୍ରାମପଞ୍ଚାୟତରେ ଦୂର୍ନୀତିଆ ଠିକାଦାରଙ୍କୁ ପୁନର୍ବାର କାର୍ଯ୍ୟାଦେଶ ଦିଆଯାଇଥିବାକୁ କେନ୍ଦ୍ରକରି ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଅଧିବାସୀଙ୍କ ଅଭିଯୋଗ, ଅଧାପନ୍ତରିଆ କଲ୍ୟାଣ ମଣ୍ଡପ ବର୍ଷ ବର୍ଷ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବାବେଳେ, ଏହାକୁ ସର୍ବସାଧାରଣଙ୍କ ସୁବିଧା ପରିବର୍ତ୍ତେ ଠିକାଦାରଙ୍କ ଗୋଦାମ ଭାବେ ବ୍ୟବହାର କରାଯାଉଛି। ଏହାଛଡ଼ା କଲ୍ୟାଣମଣ୍ଡପ ପରିସରରେ ନୂଆ ପାଣି ପମ୍ପ ବରିଂ ନ କରିଥିବା ସତ୍ତେ ବିଲ୍ ଉଠାଇନେବା ଅଭିଯୋଗ ମଧ୍ୟ ଉଠିଛି।ଏହି ସବୁ ଦୂର୍ନୀତିକୁ ଅବହେଳା କରି ପୁଣିଥରେ ସେହି ଠିକାଦାରଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟାଦେଶ ଦିଆଯାଇଥିବାରୁ ଲୋକଙ୍କ ମଧ୍ୟରେ ଆଶ୍ଚର୍ଯ୍ୟ ସହିତ କ୍ଷୋଭ ପ୍ରକାଶ ପାଇଛି। ବର୍ତମାନ ଖାଣ୍ଡିଆ ପଞ୍ଚାୟତରେ ଚାଲୁଥିବା ସ୍ଵାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରେ ନିମ୍ନମାନର ଲୁହାଛଡ଼, ଆବଶ୍ୟକତା ଠାରୁ ଅଳ୍ପ ସିମେଣ୍ଟ ଭାଗ, ଅତ୍ୟନ୍ତ ଖରାପ ଇଟା ବ୍ୟବହାର କରାଯାଉଥିବା ଦେଖି ଗ୍ରାମବାସୀ ଅସନ୍ତୁଷ୍ଟ ହୋଇଛନ୍ତି।। ଅଭିଯୋଗ ରେ ଅଞ୍ଚଳବାସୀ ଠିକାଦାରଙ୍କ ନାମ ଗୋବିନ୍ଦ ସାହୁ କହିଥିବା ସୂଚନା ମିଳିଛି। ବିଭିନ୍ନ ସମୟରେ ତାଙ୍କ ବିରୋଧରେ ଜାଲି ମେଟେରିଆଲ୍ ବ୍ୟବହାର, ସୂଚନାଫଳକ ନଲଗାଇବା, ନିମ୍ନମାନର କାମ ଯୋଗୁଁ ଅନେକ ଅଭିଯୋଗ ଉଠିଥିଲେ ମଧ୍ୟ ପ୍ରଶାସନୀୟ ଉଦାସୀନତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।ନିକଟରେ, ଶ୍ୟାମାଖୁଣ୍ଟା ବ୍ଲକ୍ ବୈଠକରେ ବିଧାୟିକା ଶୁଶ୍ରୀ ସଞ୍ଜଳୀ ମୂର୍ମୁ ମଧ୍ୟ ନିମ୍ନମାନର ହଷ୍ଟେଲ୍ ନିର୍ମାଣ କାର୍ଯ୍ୟକୁ ଦେଖାଇ ସେହି ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରିବାକୁ ସ୍ପଷ୍ଟ ନିର୍ଦେଶ ଦେଇଥିଲେ।ତଥାପି ଏହି ଠିକାଦାରଙ୍କୁ ବାରମ୍ବାର କାର୍ଯ୍ୟାଦେଶ ମିଳିବାରେ ପ୍ରଶାସନୀୟ ସହଯୋଗ, ବଡ଼ ଅଧିକାରୀଙ୍କ ନୀରବତା ଓ ରାଜନୈତିକ ସୁରକ୍ଷା ପ୍ରଶ୍ନଚିହ୍ନ ତିଆରି କରିଛି।ତେଣୁ ଜିଲ୍ଲା ପାଳ ଙ୍କୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ଯେ ତୁରନ୍ତ ଦୃଷ୍ଟାନ୍ତମୂଳକ ତଦନ୍ତ କରାଯାଇ ବିହିତ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ