।। ଦୁଇମାସ ଧରି ଅଙ୍ଗନୱାଡ଼ି କେନ୍ଦ୍ରରେ ଝୁଲୁଛି ତାଲା ।।

May 16, 2023 - 11:56
 0  63
।। ଦୁଇମାସ ଧରି ଅଙ୍ଗନୱାଡ଼ି କେନ୍ଦ୍ରରେ ଝୁଲୁଛି ତାଲା ।।

ଦୁଇ ମାସ ହେବ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ୍ ରହିଛି । ଏ ନେଇ ସିଡିପିଓଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ୟା ସମାଧାନ ହେଉନଥିବା ପ୍ରକାଶ ପାଇଛି । ବାରମ୍ବାର ଅଭଯୋଗ ପରେ ସମାସ୍ୟାର ସମାଧାନ ନ ହେବାରୁ ବାଧ୍ୟହୋଇ ଗ୍ରାମବାସୀ ଆଜି ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକେଇଛନ୍ତି l ଏହି ପରି ଏକ ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକର ଶିମିଳିଅଟାଲ ଗ୍ରାମରେ l ସୂଚନା ଅନୁଯାୟୀ ଗତ ଛଅ ମାସ ହେବ ଅଙ୍ଗନୱାଡ଼ି କେନ୍ଦ୍ରକୁ ନିୟମିତ ଭାବେ ଦିଦି ଆସି ନାହାଁନ୍ତି । କିମ୍ବା ଛତୁଆ , ଲଡୁ , ଅଣ୍ଡା ନିୟମିତ ଭାବେ ଦେଉନାହାନ୍ତି । ପିଲାଙ୍କ ପ୍ରାକ୍ ବିଦ୍ୟାଳୟ ହେଉଛି ପିଲାଙ୍କ ଭବିଷ୍ୟତ ଏଥିରୁ ପିଲାଙ୍କୁ ପାଠ ପଢ଼ା ମଧ୍ୟ ବନ୍ଦ ରହିଛି l ଆଉ ତା ଠାରୁ ଅଧିକ ଗୁରୁ୍ତ୍ୱପୂର୍ଣ୍ଣି ଅଭିଯୋଗ ହେଲା ଗତ ୨ ମାସ ହେବ ଅଙ୍ଗନବାଡି କେନ୍ଦ୍ର ସମ୍ପୂର୍ଣ୍ଣ ବନ୍ଦ ରହିଛି l ଦିଦି କିମ୍ବା ସୋହlୟିକା କେନ୍ଦ୍ରକୁ ଆସୁନାହାନ୍ତି l କୁନି ପିଲାଙ୍କ ପାଇଁ ରୋଷେଇ କରାଯାଉନାହିଁ l ଏହି ସମସ୍ୟାକୁ ନେଇ ବୈପାରୀଗୁଡା ସିଡ଼ିପିଓ ଜି ସୀତା କୁମାରୀଙ୍କୁ ଗ୍ରାମବାସୀ ବହୁବାର ଲିଖିତ ଅଭିଯୋଗ କଲେ ମଧ୍ୟ ସମସ୍ୟାର ସମାଧାନ ହେଲାନାହିଁ l ଏଣୁ ବାଧ୍ୟ ହୋଇ ଆଜି ଗ୍ରାମବାସୀ ଶିମିଳିଅଟାଲ ଅଙ୍ଗନବାଡି କେନ୍ଦ୍ରରେ ତାଲା ଝୁଲାଇଛନ୍ତି l ଆଉ ସମସ୍ୟାର ସମାଧାନ ପରେ ତାଲା ଖୋଲିବେ ବୋଲି ମତ ରଖିଛନ୍ତି l ଅନ୍ୟପଟେ ଅଙ୍ଗନବାଡି କର୍ମୀ ୨ ମାସ ଧରି କେନ୍ଦ୍ରରେ ରୋଷେଇ ବନ୍ଦ ଥିବା ଘଟଣାକୁ ସ୍ୱୀକାର କରିଛନ୍ତି, ଆଉ ଅଙ୍ଗନବାଡି କର୍ମୀଙ୍କୁ ସୋୟାୟିକl ସହଯୋଗ କରୁନଥିବା ବେଳେ ଗାଁ ଲୋକେ ପିଲାଙ୍କୁ କେନ୍ଦ୍ରକୁ ପଠାଉ ନାହାନ୍ତି ବୋଲି କହିଛନ୍ତି ଅଙ୍ଗନବାଡି ଦିଦି l ଏନେଇ ସିଡିପିଓଙ୍କୁ ପଚାରିବାରୁ କେମେରା ସାମ୍ମାନାରେ ସେ ମୁହଁ ଖୋଲି ନାହାନ୍ତି କିନ୍ତୁ ଅତି ଶୀଘ୍ର ସମସ୍ୟା ର ସମାଧାନ କରାଯିବ ବୋଲି ମତ ରଖିଛନ୍ତି l

 ବୈପାରିଗୁାଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ