ଦୁଇ ଶିଶୁକନ୍ୟାଙ୍କୁ ଜନ୍ମଦେଇ ଆଖି ବୁଜିଲେ ମାଆ ସହଯୋଗର ହାତ ବଢ଼େଇଲା ପିପିପି ଟ୍ରଷ୍ଟ
ବାରିପଦା ତା ୨୦/୦୧(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା.) ଦୁଇ ଶିଶୁକନ୍ୟାକୁ ଜନ୍ମଦେଇ ଆରପାରିରେ ମା ସଂଜିତା ବେଣ୍ଟକାର. ଏଭଳି ଅଭାବନୀୟ ଘଟଣା ଘଟିଛି ବାରିପଦା ନିକଟସ୍ଥ ଉଠାଣିନୂଆଗାଁ ଗ୍ରାମ ନିବାସୀ ସିପୁ ବେଣ୍ଟକାରଙ୍କ ପରିବାରରେ. ପିଆରଏମ ଡାକ୍ତରଖାନାରେ ସଂଜିତା ଦୁଇ ଶିଶୁକନ୍ୟାକୁ ଜନ୍ମଦେବା ପରେ ଅସୁସ୍ଥ ହୋଇପଡ଼ିଥିଲେ. ରକ୍ତର ଆବଶ୍ୟକତା ପଡିବାରୁ ସମାଜସେବୀ ଅରବିନ୍ଦ ମୁଖି ଖବର ପାଇ ତୁରନ୍ତ ୨ଜଣ ରକ୍ତଦାତା ଯୋଗାଡ଼ କରିଥିଲେ. ମାତ୍ର ଅବସ୍ଥା ଆହୁରି ଗୁରୁତର ହେବାରୁ ସିପୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଘରୋଇ ଚିକିତ୍ସାଳୟକୁ ନେଇଗଲେ. ସେଠାରେ ପୁଣି ରକ୍ତର ଆବଶ୍ୟକତା ପଡିବାରୁ ପିପିପି ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଅକ୍ଷୟ ମହାନ୍ତି ଆଉ ଦୁଇ ୟୁନିଟ ରକ୍ତର ବ୍ୟବସ୍ଥା କରାଇଥିଲେ. ସମସ୍ତ ଚେଷ୍ଟା ସତ୍ୱେ ଶେଷରେ ଆଖିବୁଜିଲେ ମା' ସଂଜିତା. ଗାଁରେ ଶେଷକୃତ୍ୟ ସମ୍ପନ୍ନ ହେଲା. ଖବର ପାଇ ଡଃ ମହାନ୍ତିଙ୍କ ସମେତ ସମାଜସେବୀ ଡଃ ନିରୋଜ କୁମାର ପୋଥାଳ, ସୋମନାଥ ସିଂହ, ସର୍ଦ୍ଦାର ହରିଚରଣ ସିଂହ, ଚିତ୍ତରଞ୍ଜନ ସ୍ୱାଇଁ, ସଂଜୀବ କୁମାର ସାହୁ, ଅରବିନ୍ଦ ମୁଖି ଓ ଭରତ ଚନ୍ଦ୍ର ପାତ୍ର ତାଙ୍କ ଗ୍ରାମରେ ପହଂଚି ପିପିପି ଟ୍ରଷ୍ଟ ତରଫରୁ ୫ ହଜାର ଟଙ୍କାର ଚେକ ସହ ୧ ହଜାର ଟଙ୍କା ନଗଦ ରାଶି ଓ ଶିଶୁ ଖାଦ୍ୟ ସିପୁଙ୍କୁ ପ୍ରଦାନ କରିଥିଲେ. ପ୍ରକାଶ ଥାଉକି ସିପୁଙ୍କର ୧୦ ବର୍ଷର ଓ ୭ ବର୍ଷର ଦୁଇ ଝିଅ ସହ ପିତାମାତା ମଧ୍ୟ ଅଛନ୍ତି. ସେ ଏକ ହୋଟେଲରେ ନିମ୍ନ ମଜୁରୀରେ କାମକରି ପରିବାର ପ୍ରତିପୋଷଣ କରନ୍ତି. ପରବର୍ତ୍ତୀ ସମୟରେ ପରିବାରକୁ ସାହାଯ୍ୟ କରିବା ପ୍ରୟାସ ଜାରିରହିବ ବୋଲି ସମାଜସେବୀ ମାନେ ପ୍ରକାଶ କରିଛନ୍ତି.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0