।। ଦୁଆଝରଠାରେ ନିର୍ମାଣ ହୋଇଥିବା ଆଦିବାସୀ ଛାତ୍ରୀ ନିବାସ ଦୀର୍ଘ 11 ବର୍ଷ ହେଲା ଉଦଘାଟନ ଅପେକ୍ଷାରେ ରହିଛି l।

Jul 14, 2023 - 11:55
 0  19
।। ଦୁଆଝରଠାରେ ନିର୍ମାଣ ହୋଇଥିବା ଆଦିବାସୀ ଛାତ୍ରୀ ନିବାସ ଦୀର୍ଘ 11 ବର୍ଷ ହେଲା ଉଦଘାଟନ ଅପେକ୍ଷାରେ ରହିଛି l।

ନୂଆପଡା ଜ଼ିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଦୁଆଝରଠାରେ ନିର୍ମାଣ ହୋଇଥିବା ଆଦିବାସୀ ଛାତ୍ରୀ ନିବାସ ଦୀର୍ଘ 11 ବର୍ଷ ହେଲା ଉଦଘାଟନ ଅପେକ୍ଷାରେ ରହିଛି l 2012-13ରେ ୧00 ଶଯ୍ୟା ବିଶିଷ୍ଟ ଏହି ଆଦିବାସୀ ଛାତ୍ରୀ ନିବାସକୁ ତତ୍କାଳୀନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଉଦଘାଟନ କରିଥିଲେ l ହେଲେ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇନଥିବାରୁ ଭୂତକୋଠି ଓ ମଦୁଆମାନଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ସହ ଗଛାଲଟାରେ ଭର୍ତି ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି l ଅନ୍ୟପକ୍ଷରେ ସବୁଠାରୁ ଅଶ୍ୱର୍ଯ୍ୟକର କଥା ଯେ ଆଦୌ ଉଦଘାଟନ ହୋଇନଥିବା ବେଳେ 2018-19 ମସିହାରେ ପାଞ୍ଚ ଲକ୍ଷ କୋଡ଼ିଏ ହଜାର ଟଙ୍କା ଛାତ୍ରୀ ନିବାସ ମରାମତି ପାଇଁ ଖର୍ଚ ହୋଇଥିବା ସୂଚନା ଫଳକରୁ ଜଣାପଡ଼ିଛି l ଏପରିକି ରାସ୍ତା କଂକ୍ରିଟକରଣ ତଥା ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଟଙ୍କା ଆସୁଛି ହେଲେ କାହା ଉଦ୍ଦେଶ୍ୟରେ ସେହି ଟଙ୍କା ଖର୍ଚ କରାଯାଇଛି ତାହା ପ୍ରଶନ ଶୃଷ୍ଟି କରିଛି l ସେହିପରି ଏହି ଛାତ୍ରଟି ନିବାସ ପାଇଁ ବିଭିନ୍ନ ପଦବୀରେ କିଛିଲୋକଙ୍କୁ ନିଯୁକ୍ତି ମଧ୍ୟ ଦିଆଯାଇଛି ହେଲେ ଏହା ଆରମ୍ଭ ହେଉନଥିବାରୁ ସେମାନଙ୍କୁ ଅନ୍ୟ ସ୍ଥାନରେ ନିଯୁକ୍ତି କରାଯାଇଛି l ଏଣୁ ତୁରନ୍ତ ଜ଼ିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଏହି ଆଦିବାସୀ ଛାତ୍ରଟି ନିବାସ କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀଙ୍କ ମଧ୍ୟରେ ଦାବି ହେଉଛି l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ