ଦୀର୍ଘ ଦିନ ର ସ୍ୱପ୍ନ ପୁରଣ ହେଇଚି ନନ୍ଦପୁର ରେ

Jul 28, 2025 - 15:23
 0  9
ଦୀର୍ଘ ଦିନ ର ସ୍ୱପ୍ନ ପୁରଣ ହେଇଚି ନନ୍ଦପୁର ରେ

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପ୍ରେସକ୍ଳବ ଗଠନ କରାଜିବା ସହ। ପ୍ରଥମ ପ୍ରତିଷ୍ଟା ଦିବସ ଅନୁଷ୍ଠିତ ହେଇଯାଇଛି। ବରିଷ୍ଟ ନାଗରିକ ତଥା ପୂର୍ବତନ ବ୍ଲକ ଅଦକ୍ଷ ଗୋପାଳ କୃଷ୍ଣ ବେବୋର୍ତ୍ତା ଙ୍କ ସବାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନନ୍ଦପୁର ବିଡିଓ ଦୁର୍ଗାପ୍ରସାଦ ଦୋରା, ମୁଖ୍ୟ ବକ୍ତା ସୁନାମ ଧନ୍ୟକବି ବିଚିତ୍ରାନନ୍ଦ ପଣ୍ଡା, ସଂମ୍ମାନିତ ଅତିଥି ନନ୍ଦପୁର ଏସ. ଡି. ପି. ଓ ଦେବେନ୍ଦ୍ର କୁମାର ମଲିକ, ଉତ୍କଳ ସାମ୍ବାଦିକ ସଂଙ୍ଗର ସଙ୍ଗଟନସୋମ୍ପାଧକ ଚୈତନ୍ୟ ହୋନ୍ତାଳ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜୟରାମ ଭୋଇ, ପୂର୍ବତନ ସରପଞ୍ଚ ଜଗନ୍ନାଥ ପାଙ୍ଗି, ପ୍ରଥମେ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ କରି ସଭାକାଯ୍ୟ ଉଦଘାଟନ କରିଥିଲେ। ଏହି ଅବସରରେ ନନ୍ଦପୁର ପ୍ରେସ କ୍ଳବର ସାମ୍ବାଦିକ ମାନେ ଯେ ପରି ସତ୍ୟ ତଥ୍ୟ। ଆଧାରରେ ଖବର ପରିବେଷଣ କରି ସମାଜ କୁ ସୁସ୍ଥ ପରିବେଶ ରଖିହେବ ବୋଲି ଅତିଥି ମାନେ କହିଥିଲେ। ସେଷରେ ନନ୍ଦପୁର ପ୍ରେସ କ୍ଳବ ଗଠନ ସହ ମନୋନୀତ କର୍ମ କର୍ତ୍ତା ଯଥା ପ୍ରେସ କ୍ଳବ ସଭାପତି ତ୍ରିନାଥ ଖରା, ସାମ୍ବାଦିକ ରମେଶ ଅଧିକାରୀ, କାର୍ଯ୍ୟକାରୀ ସଭାପତି ଦୁର୍ଗାପ୍ରସାଦ ପାଡ଼ି, ସହ ସମ୍ପାଦକ ବିମଳରାଓ ସ୍ମିତ,କୋଷାଧକ୍ଷ ଶଙ୍କର ପାଙ୍ଗି,ସଂସ୍କୃତି କମିଟି ହୋରେଶ ଖିଲ, ହିରୋନ୍ୟ ବିଶୋଇ, ମନଜ ମୁଦୁଲି, ସାମୁଏଲ ଖେମୁଣ୍ଡୁ, ପ୍ରମୁଖ ଙ୍କୁ ଶୁଭେଚ୍ଛା ସହ ଶୁଭକାମନା ଜଣାଇଥିଲେ। ଏହି ଅବସର ରେ ପାଡୁଆ ନାରାୟଣ ପଣ୍ଡା ସ୍ମୁତି ସାହିତ୍ୟ ସଂସଦ ପକ୍ଷରୁ ନନ୍ଦପୁର କ୍ଳବ ବରିଷ୍ଟ ସାମ୍ବାଦିକ ପ୍ରବାକୋର ମହାରଣା, ଶିବ ପ୍ରସାଦ ବେବୋର୍ତ୍ତା ଓ କୋରାପୁଟ ଜିଲ୍ଲା ର ଜଣେ ମହିଳା ସାମ୍ବାଦିକ ଭାରତୀ ମିଶ୍ର ଓ ଶ୍ରେଷ୍ଠ ପାଠକ ଭାବେ ଅବସର ପ୍ରାପ୍ତ ଶିକ୍ଷକ କିସର ଚନ୍ଦ୍ର ପଣ୍ଡା ଓ ହଜି ଯାଇଥିବା କୌଳିକ ବୃତ୍ତି ପୁଣି ଆପଣାଇ ପୁଣି ତାଲିମ ନେଇଥିବା ୧୪ଜଣ ସ୍ୱଙ୍ଗ ସହାୟକ ଗୋଷ୍ଟି ର ମା ମାନଙ୍କୁ ସଂମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ସରପଞ୍ଚ ସେକ ଗୋପୁର, ସାମାଜସେବି ଆକାଶ ଖିଲ,ସମାଜ ସେବି ଜଗନ୍ନାଥ ହୋନ୍ତାଳ, କାର୍ତିକ ଖେମୁଣ୍ଡୁ, ଭଗବାନ ମୁଦୁଲି, ସମେତ ଅଞ୍ଚଳ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ସମେତ ଦାମନ ଯୋଡି ପ୍ରେସକ୍ଳବ ର ସମସ୍ତ ସାମ୍ବାଦିକ ବନ୍ଧୁ ଯୋଗ ଦେଇ ସମସ୍ତ ପ୍ରକାର ସହଯୋଗ କରିଥିଲେ। ସେଷରେ ବିପିନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

 ନନ୍ଦପୁର ରୁ ଶଙ୍କର ପାଙ୍ଗି ଙ୍କ ରିପୋର୍ଟ ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ