।। ଦଶମନ୍ତପୁର ଅଞ୍ଚଳ ଗାଣ୍ଡା ବାରିକ ପରଲୋକ ।।

Oct 22, 2023 - 10:16
 0  16
।। ଦଶମନ୍ତପୁର ଅଞ୍ଚଳ ଗାଣ୍ଡା ବାରିକ ପରଲୋକ ।।

ବୈପାରିଗୁଡ଼ା ବ୍ଲକ୍ ଦଶମନ୍ତପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗିର୍ଲିପୁଟ ଗ୍ରାମର ଗାଣ୍ଡା ବାରିକ ଶ୍ରୀ ଘେନୁଆ ଜାଲାଙ୍କ ପରଲୋକ ଘଟିଛି। ଶ୍ରୀ ଜାଲା ଗିର୍ଲିପୁଟ ନିଜ ଘରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ବେଳେ ଜାଲାଙ୍କ ବୟସ ୧୨୦ ବର୍ଷରୁ ଉର୍ଦ୍ଧ୍ଵ ହଇଥିବ ବୋଲି ଅନୁମାନ କରାଯାଉଛି । ରାଜା ଅମଳ ଶାସନ କାଳ ଅନୁଯାୟୀ ଶ୍ରୀ ଜାଲା ଜଣେ ଡାକରାରେ ଗାଣ୍ତା ବାରିକ ବୋଲି ବେଶ୍ ପରିଚିତ ଥିଲେ । ଶ୍ରୀ ଜାଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର , କୋଲାର , ବଦାପୁଟ୍ , ଜି. ମାଝିଗୁଡ଼ା , ବୈପାରିଗୁଡ଼ା , କାଠପଡ଼ା , ଚିପାକୁର ଆଦି ଗ୍ରାମପଞ୍ଚାୟତର ହାଟରେ ଯାଇ ପର୍ବ ପର୍ବାଣି ଭଲ ମନ୍ଦ ଜାନି ଯାତ୍ରା ସରକାରୀ ଖବର ବାର୍ତ୍ତା ଆଦି ଡିମ୍ବିରି ପିଟି ଲୋକଙ୍କୁ ଖବର ଯୋଗେଇ ଦେଉଥିବା ଦେଖିବାକୁ ମିଳିଥିଲା । ତେବେ ଶ୍ରୀ ଜାଲାଙ୍କ ତ୍ୟାଗ ପରେ ଅଞ୍ଚଳରେ ଚର୍ଚା ହେବା ସହ ଶେଷ ଦର୍ଶନ ପାଇଁ ଏରିଆର ଲୋକଙ୍କ ଭିଡ଼ ଜମି ରହିଥିଲା ।

 ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ