।। ଥୁଆମୂଳ ରାମପୁର ରେ ୨ଟି ବ୍ଲକ ର ପ୍ରଧାନ ଶିକ୍ଷକଙ୍କ ପ୍ରି ମେଟ୍ରିକ ଛାତ୍ର ବୃତି କର୍ମଶାଳା ଆୟୋଜିତ ।।

Jan 19, 2024 - 20:55
 0  16
।। ଥୁଆମୂଳ  ରାମପୁର ରେ ୨ଟି ବ୍ଲକ ର ପ୍ରଧାନ  ଶିକ୍ଷକଙ୍କ ପ୍ରି ମେଟ୍ରିକ ଛାତ୍ର ବୃତି  କର୍ମଶାଳା ଆୟୋଜିତ ।।

ଥୁଆମୂଳ ରାମପୁର - ୧୮.୧.୨୦୨୪ ତାରିଖ ଦିନ ଥୁଆମୂଳ ରାମପୁର ବ୍ଲକ କନ୍ଫରେନ୍ସ ହଲରେ ଜିଲ୍ଲା ପ୍ରଶାସନ ଓ ପିରାମଲ ଫାଉଂଡେସନର ମିଳିତ ଅନୁକୂଲ୍ୟରେ ଥୁଆମୂଳ ରାମପୁର ଓ କଲମପୁର ବ୍ଲକର ହାଇସ୍କୁଲର ସମସ୍ତ ପ୍ରଧାନ ଶିକ୍ଷକମାନଙ୍କୁ ନେଇ ପ୍ରି ମେଟ୍ରିକ ଛାତ୍ରବୃତ୍ତି ସମ୍ବଧୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ଏଥିରେ ଥୁଆମୂଳ ରାମପୁର ବ୍ଲକର ଅତିରିକ୍ତ ଶିକ୍ଷା ଅଧିକାରୀ ସୁରେଶ ଚନ୍ଦ୍ର ବେହେରା, କଲମପୁର ବ୍ଲକର ଅତିରିକ୍ତ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଖମାରି, ପିରାମଲ ଫାଉଂଡେସନ ର ପ୍ରୋଗ୍ରାମ ମ୍ୟାନେଜେର ବିକ୍ରମ କିଶୋର ରଣା, ମହେଶ୍ୱର ମାଝି, ଗାନ୍ଧୀ ଫେଲୋ ଓଁ, ପିୟୁଷ, ଆନନ୍ଦ ପ୍ରମୁଖ ଯୋଗ ଦେଇଥିଲେ | ଏହି କର୍ମଶାଳା ରେ ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ସମ୍ପଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, କଳାହାଣ୍ଡି ତରଫରୁ ସରକାରୀ ପ୍ରି-ମେଟ୍ରିକ ଛାତ୍ରବୃତ୍ତି ବିଷୟରେ ବିଷଦ ଆଲୋଚନା କରାଯାଇଥିଲା | ଥୁଆମୂଳ ରାମପୁର ବ୍ଲକର ଅତିରିକ୍ତ ଶିକ୍ଷା ଅଧିକାରୀ ସୁରେଶ ଚନ୍ଦ୍ର ବେହେରା କହିଥିଲେ ଯେ ପ୍ରି ମେଟ୍ରିକ ଛାତ୍ରବୃତ୍ତି କିପରି ସମସ୍ତ ଯୋଗ୍ୟ ଛାତ୍ର ଛାତ୍ରୀ ପାଇପାରିବେ ଏହା ସମସ୍ତଙ୍କର ଦାୟିତ୍ୱ ଅଟେ | କଲମପୁର ବ୍ଲକର ଅତିରିକ୍ତ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଖମାରି କହିଥିଲେ ଛାତ୍ରବୃତ୍ତି ର ସରକାରୀ ପୋର୍ଟାଲ ରେ ଥିବା ଅସୁବିଧା ଗୁଡିକ କିପରି ସୁଧାର କରାଯାଇପାରିବ , ପିରାମଲଫାଉଂଡେସନ ର ଏହି କାର୍ଯ୍ୟ କ୍ରମ କୁ ପ୍ରସଂଶା କରି ଏହା ଛାତ୍ର ବୃତି ଉପରେ ପ୍ରଥମ କର୍ମଶାଳା ବୋଲି କହିଥିଲେ, ପିଲାଙ୍କର ଆଧାର କାର୍ଡ ରେ ଥିବା ତ୍ରୁଟି ସୁଧାର କରାଯାଇ ପାରିଲେ ଏହି କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିବ ବୋଲି କହିଥିଲେ ପିରାମଲ ଫାଉଂଡେସନର ପ୍ରୋଗ୍ରାମ ମ୍ୟାନେଜେର ବିକ୍ରମ କିଶୋର ରଣା କଳାହାଣ୍ଡି ଜିଲ୍ଲା ଓ ବିଭିନ୍ନ ବ୍ଲକ ର ଛାତ୍ର ବୃତି ଜନିତ ଡାଟା ବିଷୟରେ ଅବଗତ କରାଇ କିପରି ଏହି ଛାତ୍ରବୃତ୍ତି ର ଶତକଡା ୧୦୦ ଭାଗ ପିଲା ମାନେ ପାଇ ପାରିବେ ଓ ବିଭିନ୍ନ ସମସ୍ୟା ଗୁଡିକ ବିଷୟରେ ଆଲୋଚନା କରିଥିଲେ | ନବମ ଏବଂ ଦଶମ ଶ୍ରେଣୀରେ ଅଧ୍ୟୟନ ରତ ଅନୁସୂଚୀତ ଜନଜାତି,ଅନୁସୂଚିତ ଜାତି,ଅନ୍ୟାନ୍ୟ ପଛୁଆ ବର୍ଗ /ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ,ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ସରକାରଙ୍କ ସ୍ୱତନ୍ତ୍ର ଛାତ୍ରବୃତ୍ତି ବ୍ୟବସ୍ଥା ରହିଛି । ନ‌ବମ ଏବଂ ଦଶମ ଶ୍ରେଣୀ ଛାତ୍ରବୃରି ପାଇବା ପାଇଁ ଯୋଗ୍ୟତା - ୧. ଆବେଦନକାରୀ ଅନୁସୂଚୀତ ଜନଜାତି, ଅନୁସୂଚୀତ ଜାତି, ଅନ୍ୟାନ୍ୟ ପଛୁଆ ବର୍ଗ/ ସାମାଜିକ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ କିମ୍ବା ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗ (ସାଧାରଣ ବର୍ଗ)ରେ ଅନ୍ତର୍ଭୁକ୍ତ ଥିବେ । ୨. ଆବେଦନକାରୀ ଓଡ଼ିଶାର ସ୍ଥାୟୀ ଅଧିବାସୀ ହୋଇଥିବେ । ୩. ଆବେଦନକାରୀଙ୍କ ପାରିବାରିକ ବାର୍ଷିକ ଆୟ ସମସ୍ତ ସୁତ୍ରରୁ ଟ.୨,୫୦,୦୦୦/-ଙ୍କା (ଦୁଇଲକ୍ଷ ପଚାଶ ହଜାର) ରୁ ଅଧ‌ିକ ହୋଇନଥୁବ । ୪. ଆବେଦନକାରୀ ମାନେ ବୈଧ UDISE CODE ପ୍ରାପ୍ତ ସରକାରୀ କିମ୍ବା ମାନ୍ୟତା ପ୍ରାପ୍ତ ବେସରକାରୀ ବିଦ୍ୟାଳୟରେ ପୁର୍ଣ କାଳୀନ ଭିତିରେ ଅଦ୍ୟନରତ ଥିବେ | ୫. ଅନ୍ୟାନ୍ୟ ପଛୁଆ ବର୍ଗ/ ସାମାଜିକ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ କିମ୍ବା ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗ (ସାଧାରଣ ବର୍ଗ) ଛାତ୍ରଛାତ୍ରୀମାନେ କେବଳ ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ହିଁ ଏହି ଛାତ୍ରବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହେବେ | ଶିକ୍ଷାବର୍ଷ ୨୦୨୩-୨୪ ପାଇଁ ଆବେଦନ ପ୍ରକ୍ରିୟା ୧୫ ଡିସେମ୍ବର ୨୦୨୩ ରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ / ଶିକ୍ଷୟିତ୍ରୀ ଙ୍କ ମାଧ୍ୟମରେ ଆରମ୍ଭ ହେବ | ଆବଶ୍ୟକୀୟ ନଥିପତ୍ର - ୧. ଆଧାର କାର୍ଡ ୨. ଜାତି ପ୍ରମାଣ ପତ୍ର ୩. ଆୟ ପ୍ରମାଣ patra (ଅଧିକତମ ଟ. ୨,୫୦,୦୦୦), ୪. ଆଧାର ସଂଯୋଗ ବ୍ୟାଙ୍କ ଖାତା ବୃରିରାଶି ହାର (ଟଙ୍କାରେ) :- ବର୍ଗ ଦିବାଧ୍ୟାୟୀ ଅନ୍ତେବାସୀ ।

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ