ଥୁଆ ମୂଲ ରାମପୁର ଠାରେ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର

Jul 31, 2024 - 12:58
 0  23
ଥୁଆ ମୂଲ ରାମପୁର ଠାରେ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର

ଫାଷ୍ଟ ନ୍ୟୁଜ ଓଡ଼ିଶା ତା:-୩୦/୭ କଳାହାଣ୍ଡି ଜିଲ୍ଲାର ଦୁର୍ଗମ ମାଓ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ସ୍ଥିତ ମାଁ ମାଣିକେଶ୍ୱରୀ କଲେଜ ଠାରେ ସମ୍ବାଦ ଆମ ଓଡ଼ିଶା ,କର୍ତ୍ତବ୍ୟ ଅନୁଷ୍ଠାନ ଓ ବେଦାନ୍ତ ର ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସମ୍ବାଦ ପ୍ରତିନିଧି ଭାନୁପ୍ରତାପ ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଥୁଆମୂଳ ରାମପୁର ବିଡ଼ିଓ ଧ୍ରୁବ ଚରଣ ମୁଦୁଲି, ମୁଖ୍ୟବକ୍ତା ମେଡିକାଲ ଅଫିସର ଡାକ୍ତର ନୀତିଶ କୁମାର ଝା,ସମ୍ମାନୀତ ଅତିଥି ମାଣିକେଶ୍ୱରୀ କଲେଜର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା, ଅଗ୍ନିଶମ ବିଭାଗର ହାବିଲଦାର ବନମାଳୀ ପୁଝରୀ କର୍ତ୍ତବ୍ୟ ଅନୁଷ୍ଠାନ ରୁ ଶ୍ରୀଯୁକ୍ତ ସୁଦର୍ଶନ ନାଏକପ୍ରମୁଖ ଯୋଗ ଦେଇ ରକ୍ତଦାନ ଏକ ମହତ୍ ଦାନ ଉପରେ ଉଦବୋଧନ ଦେଇଥିଲେ । ପରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୩୧ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ସେଚ୍ଛାକୃତ କୃତ୍ ଶିବିରରେ ରକ୍ତ ଦାନ ଦାତ ଙ୍କୁ ors ପାଣି , ମିଠା ,ଅନେକ ଖାଇବା ସୁବ୍ୟବସ୍ଥା ସାମଗ୍ରୀ ଆୟଜନ କରାଯାଇଥିଲା।

ଥୁଆ ମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ