ତେନ୍ତୁଳିଖୁଣ୍ଟିଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ:ସୁଶାସନ ସପ୍ତାହ ପାଳନ ଅବସରରେ ଜିଲ୍ଲା ସ୍ତରୀୟ କର୍ମଶାଳା

Dec 22, 2025 - 18:21
 0  24
ତେନ୍ତୁଳିଖୁଣ୍ଟିଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ:ସୁଶାସନ ସପ୍ତାହ ପାଳନ ଅବସରରେ ଜିଲ୍ଲା ସ୍ତରୀୟ କର୍ମଶାଳା

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୨.୧୨.୨୦୨୫ ରିଖ: ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପତଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ! ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ତପନ କୁମାର ଖୁଣ୍ଟିଆ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ବି ଡି ଓ ମନୋଜ ପାଣିଗ୍ରାହୀ,ତହସିଲଦାର ପୁଷ୍ପାଞ୍ଜଳି ଦଣ୍ଡପାଟ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ! ଏହି ଜନ ଶୁଣାଣି ଶିବିରରେ ମୋଟ ୨୭ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ ! ସେଥିମଧ୍ୟରୁ ୨୦ ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୦୭ ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା ! ୦୨ ଟି ଅଭିଯୋଗ ଆବେଦନର ସମାଧାନ ତତକ୍ଷଣାତ କରାଯାଇଥିଲା ! ସାମାଜିକ ସୁରକ୍ଷା ବିଭାଗ ତରଫରୁ ଚିହ୍ନଟ ଦିବ୍ୟାଙ୍ଗଙ୍କୁ ୦୧ ଟି ହୁଇଲ ଚେୟାର ସହ ୪ ଜଣଙ୍କୁ ମଧୁବାବୁ ପେନସନ ଯୋଜନା ର ବର୍ଦ୍ଧିତ ୩୫୦୦ ପେନସନ କାର୍ଡ ପ୍ରଦାନ କରାଯାଇଥିଲା ! ଏହି ଅବସରରେ ୧୯ ତାରିଖ ରୁ ୨୫ ତାରିଖ ପର୍ଯ୍ୟନ୍ତ ସୁଶାସନ ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ କର୍ମଶାଳା ରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଅଧ୍ୟକ୍ଷତା କରି ଜନ ସାଧାରଣ ତଥା ହିତାଧିକାରୀ ଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧୀୟ ଅଭିଯୋଗ ତଥା ଭୋଗୁଥିବା ଅନେକ ସମସ୍ୟା ର ସମାଧାନ ପ୍ରତ୍ୟେକ ଜନ ଶୁଣାଣୀ କାର୍ଯ୍ୟକ୍ରମ ରେ ସମାଧାନ କରାଯାଉଛି ଏବଂ କେତେକ ସମସ୍ୟାର ସମାଧାନ ତତକ୍ଷଣାତ କରାଯାଉଛି ! ପ୍ରଶାସନ ଦ୍ବାରା ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଏଇ ସୁଶାସନ ର ଅଂଶବିଶେଷ !ଜିଲ୍ଲା ପ୍ରଶାସନ ଦ୍ବାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣୟନ ହେଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା,ସମସ୍ୟା କୁ ନେଇ କୌଣସି ଅଭିଯୋଗ ଆସିଲେ ଗୁରୁତ୍ବ ଦେଇ ତୁରନ୍ତ ପଦକ୍ଷେପ ନିଆଯାଇ ସମାଧାନ କରିବାପାଇଁ ସଂପୃକ୍ତ ଅଧିକାରୀ ପଦକ୍ଷେପ ନେଉଛନ୍ତି ! ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ), ସି ଡି ଓ ଜିଲ୍ଲା ପରିଷଦ ,ଡି ଏସ ଡ଼ବ୍ଲୁ ଓ ତଥା ଅନ୍ୟ ଅଧିକାରୀ ନିଜ ବିଭାଗର ପ୍ରଣୀତ ବିଭିନ୍ନ ଯୋଜନା ଉପରେ ସୁଚନା ଦେଇଥିଲେ ! ପି ପି ଟି ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରଦର୍ଶନ କରାଯାଇଥିଲା !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ