।। ଡୁମେରପଦର ଗ୍ରାମର ସଞ୍ଜୟ ନାମକ ବ୍ଯକ୍ତିକୁ ବିଷଦେଇ ମାରିଥିବା ଅଭିଯୋଗ ନେଇ ଥୁଆମୂଳ ରାମପୁର ଥାନାର ଦ୍ୱାରସ୍ତ ହେଲେ ପରିବାର ଲୋକେ ।।

Mar 10, 2024 - 23:26
 0  37
।। ଡୁମେରପଦର ଗ୍ରାମର ସଞ୍ଜୟ ନାମକ ବ୍ଯକ୍ତିକୁ ବିଷଦେଇ ମାରିଥିବା ଅଭିଯୋଗ ନେଇ ଥୁଆମୂଳ ରାମପୁର ଥାନାର ଦ୍ୱାରସ୍ତ ହେଲେ ପରିବାର ଲୋକେ ।।

ଥୁଆମୂଳ ରାମପୁର ବ୍ଲକ ଡ଼ୁମେରପଦର ଗ୍ରାମରେ ପୂର୍ବ ଶତ୍ରୁତା କେନ୍ଦ୍ର କରି ସଞ୍ଜୟ ନାଏକ ନାମକ ବ୍ଯକ୍ତି ଙ୍କୁ ବିଷ ଦେଇ ହତ୍ଯା କରିଥିବା ସନ୍ଦେହରେ ଥୁଆମୂଳ ରାମପୁର ଥାନାରେ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଘଟଣା ଟି ଏପରି ଥିବା ଜଣାଯାଏ। ଗତ ତା ୦୯ ଫେବୃଆରୀ ୨୦୨୪ ଶନିବାର ଦିନ ସଞ୍ଜୟ ନାଏକ ନିଜ ଘରେ ଥିବା ସମୟରେ ସେହି ଗ୍ରାମର ଅଭିରାମ ନାଏକ ତାଙ୍କ ଘରକୁ ଯାଇ ମଦ ପିଇଯିବା ପାଇଁ ଡାକିଥିଲେ ଏହା ସହିତ ତାଙ୍କ ପରିବାର ଲୋକଙ୍କୁ ଏକ ହଜାର ଟଙ୍କା ମଧ୍ୟ ମାଗିଥିଲେ ତେଣୁ ତାଙ୍କ ଝିଅ ପାଞ୍ଚ ଶହ ଟଙ୍କା ମଧ୍ୟ ଦେଇଥିଲେ।ଏହା ପରେ ଘରକୁ ଫେରିବା ବିଳମ୍ବ ହେବା ଦେଖି ପରିବାର ଲୋକେ ଖୋଜା ଖୋଜି କରିବା ସମୟରେ ନିକଟରେ ଥିବା ବଜାର ପଡିଆ ଠାରେ ସଞ୍ଜୟ ନାଏଟ ଛଟପଟ ଅବସ୍ଥାରେ ଥିଲେ ଓ ତାଙ୍କର ପାଟିରୁ ମଧ୍ୟ ଫେଣ ଓ ନାକରୁ ରକ୍ତ ଶ୍ରାବ ହେଉଥିବା ଦେଖି ତାଙ୍କ ସ୍ତ୍ରୀ ଓ ଦୁଇ ଜଣ ତାଙ୍କ ସ୍ୱାମୀକୁ ଉଦ୍ଧାର କରି ଥୁଆମୂଳ ରାମପୁରଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଚିକିତ୍ସାଧିନ ଅବସ୍ଥାରେ ହିଁ ଡାକ୍ତର ତାଙ୍କୁ ମୃତ୍ୟୁ ଘଷଣା କରିଥିଲେ l ଏନେଇ ଥୁଆମୂଳ ରାମପୁର ପୋଲିସ କୁ ସୂଚନା ଦିଆଯାଇଥିଲା, ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଉଦ୍ଧାର କରି ଥିଲେ। ଘଟଣା କେନ୍ଦ୍ର କରି ମୃତକଙ୍କ ସ୍ତ୍ରୀ ପୁଜା ନାଏକ ୪ ଜଣ ଙ୍କ ନାମ ରେ ଯଥା, ଫଗୁ ନାଏକ, ଅଭିରାମ ନାଏକ, ଯାଦବ ନାଏକ, କକିଲ ନାଏକ ଙ୍କୁ ସନ୍ଦେହ କରି ଥାନା ଅଭିଯୋଗ କରିଥିଲେ। ତିନି ଚାରି ଦିନ ପୂର୍ବରୁ ଏହି ବ୍ଯକ୍ତି ମାନେ ସଞ୍ଜୟ ନାଏକଙ୍କୁ ଜୀବନରେ ମାରିଦେବୁ ନ ହେଲେ ବିଷ ଦେଇ ମାରିବୁ ଦେବୁ ବୋଲି ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଧମକ ଦେଇଥିବା ବିଷୟରେ ମଧ୍ୟ ମୃତକଙ୍କ ସ୍ତ୍ରୀ ଥୁଆମୂଳ ରାମପୁର ପୋଲିସ ପାଖରେ ଲିଖିତ ଜଣାଇଥିଲେ, ଅନ୍ୟ ପକ୍ଷରେ ଶବ କୁ ବ୍ୟବଛେଦ ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ l ଏନେଇ ପୋଲିସ ପକ୍ଷରୁ ଏକ ମାମଲା ଋଜୁ କରି ଅଧିକ ତଦନ୍ତ ଚଳାଇଥିବା ଜଣାଯାଏ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଵକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad -2
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ