।। ଡାକକୋଟା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଅଧା ପାଠପଢା ବନ୍ଦ ।।
ସରକାର ଶିକ୍ଷା ଦାନ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ରଖିବା ସତ କିନ୍ତୁ ଶିକ୍ଷା ବିଭାଗର କ୍ଲଷ୍ଟର ଦାୟିତ୍ୱ ରେ ଥିବା ସି.ଆର .ସି. ସି. ଅବହେଳା ଯୋଗୁଁ ଗ୍ରାମାଞ୍ଚଳରେ ଥିବା ବିଦ୍ୟାଳୟରଶିକ୍ଷକ ଓ ଶିକ୍ଷୟତ୍ରୀ ଶିକ୍ଷା ଦାନ ପ୍ରତି ଅବହେଳା ପାଇଁ କମଳମତି ଶିଶୁ ମାନେ ପାଠ ପଢିବା ରୁ ବଞ୍ଚିତ ହେଉ ଥିବା ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତ ଅଧିନସ୍ଥ ଡାକକୋଟା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଚିତ୍ର l ଆଜି ତା 18/7/2023ରିଖ ମଙ୍ଗଳବାର ବିଦ୍ୟାଳୟ ରେ ମଧ୍ୟାହ୍ନ ଭଜନ ଦେଇ ବିଦ୍ୟାଳୟ ବନ୍ଦ କରିଥିଲେ l ପିଲାମାନେ ଯେତେବେଳେ ଘର ପହଞ୍ଚି ବେଳେ ଗ୍ରାମର ଲୋକ କାହିଁକି ବିଦ୍ୟାଳୟ ବନ୍ଦ କରିଲେ ଏପରି ବାରମ୍ବାର ହେଉଛି l
ଏହି ବିଦ୍ୟାଳୟ ମୁଖ୍ୟ ରାସ୍ତା କୋଡ଼ରେ ଥିଲେ ବି ଶିକ୍ଷକ ମାନେ ବେଖାତିର କରି ବିଦ୍ୟାଳୟ ବନ୍ଦ କରିଥିଲେ l ଏ ନେଇ ଗ୍ରାମ ବାସି ଗଣମାଧ୍ୟମ କୁ ଖବର ଦେଇଥିଲେ ଆମେ ଯାଇ ଦେଖିବା ବେଳେ ସତ କୁ ସତ ବିଦ୍ୟାଳୟ ରେ ତାଲା ଝୁଲୁଛି ଏହା କୁ ନେଇ ପ୍ରଧାନ ଶିକ୍ଷକଗବିନ୍ଦ ନାଏକଙ୍କୁ ପଚାରିବାରୁ ତପନ ଆଜ୍ଞା କଥା ହୋଇ ଥିଲେ କି ବୋଲି ଉତ୍ତର ଦେଇଥିଲେ l
ସି. ଆର.ସି. ସି. ତପନ କୁମାର ନାଏକ ଙ୍କ ଫୋନ ନମ୍ବର 8455882510 ରେ ବହୁ ବାର ଫୋନ ରେ ଯୋଗାଯୋଗ କରିଥିଲି ହେଲେ ଫୋନ ରିଙ୍ଗ ହେଉଥିଲା କିନ୍ତୁ ତାଙ୍କ ଫୋନ ରୁକିଛି ବି ଉତ୍ତର ରଖିଲେ ନାହିଁ l ଏଥିରେ ସି.ଆର.ସି. ସି. ଙ୍କ ଅବହେଳା ଯୋଗୁଁ ଗ୍ରାମାଞ୍ଚଳରେ ପାଠ ପଢା ଉଥିବା ଶିକ୍ଷକ ମାନେ ଅନିୟମିତତା କରିଚାଲିଛନ୍ତି l
ଦେଖିବା ଏହି ଖବର ପ୍ରସାରଣ ହେଲା ପରେ ଶିକ୍ଷା ବିଭାଗ ଶିକ୍ଷକ ଙ୍କୁ ପଦକ୍ଷେପ ନେଉଛି ତାହା ସମୟ କହିବ l
ଏହି ଘଟଣା କୁ ଉଚ୍ଚସ୍ତରୀୟ ତଦନ୍ତ କରି ବିହିତ ପଦକ୍ଷେପ ନେବା ସହିତ ଅବହେଳା କରିଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସି ଆର ସି ସି ଙ୍କ ମନମୁଖୀ ଯୋଗୁଁ ଏହି ବିଦ୍ୟାଳୟ ରେ ପାଠ ପଢା ଠିକ ହେଉ ନ ଥିବା ଯୋଗୁଁ ଡାକକୋଟା ଗ୍ରାମ ବାସି ଙ୍କ ଦାବି ହେଉଛି l
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?
Like
1
Dislike
0
Love
1
Funny
0
Angry
0
Sad
1
Wow
0