ଡଃ ଆମ୍ବେଦକର କ୍ଲବ ରେ ୭୭ତମ ଗଣତନ୍ତ୍ର ଦିବସ ପାଳିତ
ପଡ଼ିଆ: ପଡ଼ିଆ ବ୍ଲକ୍ ପଡ଼ିଆ ପଞ୍ଚାୟତ ଅଧିନସ୍ଥ ଡଃ ଆମ୍ବେଦକର କ୍ଲବରେ ୭୭ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କ୍ଲବ ସଭlପତି ସି ଏଚ ରେଵିଡ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ପଡ଼ିଆ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ଵିନୀ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ସମ୍ମାନୀତ ଅତିଥି ଭାବେ ପଡ଼ିଆ ସମିତି ଅଧ୍ୟକ୍ଷ କଲ୍ୟାଣ ବିଶ୍ବାସ, ସସାଜ ସେବୀ ଡଃ ଏନ୍ ରାଘବ ରାଓ, ଏମ୍ ଡି ଫାରୁକ, ସି ଏସ୍ ଆଇ ଚର୍ଚ୍ଚର ପାଳକ ମହୋଦୟ, ଆର୍ ଆନାନ୍ଦ ରାଓ , ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନାରାୟଣ ସରକାର ଓ ସି ଏଚ ଏଙ୍ଗିଲାୟା ଓ ଆମ୍ବେଦକର ର ସମସ୍ତ କର୍ମକର୍ତ୍ତା ସହ ଗ୍ରାମ ର ବୁଦ୍ଧିଜୀବୀ ଓ ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଉପସ୍ଥିତ ସମସ୍ତ ଅତିଥି ବୃନ୍ଦ ଗଣତନ୍ତ୍ର ଦିବସ ଉପଲକ୍ଷେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଟି. ସାଉନ୍ଦାର ରାଜୁ, ସି ଏଚ୍ ସୁକାନ୍ଦା ରାଓ , ନାଗୁଲ ସାୱ।ନ, ପି. ରାମେଶ, ନାରା ଗୋଲ ଗୋପାଳ,ଟି .ଅରୁଣ କୁମାର, ପେଦି ସାଗାର ସହ ବ୍ଲକ ର ଅନ୍ୟାନ ସଦସ୍ୟ ମାନେ ସହଯୋଗ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0