।। ଟ୍ରେନଲାଇନରେ କଟି ସିଗନାଲ ଯନ୍ତ୍ରୀଙ୍କ ମୃତ୍ୟୁ ।।

Dec 8, 2023 - 18:13
 0  29
।। ଟ୍ରେନଲାଇନରେ କଟି ସିଗନାଲ ଯନ୍ତ୍ରୀଙ୍କ ମୃତ୍ୟୁ ।।

ନୂଆପଡ଼ା ରେଳଷ୍ଟେସନର ରେଳ ସିଗନାଲ୍ ଯାନ୍ତ୍ରିକ ତ୍ରୁଟି ଥିବା ଯୋଗୁଁ ସିଗନାଲ୍ ମରାମତି ପାଇଁ ଲଖନା ରେଳ ଷ୍ଟେସନରୁ ଅନୁପ ରଏ (୨୮)(ସିଗନାଲ ଯନ୍ତ୍ରୀ) ରଙ୍ଗବତୀ ଟ୍ରେନ ଯୋଗେ ନୂଆପଡ଼ା ରେଳ ଷ୍ଟେସନ ରାତ୍ରି ୧୦ଟା ବେଳେ ପହଞ୍ଚିଥିଲେ। ସିଗନାଲ ମରାମତି କାମ ସାରି ବିଲମ୍ବିତ ରାତ୍ରିରେ ନୂଆପଡ଼ା ରେଳ ଷ୍ଟେସନରୁ ଲଖନା ଅଭିମୁଖେ ଏକ ମାଲବାହୀ ଟ୍ରେନରେ ଫେରିଥିଲେ।ସେ ଲଖନା ଷ୍ଟେସନରେ ପହଞ୍ଚି ନିଜ ଷ୍ଟାଫଘରକୁ ଯିବା ସମୟରେ ରେଳଲାଇନ ପାର ହେଉଥିବା ସମୟରେ ରେଳଲାଇନରେ ଗୋଡ଼ ଫସି ଯାଇଥିବା ରୁ ରେଳଲାଇନ ରୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଟ୍ରେନଟି ଅନୁପଙ୍କୁ ଶକ୍ତ ଧକ୍କା ଦେବାରୁ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟ ଘଟିଥିଲା। ଅନୁପ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ଧୋବୀ ପଡ଼ାର ବୋଲି ଜଣାପଡିଛି। ସେଭଳି ଅନୁପଙ୍କ ପୂର୍ବରୁ ବାପାଙ୍କର ମୃତ୍ୟୁ ହୋଇଛି। ବାପାଙ୍କ ଚାକିରି ସ୍ଥାନରେ ମୃତ ଯୁବକ ଅନୁପ ରଏ ସିଗନାଲ୍ ଡିପାର୍ଟମେଣ୍ଟରେ ନିୟୋଜିତ ଥିଲେ। ଘଟଣାସ୍ଥଳରେ କଣ୍ଟାବାଞ୍ଜିରୁ ରେଳବାଇ ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ଏକ ମାମଲା ରୁଜୁ କରି ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଥିଲା। ମୃତ ଯୁବକ ବେଶ ମେଳାପୀ ଥିଲେ। ଲଖନା ଠାରେ ବିଭିନ୍ନ ସାବର୍ଜନିକ ପୂଜାବିଧ‌ିରେ ସାମିଲ ହୋଇ ନିଜର ବହୁମୂଲ୍ୟ ସମୟ ଦେଇ ସହଯୋଗ କରୁଥିଲେ। ବର୍ତ୍ତମାନ ମଧ୍ୟ ଧନୁଯାତ୍ରା ଚାଲିଥିବା ବେଳେସକ୍ରିୟ ସ୍ବେଚ୍ଛାସେବୀ ଭାବେ ନିୟୋଜିତ ଥିଲେ। ଅନୁପଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ