।। ଟ୍ରାନ୍ସଫରମର ପଡି ଯୁବକ ମୃତ ଅଭିଯୋଗ।କ୍ଷତି ପୂରଣ ଦାବି ରେ ରାସ୍ତା ରୋକ ଥାନା ସମ୍ମୁଖ ରାସ୍ତା ରେ ଉତେଜନା ।।।

Feb 22, 2024 - 05:47
 0  14
।। ଟ୍ରାନ୍ସଫରମର ପଡି ଯୁବକ ମୃତ ଅଭିଯୋଗ।କ୍ଷତି ପୂରଣ ଦାବି ରେ ରାସ୍ତା ରୋକ ଥାନା ସମ୍ମୁଖ ରାସ୍ତା ରେ ଉତେଜନା ।।।

ବଲାଙ୍ଗୀର ଜିଲ୍ଲା ଗୁଡଭେଲା ,ବ୍ଲକ , ତୁଷୁରା ବିଦ୍ୟୁତ କାର୍ଯ୍ୟଳୟ ପରିସରରେ ଥିବା ଗ୍ରୀଡ଼ ରେ ଦିନ ୩ ଟା ଭିତରେ ଜଣେ ଶ୍ରମିକ ଟ୍ରାନ୍ସଫର ବୋହୁଥିବା ବେଳେ ଆଘାତ ଲାଗି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ‌। .ମୃତ୍ ବ୍ୟକ୍ତି ଜଣକ ହେଲେ ସମରା ଗାଁର ରିଲୁ କାଳସାଏ । ଘଟଣା ପରଠାରୁ ଚିକିତ୍ସାଲୟ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ଅନୂସାରେ ଆଜି ତୁଷୁରା ବିଦ୍ୟୁତ ଗ୍ରୀଡ ପରିସରରେ ଏକ ନୂତନ ଟ୍ରାନ୍ସଫରମର ଅଣାଯାଇଥିଲା।ତାକୁ ଓହ୍ଲାଇ ବା ପାଇଁ କିଛି ଯୁବକ ଗ୍ରୀଡ କୁ ଯାଇଥିଲେ। ଠିକ ସେହି ସମୟ ରେ ହଠାତ ଉକ୍ତ ଟ୍ରାନ୍ସଫରମର ରିଲୁ ଙ୍କ ଦେହ ରେ ପଡିଥିଲା । ଫଲରେ ଘଟଣା ସ୍ଥଲରେ ରିଲୁ ର ମୁଣ୍ଡ ରେ ଯୋର ରେ ଆଘାତ ଲାଗି ପ୍ରଚୁର ରକ୍ତ ସ୍ରାବ ହୋଇଥିଲା। ତୁରନ୍ତ ତାକୁ ବିଦ୍ୟୁତ ବିଭାଗ ର କିଛି କର୍ମଚାରୀ ତୁଷୁରା ହସ୍ପିଟାଲ କୁ ଚିକିତ୍ସା ପାଇଁ ନିଆଯାଇଥିଲା। ପରେ ତୁଷୁରା ହସ୍ପିଟାଲ ରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ବେଶ ଏତିକି ପରେ ହସ୍ପିଟାଲ ରୁ ବିଦ୍ୟୁତ କର୍ମଚାରୀ ମାନେ ଛୁ ମାରିଥିଲେ। ଖବର ଜଣାପଡିବା ପରେ ଗାଁ ର‌ଶହ ଶହ ଲୋକ ହସ୍ପିଟାଲ ପରିସରରେ ଜମା ହୋଇଥିଲେ। ଏବଂ ଚାପା ଉତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ତୁଷୁରା ପୁଲିସ ହସ୍ପିଟାଲ ରେ ପହଞ୍ଚି ଲୋକ ଙ୍କୁ ବୁଝା ସୂଜା କରିଥିଲେ କିନ୍ତୁ ଘଟଣା ଆହୁରି ତିବ୍ରୀ ତର ହୋଇଥିଲା। ଲୋକ ଙ୍କ ସହ ତୁଷୁରା ୟୁଥ୍ ଏକ୍ସନ କମିଟି ସଦସ୍ୟ ପହଂଚି କ୍ଷତିପୂରଣ ଦାବି ରେ ଉତ୍ୟକ୍ତ ହୋଇ ତୁଷୁରା ଥାନା ସମ୍ମୁଖ ତୁଷୁରା -ବଲାଙ୍ଗୀ ର , ତୁଷୁରା -କଲାହାଣ୍ଡି ମୁଖ୍ୟ ରାସ୍ତା କୁ ଅବରୋଧ କରିଥିଲେ। ଫଲରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଯାମ ହୋଇଥିଲା।ଘଟଣା ଉତେଜନା ମୂଲକ ପରିସ୍ଥିତି ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ପାଇଁ ତୁଷୁରା ତହସିଲଦାର କର୍ଣ୍ଣ ମଲ୍ଲିକ, ତୁଷୁରା ଥାନାଧିକାରୀ ସଂଜିବ ପ୍ରଧାନ, ବଲାଂଗୀର ଅତିରିକ୍ତ ଟାଉନ ଥାନା ଅଧିକାରୀଣି ସହ ବ୍ୟାପକ ପୁଲିସ ମୃତୟନ ହୋଇ ଘଟଣା ଉପରେ ନଜର ରଖିଥିଲେ। ପରିବାର ଲୋକଙ୍କୁ କ୍ଷତି ପୂରଣ ନ‌ ମିଲିବା ଯାଏ ଲୋକେ ରାସ୍ତା ରୁ ଓହିରିବେ ନାହିଁ ବୋଲି ନିଜ ଯିଦ ରେ ଅଡି ବସିଥିଲେ । ପରେ ଘଟଣା ସ୍ଥଲରେ ବିଦ୍ୟୁତ ବିଭାଗ ଏସଡିଓ ସଂଜିବ ପାଢି ପହଂଚିଥିଲେ। ଥାନା ପରିସରରେ କ୍ଷତି ପୂରଣ ପାଇଁ ତୁଷୁରା ଥାନା ଅଧିକାରୀ, ତହସିଲଦାର, ତୁଷୁରା ଏନ ଏସି ଅଧ୍ୟକ୍ଷ ଅଜୟ ଜୟଶ୍ଵାଲ ଓ ବିଦ୍ୟୁତ ବିଭାଗ ର ଉପସ୍ଥିତି ରେ ଆଲୋଚନା କରାଯାଇଥିଲା। ଏବଂ ଉକ୍ତ ପରିବାରର ର ଜଣେ ସଦସ୍ୟଙ୍କୁ ବିଦ୍ୟୁତ ବିଭାଗ ରେ ଏକ ଚାକିରି ସହ ୫୦ ହଜାର ଟଙ୍କା କ୍ଷତି ପୂରଣ ଦିଆଯାଇଥିଲା। ତେବେ ବିଦ୍ୟୁତ ବିଭାଗରେ ଅବହେଲା ଯୋଗୁ ଜୀବନ ଯାଇ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।.ମୃତ୍ ବ୍ୟକ୍ତି ଙ୍କ ଦୁଇଟି କୁନି କୁନି ଝିଅ ମଧ୍ୟ ରହିଛି । ତେବେ ଘଟଣା ର‌ ଉଚିତ ତଦନ୍ତ କରି ଦୋଷୀ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ନେଇ ନେବା ପାଇଁ ପରିବାର ଲୋକେ ଦାବି କରିଥିଲେ। ୫୦. ୦୦୦ ହଜାର ନୁହେଁ , ୩ ଲକ୍ଷ୍ୟ କ୍ଷତି ପୂରଣ ଦିଆ ଯାଇଥିଲା ଧାରଣା। ସ୍ଥଳରେ -୧ ଲକ୍ଷ୍ୟ ଏବେ ଓ ୧୫ ଦିନ ମଧ୍ୟରେ ଆଉ ୨ ଲକ୍ଷ୍ୟ ଦେବାପାଇଁ ବିଦ୍ୟୁତ ବିଭାଗ ଲେଖି ଦେଇଛି।

 ବଲାଙ୍ଗୀର ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ