।। ଟିମ୍ପର ସହ ବାଇକ ଧକ୍କା : ଜଣେ ମୄର୍ତ୍ୟୁ ଜଣେ ଗୁରୁତର ।।

ଆଜିକୁ ଦୁଇ ଦିନ ହବ ସଡକ ଦୁର୍ଘଟଣାରେ 10ରୁ 12 ଜୀବନ ଯାଇଥିବାବେଳେ ଆଜି ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି l ଏକ ଟିମ୍ପର ସହ ବାଇକ ମୁହାଁମୁହିଁ ହଇଥିବାବେଳେ l ଘଟଣା ସ୍ଥଳରେ ବାଇକ ଚାଳକ ମୁର୍ତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ବ୍ୟକ୍ତି ଗୁରୁତର ଆହତ ହଇଥିଲେ l ତୁରନ୍ତ ଖବର ପାଇ ସ୍ଥାନୀୟ ଲୋକେ ଗୁରୁତର ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ କୋରାପୁଟ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଇଥିଲେ l ସୂଚନା ମୁତାବକ କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ଦେବଗନ୍ଦନା ଗ୍ରାମର ରାହୁଲ ଗୁଣ୍ଠା ଓ ତାର ସାଙ୍ଗ ବୁଚାପୁଟ ଗ୍ରାମର ରୁଦ୍ର ହନ୍ତାଲଙ୍କୁ ବାଇକ ଜଗେ ବୁଚାପୁଟ ଗ୍ରାମରେ ପହଞ୍ଚାଇବା ବେଳେ ପ୍ରାୟ ସକାଳ ଆଠ ଘଣ୍ଟିକା ସମୟରେ ଦେବଗନ୍ଦନା ଗ୍ରାମ ନିକଟସ୍ଥ ରାସ୍ତାରେ ଏକ ଟିମ୍ପର ସହ ବାଇକ ଧକ୍କା ହୋଇଥିଲା l ଫଳରେ ଘଟଣା ସ୍ଥଳରେ ରାହୁଲ ଗୁଣ୍ଠାଙ୍କର ମୁର୍ତ୍ୟୁ ହଇଯାଇଥିଲା l ଖବର ପାଇ ନନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକା ତଦନ୍ତ କରିଥିବା ଦେଖିବାକୁ ମିଳିଛି l ରାହୁଲ ଗୁଣ୍ଠା ସେମିଲିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ପଡୁଥିବାବେଳେ ରୁଦ୍ର ହ୍ୱନ୍ତାଳ ନବମ ଶ୍ରେଣୀରେ ପଡୁଥିବା ଜଣାପଡିଛି l ସେଆଡେ଼ ଦୁଇଜଣ ଛାତ୍ରଙ୍କ ସଡ଼କ ଦୁର୍ଘଟଣାକୁ ନେଇ ଦେବଗନ୍ଦନା ଗ୍ରାମରେ ସକାକୁଳ ପରିବେଶ ଦେଖିବାକୁ ମିଳିଛି l
(ସେମିଲିଗୁଡା ଠାରୁ ଦେବେନ୍ଦ୍ର ଖିଲ )
What's Your Reaction?






