ଝିର୍ଲାପାଲି ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା

Mar 25, 2026 - 19:40
 0  25
ଝିର୍ଲାପାଲି ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା

କୋଲାବିରା,୨୫।୩(ଫାଷ୍ଟ ନ୍ୟୁଜ ଓଡିଶା) ଝିର୍ଲାପାଲି ପ୍ରାଥମିକ କୃଷି ସମବାୟ ସମିତି ଲି. ବାର୍ଷିକ ସାଧାରଣ ସଭା ବଡ଼ବାହାଲ ଗ୍ରାମ ଜାତୀୟ ରାଜପଥ ୪୯ର ସେତୁ ପାଖରେ ହେଇଥିଲା, ଏଥିରେ ସମିତିର ସଭାପତି ଶ୍ରଯୁକ୍ତ ଲକ୍ଷ୍ମଣକୁମାର ସାହୁ ସରକାରଙ୍କର ସମିତି ମାଧ୍ୟମରେ କରାଯାଉଥିବା ବିଭିନ୍ନ ବ୍ୟବସାୟ ବିଷୟ ବୁଝାଇଥିଲେ ।ଶାଖା ପରିଚାଳକ ସମବାୟ ବ୍ୟାଙ୍କ ଲଇକେରା ଶ୍ରୀଯୁକ୍ତ କୌସିକ ପ୍ରଧାନ, ନିରୀକ୍ଷକ ଶ୍ରୀଯୁକ୍ତ ଗଣନାଥ ଖର୍ସେଲ, ଉପସ୍ଥିତ ରହି ସମବାୟ ବ୍ୟାଙ୍କର ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ସମ୍ପାଦକ ଶ୍ରୀଯୁକ୍ତ ହରେଶ କୁମାର ପଟେଲ ସମିତିର ବାର୍ଷିକ ବିବରଣୀ ପଠନ କରିଥିଲେ । ସମିତି ମାଧ୍ୟମରେ ଦୁଗ୍ଧ ବିକ୍ରୟ ପାଇଁ ଅନୁରୋଧ କରାଗଲା,ଅଗ୍ରୀମ ରାସାୟନିକ ସାର ନେବା ପାଇଁ ପ୍ରସ୍ତାବ ନିଆଗଲା ଏଵଂ ଖିଲାପି ସଭ୍ୟଙ୍କୁ ସାରା ବିକ୍ରୟ, ଧାନପଞ୍ଜିକରଣ ତଥା ଅନ୍ୟାନ୍ୟ ସେବାରୁ ବଂଚିତ କରିବାପାଇଁ ନିଷ୍ପତ୍ତି ନିଆଗଲା। ଉକ୍ତ ବୈଠକ କୃଷି ଅଧିକାରୀ ଶ୍ରୀମତୀ ବାସନ୍ତୀ ଲାକ୍ରା, ସମ୍ପାଦକ ଶ୍ରୀଯୁକ୍ତ ସୁବାଷ ପଟେଲ,ପ୍ରମୋଦ ପଟେଲ, ନରେନ୍ଦ୍ର ଭୋଇ, ପୁରୁଷୋତ୍ତମ ନାଏକ, ଶିବନାରାୟଣ ନାୟକ, ସୁବନ ଧୁରୁଆ, ଚିରଞ୍ଜି ପଟେଲ, ସରୋଜ ନାଏକ ଓ ୪୦୦ ରୁ ଉର୍ଦ୍ଧ ଚାଷୀ ଯୋଗଦାନ କରିଥିଲେ। ଶେଷରେ ଶ୍ରୀଯୁକ୍ତ ଅଭିମନ୍ୟୁ ପଟେଲ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକୁ ସମାପ୍ତ କରିଥିଲେ।

କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ