।। ଝାଟିମାଟି କୁଡ଼ିଆ ରେ ବିତୁଛି ବୃଦ୍ଧ ଓ ବୃଦ୍ଧାଙ୍କ ଦାମ୍ପତ୍ୟ ଜୀବନ ।।

Feb 16, 2024 - 21:44
 0  35
।। ଝାଟିମାଟି କୁଡ଼ିଆ ରେ ବିତୁଛି ବୃଦ୍ଧ ଓ ବୃଦ୍ଧାଙ୍କ ଦାମ୍ପତ୍ୟ ଜୀବନ ।।

ଥୁଆମୂଳ ରାମପୁର ବ୍ଲକ ଡ଼ୁମେର ପଦର ଗ୍ରାମ ପଞ୍ଚାୟତ ରେ କାର୍ଯ୍ୟରତ ଚପରାଶି ସହଦେବ ନାଏକ ସରକାରୀ ଘର ଖଣ୍ଡେ ପାଇଁ କେତେ ଥର ଲୋକ ପ୍ରତିନିଧି ଓ ପ୍ରଶାସନ କୁ ଜଣାଇ ଆସୁଥିବା ବେଳେ ଜୀବନ ଶଷ ସଂନ୍ଧ୍ୟା ରେ ଆସି ପହଞ୍ଚି ଗଲେଣି, ତାଙ୍କୁ ଆଜି ପ୍ରାୟ ସତୁରି ବର୍ଷ ହୋଇଗଲାଣି ଓ ତାଙ୍କ ପୁଅଝିଅ ବାର ଜଣ ସମସ୍ତେ ବିବାହ ହୋଇଛନ୍ତି l ତାଙ୍କ ପାଇଁ ଘର ନାହିଁ କେତେ ଦୁଃଖରେ ଏକ ଝାଟି ମାଟି କୁଡ଼ିଆ ରେ ଜୀବନ ବିତାଉଛନ୍ତି କେବଳ ଭତ୍ତା ଟଙ୍କା ଖଣ୍ତେ ମିଳିଲେ ସେହି ସ୍ୱାମୀ ସହଦେଵ ନାଏକ ୭୦ ବୟସ ଓ ସ୍ତ୍ରୀ ସିରକା ନାଏକ ୬୮ ଦୁଇ ଜଣ ରୋଷେଇ କରିପେଟ ପୋଷଣ କରୁଥିବା ସେମାନେ ପ୍ରକାଶ କରିଛନ୍ତି। ସରକାର ପକ୍ଷରୁ ଘୋଷଣା କରାଯାଉଛି ଯେ ସମସ୍ତେ ପକ୍କା ଘରେ ରେ ରବିବେ କିଏ ମଧ୍ୟ ଝାଟିମାଟି ଘରେ ରହିବେ ନାହିଁ ବୋଲି ଡିଡିମ୍ବ ପିଟୁଛନ୍ତି। ଅପରପକ୍ଷରେ ଦେଖିବାକୁ ମିଳୁଛି ବିକାଶର ବିକଳ ଚିତ୍ର ଏହା ଆମ୍ଭେ କହୁନୁ ଆଜ୍ଞା ଆପଣ ମାନେ ଦେଖିଲେ ହିଁ ବୁଝିଯିବେ। ଗରିବ ପାଇଁ ଯୋଜନା ପ୍ରହସନ ପାଲଟିଛି। ଯୋଜନା ଯୋଜନ ଯୋଜନ ଦୂରକୁ ଚାଲିଯାଉଛି। ଏପଟେ ଓଡିଶା ସରକାରଙ୍କ ପକ୍ଷରୁ "ଆମ ଓଡିଶା ନବୀନ ଓଡିଶା" ସଚେତନତା ସୃଷ୍ଟି କରିବା ନେଇ ଲକ୍ଷ ଲକ୍ଷ ଟଙ୍କା ବ୍ଯୟ କରାଯାଉଛି। ଗରିବ ଲୋକଙ୍କ ନିମନ୍ତେ ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବସ ଯୋଜନା ଗରିବଙ୍କ ପାଇଁ ଦିବା ସ୍ବପ୍ନ ଭଳି ଲାଗୁଛି ଆଉ କେତେ ଦିନ ପରି ଗରିବଙ୍କ ଦୁଃଖ ଯିବ ସେନେଇ ବୁଦ୍ଧିଜୀବୀ ମହଲରେ ତ୍ରିବ୍ର ଭାବରେ ଅସନ୍ତୋଷ ପ୍ରକାଶ ପାଉଛି। ତେବେ ଏହି ଦାମ୍ପତିଙ୍କୁ କେବେ ଘର ଖଣ୍ଡେ ମିଳିବ ତାହା ଦେଖିବାକୁ ବାକି ରହିଲା ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ