ଜିଲ୍ଲାରେ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ସମସ୍ତ ଛୁଟି ବାତିଲ:ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡି ପାରିବେ ନାହିଁ କର୍ମଚାରୀ: ଜିଲ୍ଲାପାଳ
ମାଲକାନଗିରି, ୨୪/୯/୨୫: ଜିଲ୍ଲାରେ ସେପ୍ଟେମ୍ୱର ୨୮ ପର୍ଯ୍ୟନ୍ତ ସମସ୍ତ ଛୁଟିକୁ ବାତିଲ କରିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ବଙ୍ଗୋପ ସାଗର ରେ ଗଭୀର ଲଘୁଚାପ ହେବାର ସମ୍ଭାବନା ରହିଛି ଏବଂ ଆସନ୍ତା କିଛି ଦିନ ଜିଲ୍ଲାରେ ପ୍ରବଳ ବର୍ଷା, ପ୍ରବଳ ପବନ ଏବଂ ପ୍ରତିକୂଳ ପାଗ ପରିସ୍ଥିତି ସୃଷ୍ଟି ହୋଇପାରେ। ଏହି ପରିସ୍ଥିତି କୁ ଦୃଷ୍ଟି ରେ ରଖି ଏବଂ ଯେକୌଣସି ପ୍ରକାର ସମ୍ଭାବ୍ୟ ଜରୁୀକାଳୀନ ପରିସ୍ଥିତି ର ମୁକାବିଲା ପାଇଁ ଜିଲ୍ଲାର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଜିଲ୍ଲାପାଳଙ୍କ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡି ପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପୂର୍ବରୁ ମଞ୍ଜୁର ହୋଇଥିବା ସମସ୍ତ ପ୍ରକାର ଛୁଟି କୁ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ବାତିଲ କରାଯାଇଛି । ନିର୍ଦ୍ଦେଶନାମା କୁ ଅବମାନନା କଲେ ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0