ଜିଲ୍ଲାର ଦ୍ଵିତୀୟ ଶିଆଳି ଖଲି ଦନା ନିର୍ମାଣ ୟୁନିଟ୍ କୁ ଉଦ୍ଘାଟନ କଲେ ଜିଲ୍ଲାପାଳ: ପ୍ରତି ପଞ୍ଚାୟତରେ ଏଭଳି କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ହେବ - ଜିଲ୍ଲାପାଳ

Feb 1, 2026 - 20:00
 0  4
ଜିଲ୍ଲାର ଦ୍ଵିତୀୟ ଶିଆଳି ଖଲି ଦନା ନିର୍ମାଣ ୟୁନିଟ୍ କୁ ଉଦ୍ଘାଟନ କଲେ ଜିଲ୍ଲାପାଳ: ପ୍ରତି ପଞ୍ଚାୟତରେ ଏଭଳି କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ହେବ - ଜିଲ୍ଲାପାଳ

ନୂଆପଡା ସହର ସ୍ଥିତ ସିର୍ତୋଲ, ୱାର୍ଡ ନମ୍ବର ୧୨ ରେ ଆଜି ରାଧାଗୋବିନ୍ଦ ସ୍ଵୟଂ ସହାୟକ ଦଳର ଏକ ଶିଆଳି ପତ୍ର ଖଲି ଦନା ନିର୍ମାଣ ୟୁନିଟ୍ କୁ ଜିଲ୍ଲାପାଳ ମଧୁସୂଦନ ଦାଶ ଉଦ୍ଘାଟନ କରିଛନ୍ତି l ଓରମାସ ଓ ହର୍ଷା ଟ୍ରଷ୍ଟ ର ମିଳିତ ଉଦ୍ୟମରେ ଏହି ମେସିନ୍ କୁ ଉକ୍ତ ଏସଏଚଜି କୁ ଯୋଗାଇ ଦିଆଯାଇ କର୍ଯ୍ୟକ୍ଷମ କରାଯାଇଛି l ଓରମାସ ଦ୍ୱାରା ଆୟୋଜିତ ଏହି କ୍ଷୁଦ୍ର ଶିଳ୍ପ ଉଦ୍ଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧାରୁଆ ଓ ଡେପୁଟି ସିଇଓ ବିଦେଶ ଘୋଷ ମଧ୍ୟ ଉପସ୍ଥିତ ଥିଲେ l ଏହି ଅବସରରେ ଜିଲ୍ଲାପାଳ ନୂଆପଡାର ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କୁ କାର୍ଯ୍ୟକାରୀ କରିବା ଏବଂ ଆହୁରି ସୁଦୃଢ଼ କରିବା ପାଇଁ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ ସମାନ ପରିବେଶ ଅନୁକୂଳ ଲିଫ୍ ପ୍ଲେଟ୍ ଏବଂ କଟଲେରୀ ଶିଳ୍ପ ପ୍ରତିଷ୍ଠା କରିବାର ଯୋଜନା ଘୋଷଣା କରିଥିଲେ। ଏହି ଅନନ୍ୟ ପଦକ୍ଷେପ ଏକକ-ବ୍ୟବହାର ପ୍ଲାଷ୍ଟିକର ଏକ ସମୁଚିତ ବିକଳ୍ପ ସୃଷ୍ଟି କରିଛି l ଏସ ୟୁ ପି ମୁକ୍ତ ନୂଆପଡା ଅଭିଯାନର ନିରନ୍ତର ପ୍ରଗତିରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛି।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ