।। ଜିଲ୍ଲାପାଳଙ୍କ ସଦଦ୍ଭାବନା ଗୃହ ଠାରେ ପଂଚାୟତରାଜ ଦିବସ, ଲୋକ ସେବା ଦିବସ ପାଳିତ ।।

Mar 6, 2024 - 12:01
 0  15
।।  ଜିଲ୍ଲାପାଳଙ୍କ ସଦଦ୍ଭାବନା ଗୃହ ଠାରେ ପଂଚାୟତରାଜ ଦିବସ, ଲୋକ ସେବା ଦିବସ ପାଳିତ ।।

ନୂଆପଡା : ନୂଆପଡା ଜିଲ୍ଲା ପ୍ରଶାସନ, ପଞ୍ଚାୟତ ରାଜ, ଜିଲ୍ଲା ପରିଷଦ ଏବଂ ପାନୀୟ ଜଳ ବିଭାଗ ର ମିଳିତ ଆନୁକୂଲ୍ୟରେ ପଂଚାୟତରାଜ ଦିବସ, ଲୋକ ସେବା ଦିବସ ପାଳିତ ହୋଇଯାଇଛି l ଉକ୍ତ ଦିବସ ରେ ଅତିଥିମାନେ ପ୍ରଥମେ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ତାଙ୍କ ଜୀବନୀ ଉପରେ ସ୍ମୃତି ଚାରଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର ଯୋଗ ଦେଇଥିବା ବେଳେ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଡ଼ଲି ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ଉପାଧ୍ୟକ୍ଷ ଦୀପିକା ଦୀପ, ଜିଲ୍ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧାରୁଆ, ସମସ୍ତ ଜିଲ୍ଲାପରିଷଦ ଯୋଗ ଦେଇଥିଲେ । ଏହିପରିପ୍ରେକ୍ଷୀରେ ଜ଼ିଲ୍ଲାରେ କିପରି ଉନ୍ନୟନ ମୂଳକ କାର୍ଯ୍ୟ ଆଗକୁ ସୁରୁଖୁରରେ ସମ୍ପାଦନ କରାଯିବ ତା ଉପରେ ବିଶେଷ ଗୁରୁତ୍ଵ ଦେବା ଉପରେ ଅତିଥିମାନେ ନିଜ ମତ ରଖିଥିଲେ l ଏହି ଉପଲକ୍ଷେ ତିନି ଗୋଟି ଶ୍ରେଷ୍ଠ ପଞ୍ଚାୟତ ଦୂରସ୍କୃତ କରାଯାଇଥିଲା ଖଡିଆଳ ବ୍ଲକ ଭୋଜପୁର ଗ୍ରାମପଞ୍ଚାୟତ କୁ ପ୍ରଥମ, ସିନାପାଲି ବରଗାଁ ଗ୍ରାମପଞ୍ଚାୟତ କୁ ଦ୍ୱିତୀୟ ଏବଂ କୋମନା ବ୍ଲକ ର କୁରୁମପୁରୀ ତୃତୀୟ ପୂରସ୍କୃତ କରାଯାଇଥିଲା ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମେ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ