ଜିଲ୍ଲାପାଳ ଅଫିସ ଘେରିଲା ଯୁବଛାତ୍ର ବିଜେଡି ପଲ୍ୟୁସନ ସାର୍ଟିଫିକେଟ ନାମରେ ରାଜ୍ୟ ସରକାର ଲୋକଙ୍କୁ ଶୋଷଣ କରୁଛନ୍ତି

Jan 12, 2026 - 20:25
 0  13
ଜିଲ୍ଲାପାଳ ଅଫିସ ଘେରିଲା ଯୁବଛାତ୍ର ବିଜେଡି  ପଲ୍ୟୁସନ ସାର୍ଟିଫିକେଟ ନାମରେ ରାଜ୍ୟ ସରକାର ଲୋକଙ୍କୁ ଶୋଷଣ କରୁଛନ୍ତି

ବାରିପଦା ତା 12/1(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ରାଜ୍ୟ ସରକାରଙ୍କ ଦ୍ୱାରା ପଲ୍ୟୁସନ ସାର୍ଟିଫିକେଟ ନାମରେ ଗରିବ ଓ ସାଧାରଣ ଲୋକଙ୍କ ଉପରେ ଲାଗୁ କରାଯାଇଥିବା କଠୋର ଓ ଜନବିରୋଧୀ ନୀତିକୁ ବିରୋଧ କରି ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ମୟୂରଭଞ୍ଜ ଯୁବ ବିଜେଡି ସଭାପତି ଅରୁଣ ବରାଡ ଓ ଛାତ୍ର ବିଜେଡି ସଭାପତି ସୁନିଲ ନାୟକଙ୍କ ଯୁଗ୍ମ ସଭାପତିତ୍ୱରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି. ମୟୂରଭଞ୍ଜ ବିଜୁ ଜନତା ଦଳ ଜିଲ୍ଲା ସଭାପତି ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିବାଦ ସଭାରେ ରାଜ୍ୟ ଯୁବଜନତା ଦଳ ସଭାପତି ଚିନ୍ମୟ ସାହୁ ଓ ରାଜ୍ୟ ବିଜୁ ଛାତ୍ର ସଭାପତି ଇତିଶ୍ରୀ ସାହୁ ଯୋଗଦେଇ ପଲ୍ୟୁସନ ସାର୍ଟିଫିକେଟ ନାମରେ ସାଧାରଣ ଲୋକଙ୍କୁ ଶୋଷଣ କରୁଥିବା ବିଜେପି ସରକାର ଏବେ ଦେବାଳିଆ ହୋଇଗଲାଣି. ସବୁ କଥାରେ ଲୋକଙ୍କ ପକେଟ କାଟି ରାଜସ୍ୱ ବୃଦ୍ଧି କରିବା ରାଜ୍ୟ ବିଜେପି ସରକାରଙ୍କ ଅପାରଗତାକୁ ପ୍ରତିପାଦିତ କରୁଛି. ଏଭଳି ଅନ୍ଧନୀତି ଯୋଗୁଁ ରାଜ୍ୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ଓ ସମଗ୍ର ରାଜ୍ୟବାସୀ ଦହଗଞ୍ଜର ଶିକାର ହେଉଛନ୍ତି. ଏଣୁ ଏହି ଜନବିରୋଧୀ ନୀତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସରକାରଙ୍କୁ ଦୃଢ଼ ଦାବି କରିଥିଲେ. ମୟୁରଭଞ୍ଜ ଜିଲ୍ଲାପରିଷଦ ସଭାପତି ଭାରତୀ ହାଁସଦା, ଡାକ୍ତର ଦେବାଶିଷ ମାର୍ଣ୍ଡି, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ଏବଂ ଶ୍ରୀନାଥ ସରେନ, ରାଇସେନ ମୁର୍ମୁ, ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ସୁବ୍ରମଣ୍ୟମ ମହାନ୍ତି, ଜିତେନ୍ଦ୍ର ମହାନ୍ତି, ଦେବାଶିଷ ମହାନ୍ତି, ଉପନଗରପାଳ ସୀମା ଦାସ, ପ୍ରଭାତ ନାୟକ, ପ୍ରଭାତ ମହାନ୍ତି, ସୁଧନ୍ୟା ନାୟକ, ସୁନ୍ଦର ସିଂ, ନରେନ୍ଦ୍ର ହାଁସଦା, ସୁବୋଧ ମାର୍ଣ୍ଡି, ଅବଦୁଲ ହବିବ, ଆଭାସ ଦେ, ରାଜୀବ ଜେନା, ରଜନୀକାନ୍ତ ମହାନ୍ତ, ହରେକୃଷ୍ଣ ଦାସ, ଦେବଜିତ ପଟ୍ଟନାୟକ, ବିକାଶ ମହାନ୍ତ, ଶିବଶଙ୍କର ପାତ୍ର, ଆଶୀର୍ବାଦ ଦାସ, ଆମର ସେଠୀ ପ୍ରମୁଖ ଯୋଗଦେଇ ବିଜେପି ସରକାଙ୍କୁ କଡା ସମାଲୋଚନା କରିଥିବା ବେଳେ ବହୁ ସଂଖ୍ୟାରେ ଯୁବ ଛାତ୍ର ବିଜେଡି କର୍ମୀ ପ୍ରତିବାଦ ସଭାରେ ଉପସ୍ଥିତ ଥିଲେ.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ