ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା- ୨୦୨୬ ଉଦଯାପିତ
ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୫.୦୧.୨୦୨୬ ରିଖ: ସ୍ଥାନୀୟ ଆର୍ ସି ଡି ହାଇସ୍କୁଲ ପଡିଆ ରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬ ଉଦଯାପିତ ହୋଇଯାଇଛି ! ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ବିରଞ୍ଚି ନାରାୟଣ ଦରୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଯୋଗ ଦେଇଥିଲେ ! ମଞ୍ଚରେ ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତପନ କୁମାର ଖୁଣ୍ଟିଆ,ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ରାଧେଶ୍ୟାମ ଲାଇକ ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା,ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଷ୍ଣୁ ଚରଣ କିଷାନ,ବି ଡି ଓ ନବରଙ୍ଗପୁର ସୁନିଲ ଖରା ପ୍ରମୂଖ ଉପସ୍ଥିତ ଥିଲେ ! ପ୍ରଥମେ ସି ଡି ଓ ଜିଲ୍ଲା ପରିଷଦ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ଚାଷୀ ମାନଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ବିଭିନ୍ନ ଯୋଜନାର ସଫଳ ରୂପାୟନ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ !ମୁଖ୍ୟ ଅତିଥି ଜିଲ୍ଲାପାଳ ନିଜ ବକ୍ତବ୍ୟରେ ଜିଲ୍ଲାର ଉପସ୍ଥିତ ଚାଷୀଙ୍କୁ ସ୍ବାଗତ ଜଣାଇ ମତ୍ସ୍ୟ ଓ ପ୍ରାଣୀସମ୍ପଦ ର ବିଭିନ୍ନ ଯୋଜନାରେ ସାମିଲ ହୋଇ ନିଜର ଆର୍ଥିକ ଅଭିବୃଦ୍ଧି କରିବା ସହ ଅନ୍ୟମାନଙ୍କ ଉଦାହରଣ ହେବାକୁ ଆହ୍ବାନ କଲେ !ସମ୍ମାନୀତ ଅତିଥି ଅତିରିକ୍ତ ଜିଲ୍ଲାପାଳ ନିଜ ବକ୍ତବ୍ୟରେ ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀ ପାଳକ ଚାଷୀ ଆଧୁନିକ ଜ୍ଞାନ ଆହରଣ ସହ ନବରଙ୍ଗପୁର ଜିଲ୍ଲାର ନାମ କୁ ମତ୍ସ୍ୟ ଓ ଦୁଗ୍ଧ ଉତ୍ପାଦନ ରେ ପ୍ରମୁଖ ସ୍ଥାନରେ ପହଞ୍ଚିବାକୁ ଉତ୍ସାହ କରିଥିଲେ ! ଏହି ଉଦଯାପନ କାର୍ଯ୍ୟକ୍ରମ ଅବସରରେ ଜିଳ୍ଲାର ୦୪ ଜଣ ଚାଷୀଙ୍କୁ ମୁଖ୍ୟ ଅତିଥି ମାନପତ୍ର ଉପଢୌକନ ,ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ ! ପାପଡ଼ାହାଣ୍ଡି ବ୍ଲକ ର ରମା ଭତରା ଗୋପାଳନ, ଉମରକୋଟ ବ୍ଲକର ମୂରଲୀଧର ପୁଜାରୀ ମାଛ ଜାଆଁଳା ଉତ୍ପାଦନ କାରୀ, ତେନ୍ତୁଲିଖୁଣ୍ଟି ବ୍ଲକ୍ ର ସ୍ଵାତୀ ପନାଗିଲାଟି ଅଣ୍ଡା ଦିଆ କୁକୁଡ଼ା ପାଳନ,ପାପଡ଼ାହାଣ୍ଡି ବ୍ଳକ୍ ର ଅନିତା ଚେଟି ବାଓଫ୍ଲକ ପଦ୍ଧତି ରେ ମତ୍ସ୍ୟ ପାଳନ କରି ମୁଖ୍ୟଅତିଥି ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ! ସେଭଳି ହିତାଧିକାରୀ ଆର୍ଥିକ ସହାୟତା ରୂପେ ଡ଼ାବୁଗାଁର ଜେମା ଗୌଡ ଗୋପାଳନ ବାବଦରେ ୧,୦୮,୦୦୦ ଟଙ୍କା ,ତେନ୍ତୁଳିଖୁଣ୍ଟି ବ୍ଲକର ବନମାଳୀ ଜାନି ଛେଳି ପାଳନ ରେ ୬୧,୦୦୦ ଟଙ୍କା,ଭାଟିକୋଟ ର ଚୁମକି ଶାନ୍ତା ନୂତନ ମଧୁର ଜଳ ପୋଖରୀ ରେ ୨,୯୪,୦୦୦ ଟଙ୍କା,ଅଞ୍ଚଲଗୁମା ର ମୋହନ ମାଝୀ ମାଛ ଜାଆଁଳା ଉତ୍ପାଦନ ରେ ୮୦,୦୦୦ ଟଙ୍କା ର ଚେକ ମୁଖ୍ୟ ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ ! ମୁଖ୍ୟ ଅତିଥି ମେଳାରେ ବିଭିନ୍ନ ବିଭାଗୀୟ ଷ୍ଟଲ ପରିଦର୍ଶନ କରିଥିଲେ ! ଚାଷୀ ବୈଜ୍ଞାନିକ ଆଲୋଚନା ଚକ୍ର ରେ ଚାଷୀମାନେ ଯୋଗ ଦେଇଥିଲେ !ସଭାପରେ ଚାଷୀ ମାନଙ୍କ ପାଇଁ ସାରେଗାମା ଅର୍କେଷ୍ଟ୍ରା ପକ୍ଷରୁ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ! ଉଦଯାପନ କାର୍ଯ୍ୟକ୍ରମ ରେ ଜିଲ୍ଲା ସ୍ତରୀୟ ଅଧିକାରୀ,ସମସ୍ତ ବ୍ଲକ ରୁ ମତ୍ସ୍ୟ ଚାଷୀ, ପ୍ରାଣୀ ପାଳକ, ସ୍ୱୟଂ ସହାୟକ ଗୋଷ୍ଠୀ,ଯୁବ ଉଦ୍ୟୋଗୀ,ଅଗ୍ରଣୀ ଚାଷୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ! ଶେଷରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0